ଏଇ ଭାରତରେ

ସେପ୍ଟିକ ଟାଙ୍କି ସଫା କରିବାର ଆଉ ଟେନ୍‌ସନ ରହିବ ନାହିଁ, କାରଣ ଆଇଆଇଟି ମାଡ୍ରାସର ଗବେଷକମାନେ ଏବେ ବିକାଶ କରିଛନ୍ତି ଏକ ନୂତନ ରୋବୋ ଯାହା କମ୍‌ ସମୟରେ ସେପ୍ଟିକ ଟାଙ୍କି ସଫା କରିଦେଉଛି। ଏହାକୁ ନିକଟରେ ପରୀକ୍ଷା କରାଯାଇଛି। ତାମିଲନାଡୁ ଓ ମହାରାଷ୍ଟ୍ର ସରକାର ମଧ୍ୟ ଏହାକୁ କାର୍ଯ୍ୟରେ ଲାଗାଇବା ଲାଗି ବିଚାର କରୁଛନ୍ତି। ପ୍ରାଧ୍ୟାପକ ପ୍ରଭୁ ରାଜଗୋପାଳଙ୍କ ନେତୃତ୍ୱରେ ଗବେଷକ ଟିମ ଏହି ରୋବୋ ନିର୍ମାଣ କରିଛନ୍ତି। ଏହାର ନାମ ରଖାଯାଇଛି ହୋମୋସେପ୍‌। ଏହା ଟାଙ୍କି ମଧ୍ୟରେ କଠିନ ମଳକୁ ତରଳ ଆକାର କରି ବାହାରକୁ ନେଇଆସୁଛି। ଗବେଷକମାନେ ନିର୍ମାଣ କରିଥିବା ପ୍ରଥମ ଦୁଇଟି ରୋବୋକୁ ସଫେଇ ସମୟରେ ମୃତ୍ୟୁ ଘଟିଥିବା ଦୁଇ ଜଣ କର୍ମଚାରୀଙ୍କ ସ୍ତ୍ରୀକୁ ଦିଆଯାଇଛି। ହୋମୋସେପ ପୂର୍ବରୁ ଗବେଷକମାନେ ସେପୋୟ-ରୋବୋ ନିର୍ମାଣ କରିଥିଲେ। କିନ୍ତୁ ତା’କାର୍ଯ୍ୟରେ ସଫେଇ କର୍ମଚାରୀମାନେ ସନ୍ତୁଷ୍ଟ ନ ହେବାରୁ ଏଭଳି ନୂତନ ରୋବୋ ନିର୍ମାଣ କରାଯାଇଛି ଓ ଏହାଦ୍ୱାରା ପାରମ୍ପରିକ ସଫେଇଜନିତ ମୃତ୍ୟୁ ଆଉ ହେବନି ବୋଲି କହନ୍ତି ପ୍ରଫେସର ରାଜଗୋପାଳ। ସଫେଇ କର୍ମଚାରୀ ଆନ୍ଦୋଳନ(ଏସ୍‌କେଏ)ର ଏକ ଟିମ୍‌ ଗବେଷକମାନଙ୍କୁ ସହଯୋଗ କରୁଛନ୍ତି। ଦୁଇଟି ରୋବୋ ବଣ୍ଟନ କରିବା ପରେ ଏବେ ଆଉ ୮ଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri