ଏଇ ଭାରତରେ

ପୂଜା ଫୁଲ ଘରେ ଘରେ ପହଞ୍ଚାଇ ବର୍ଷକୁ ୮ କୋଟି ଟଙ୍କାର କାରବାର କରୁଛନ୍ତି ଦୁଇ ଭଉଣୀ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରୁର ଯଶୋଦା ଏବଂ ରେହା କର୍ତ୍ତୁରି ଏହି କାର୍ଯ୍ୟ କରୁଛନ୍ତି। ଦୁଇ ଭଉଣୀ ହୁଭୁ (କର୍ନାଟକର ଫୁଲ) ଷ୍ଟାର୍ଟଅପ୍‌ ମାଧ୍ୟମରେ ସବ୍‌ସ୍କ୍ରିବ୍‌ଶନ୍‌ ମଡେଲରେ ଘରେ ଘରେ ଫୁଲ ଯୋଗାଇ ଦେଉଛନ୍ତି। ସେମାନେ ପଦ୍ମ, ଯଶ୍ମିନ୍‌, ଗେଣ୍ଡୁ, ଗୋଲାପ ସମେତ ବିଭିନ୍ନ ଫୁଲ ଦେଉଛନ୍ତି। ବେଙ୍ଗାଲୁରୁରେ ଜନ୍ମିତ ଏହି ଦୁଇ ଭଉଣୀ ବଢ଼ିଛନ୍ତି ଇଥିଓପିଆରେ। କାରଣ ସେଠାରେ ତାଙ୍କ ବାପା ରାମ କର୍ତ୍ତୁରିଙ୍କ ଗୋଲାପ ଫାର୍ମ ରହିଥିଲା। ଦୁଇ ଭଉଣୀ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରେ ଡିଗ୍ରୀ କରୁଥିବା ସମୟରେ ଯଶୋଦା ଏହି କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରିଥିଲେ। ପ୍ରଥମେ ସେମାନେ ୧୦ ଲକ୍ଷ ଟଙ୍କାରେ ହୁଭୁ ସଂସ୍ଥା ଆରମ୍ଭ କରିଥିଲେ। ଏବେ ସେମାନେ ବିଭିନ୍ନ ଫାର୍ମ ଓ କୃଷକଙ୍କଠାରୁ ଫୁଲ ସଂଗ୍ରହ କରିବା ସହ କର୍ନାଟକ, କେରଳ ଓ ତାମିଲନାଡୁର ୫୦ରୁ ଊର୍ଦ୍ଧ୍ୱ କୃଷକଙ୍କୁ ତାଙ୍କ ସଂସ୍ଥା ସହ ସାମିଲ କରିପାରିଛନ୍ତି। ଲୋକମାନେ କେବଳ ପୂଜା ପାଇଁ ଫୁଲ ନୁହେଁ ବରଂ ଅଟୋ, କାର୍‌, ଦୋକାନ, ଅଫିସ ଏବଂ ଚୁଟିରେ ଲଗାଇବା ଲାଗି ଫୁଲ ମଗାଉଛନ୍ତି। ୩ରୁ ୧୫ ଦିନ ଫୁଲ ସତେଜ ରହିବା ଭଳି ପ୍ୟାକିଂ କରାଯାଉଛି। ବେଙ୍ଗାଲୁରୁ, ହାଇଦ୍ରାବାଦ, ମାଡ୍ରାସ, ମହୀଶୂର, ପୁଣେ, ମୁମ୍ବାଇ, ଗୁରୁଗ୍ରାମ ଏବଂ ନୋଏଡା ଆଦି ସ୍ଥାନରୁ ସେମାନେ ମାସକୁ ଦେଢ଼ଲକ୍ଷରୁ ଅଧିକ ଅର୍ଡର ପାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମରିସସ୍‌ର ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଆଫ୍ରିକାର ଏକ ସ୍ଥାୟୀ ଗଣତନ୍ତ୍ର ଭାବେ ମରିସସ୍‌ ଜଣାଶୁଣା। ୧୯୬୮ରେ ବ୍ରିଟେନରୁ ଏହା ସ୍ବାଧୀନତା ପାଇଥିଲା। ଭାରତ ଭଳି ଏହାର...

ଅଧା ଜିତା ଲଢ଼େଇ

ବିଚିତ୍ର ବିଶ୍ୱାଳ ବିଳମ୍ବରେ ହେଲେ ବି କୃଷି ଆଇନ ତିନୋଟିକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଛନ୍ତି। ଅବଶ୍ୟ ଏଥିପାଇଁ ଚାଷୀମାନଙ୍କୁ ବର୍ଷେରୁ ଊର୍ଦ୍ଧ୍ୱ କାଳ ଖରା, ବର୍ଷା,...

ଅବଦୁଲ୍‌ କଲାମ ଓ ଓଡ଼ିଶା

ଅଲେଖ ଚନ୍ଦ୍ର ସାମଲ ମହାନ୍‌ ବୈଜ୍ଞାନିକ ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ କିଏ କହୁଥିଲା ଅଗ୍ନିପୁରୁଷ, କିଏ କହୁଥିଲା ପୃଥ୍ବୀର ପାର୍ଥ।...

ମୁଁ ଭୋଟ ଦେଲି କାହିଁକି

ଆକାର ପଟେଲ ବ୍ୟକ୍ତିଗତ ଭାବେ ଏ ନିର୍ବାଚନରେ କିଏ ଜିତିଲେ ବା ହାରିଲେ ମୋର କିଛି ଯାଏ ଆସେ ନାହିଁ। ମୁଁ ହେଉଛି ଜଣେ ମଧ୍ୟବୟସୀ...

ହଜିନି ମଣିଷପଣିଆ

ରଂଜନ କୁମାର ଦାସ   କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ମଣିଷ-ମଣିଷଙ୍କ ଭିତରେ ସମ୍ପର୍କର ସୂତ୍ର କ୍ଷୀଣତର ହେଇହେଇ ଯାଉଚି। ମାସ ମାସ ଧରି...

ଭୁଲ୍‌ ସମୟ, ଭୁଲ୍‌ କଥା

ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ତଥା ମାନବ ଅଧିକାର କର୍ମୀ ଇନ୍ଦିରା ଜୟସିଂ ଏକ ଟୁଇଟ୍‌ ମାଧ୍ୟମରେ ନିର୍ଭୟାର ମା’ ଆଶା ଦେବୀଙ୍କୁ ବଳାତ୍କାରୀ ହତ୍ୟାକାରୀଙ୍କୁ କ୍ଷମା...

କୃଷି ଶିକ୍ଷାର ଗୁରୁତ୍ୱ

ଡ. ହୃଷୀକେଶ ପାତ୍ର କୃଷି ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଆଭିମୁଖ୍ୟ ନେଇ ୧୯୬୨ ମସିହାରେ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି ଓଡ଼ିଶା କୃଷି ଓ ବୈଷୟିକ...

ଆଇଆର୍‌ଏସ୍‌ ରାଡାର

ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ହିସାବ ବହିର୍ଭୂତ ବିଦେଶୀ ଏବଂ ବେନାମୀ ସମ୍ପତ୍ତି ଉପରେ ଏବେ ତା’ ଅଭିଯାନ ଜୋରଦାର କରିଛି। ଏଥିପାଇଁ...

Advertisement
Archives

Model This Week