ଏଇ ଭାରତରେ

ପୀର ରାମ ବିଷ୍ଣୋଇ ଜଣେ ମେକାନିକ୍‌। ଜାତୀୟ ରାଜପଥ-୬୫ କଡରେ ପଙ୍କ୍‌ଚର ରିପେୟାରିଂ ଦୋକାନ କରିଛନ୍ତି। ରାଜସ୍ଥାନ ଜୟପୁର ଜିଲାର ଧମାନା ଗାଁର ଏହି ସାଧାରଣ ବ୍ୟକ୍ତି କିଛି ଅସାଧାରଣ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିପାରିଛନ୍ତି। ଗତ ଦଶନ୍ଧିରେ ଆହତ ଏବଂ ଯନ୍ତ୍ରଣା ଭୋଗୁଥିବା ୧,୧୮୦ ବନ୍ୟଜନ୍ତୁଙ୍କ ଜୀବନ ରକ୍ଷା କରିପାରିଛନ୍ତି ବିଷ୍ଣୋଇ। ସେ ପ୍ରଥମେ ଏକ ଆହତ ଚିଙ୍କାରାରୁ ତାଙ୍କ ସେବା ଆରମ୍ଭ କରିଥିଲେ । ପରେ ବିଭିନ୍ନ କାରଣରୁ ଯନ୍ତ୍ରଣା ଭୋଗୁଥିବା ବନ୍ୟପଶୁ ଓ ପକ୍ଷୀଙ୍କୁ ଉଦ୍ଧାର କରି ଚିକିତ୍ସା କରିବା ଆରମ୍ଭ କରିଥିଲେ। ୧୨ ବର୍ଷ ହେବ ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ପରିବାର ସହଯୋଗ କରୁଛନ୍ତି। ପ୍ରାଣୀମାନଙ୍କ ଚିକିତ୍ସା ଖର୍ଚ୍ଚ ସେ ସବୁ ନିଜେ ବହନ କରୁଛନ୍ତି। ଆଖପାଖ ଗାଁରେ କୌଣସି ପଶୁ କିମ୍ବା ପକ୍ଷୀ ଆହତ ହେଲେ ତାଙ୍କ ଘର ନିକଟସ୍ଥ ଫାର୍ମକୁ ଆଣିବାକୁ କହିଛନ୍ତି। ତାଙ୍କର ଏହି କାର୍ଯ୍ୟରେ କେତେଜଣ ସ୍ବେଚ୍ଛାସେବୀ ଅନୁପ୍ରାଣିତ ହୋଇ ବିଷ୍ଣୋଇଙ୍କୁ ସାହାଯ୍ୟ କରୁଛନ୍ତି। ସେ ମଧ୍ୟ ଶିକାରୀମାନଙ୍କ ବିରୋଧରେ ଅଭିଯାନ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତରଙ୍ଗ ସମନ୍ବୟକାରୀ

ଚଳଚ୍ଚିତ୍ର ଓ ଟେଲିଭିଜନ ଭଳି ମଞ୍ଚରେ ପ୍ରଦର୍ଶିତ ହେଉଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ନେଇ ଦର୍ଶକଙ୍କ ମହଲରେ ସର୍ବଦା ଗୋଟେ ଉତ୍କଣ୍ଠା ଥାଏ। ଶୁଟିଂ ସମୟରେ...

କ୍ରୋଧ ବ୍ରହ୍ମଚଣ୍ଡାଳ

ଅଲେଖ ଚନ୍ଦ୍ର ମିଶ୍ର ଆଜିକାଲି ଗଣମାଧ୍ୟମରେ ପ୍ରାୟତଃ ପ୍ରକାଶ ପାଉଥିବା କ୍ରୋଧ ସମ୍ବଳିତ ଅଘଟଣର ଅନ୍ତ ନାହିଁ। ପାରିବାରିକ ଅଶାନ୍ତିରୁ ଗୃହର ସଦସ୍ୟଙ୍କୁ ହତ୍ୟାକରି କେହି...

ଏଇ ଭାରତରେ

ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ଅସିଥାଏ। ଏହି ଉକ୍ତିକୁ ନିଜ କାର୍ଯ୍ୟରେ ପ୍ରତିଫଳିତ କରିଛନ୍ତି କର୍ନାଟକର କୃଷକ ଥମୈହା ପି.ପି.। ଜମି କହିଲେ ୧...

ଏଇ ଭାରତରେ

ଅତ୍ୟାଧୁନିକ ନିର୍ମାଣ କାର୍ଯ୍ୟ ଯୋଗୁ ଭାରତରେ ୩୦% ବାୟୁ ପ୍ରଦୂଷଣ ହେଉଥିତ୍ବାରୁ ଏଥିରେ ସୁଧାର ଆଣିବା ପାଇଁ କର୍ନାଟକର ‘ଶୂନ୍ୟତା ଇକୋ ହୋଟେଲ’ ନୂଆ ବାଟ...

କୃଷି ଶିକ୍ଷାର ଗୁରୁତ୍ୱ

ଡ. ହୃଷୀକେଶ ପାତ୍ର କୃଷି ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଆଭିମୁଖ୍ୟ ନେଇ ୧୯୬୨ ମସିହାରେ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି ଓଡ଼ିଶା କୃଷି ଓ ବୈଷୟିକ...

ଅଭିବ୍ୟକ୍ତିର ସ୍ବାଧୀନତା ଓ ବାଚନିକ ହିଂସା

ଇଂଲଣ୍ଡର ଲେଖକ ସଲମାନ ରଶ୍‌ଡିଙ୍କୁ ହତ୍ୟା କରିବା ଲାଗି ୨୪ ବର୍ଷୀୟ ଲେବାନୀୟ-ଆମେରିକୀୟ ହାଦି ମତାର ଉଦ୍ୟମ କରିଥିଲେ। ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।...

ଏଇ ଭାରତରେ

କୌଣସି ବ୍ୟକ୍ତି ଅପରାଧ କରି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଦଣ୍ଡବିଧାନ ସ୍ବରୂପ ଜେଲ୍‌ରେ ରଖାଯାଇଥାଏ। କିନ୍ତୁ ଆମ ଭାରତରେ ଏପରି ଏକ ଜେଲ୍‌ ରହିଛି...

ଜୀବନ ମାନ ପ୍ରତି ଧ୍ୟାନ ଦିଆଯାଉ

ଡ. ସନ୍ତୋଷ କୁମାର ମହାପାତ୍ର ଆସନ୍ତା ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଗତବର୍ଷ ବଜେଟ ଉପସ୍ଥାପନ ବେଳେ...

Advertisement
Archives

Model This Week