ଏଇ ଭାରତରେ

ଲୋକେ କହୁଥିଲେ ପିଏଚ୍‌ଡି କରି ଖତ ବିକ୍ରି କରିବ? ହେଲେ ଆଜି ମାସକୁ ୩୦ ଟନ୍‌ ଜିଆଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଡ. ଶ୍ରବଣ ଯାଦବ ଓ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। କୃଷକ ପରିବାରରେ ବଢ଼ିଥିବାରୁ ଜୈବିକ କୃଷିରେ ଏମ.ଏସସି. ଓ ପିଏଚଡି ହାସଲ କଲେ ମଧ୍ୟ ସେ ଚାକିରି ନ କରି ଚାଷ ଓ ଚାଷୀର ଉନ୍ନତି ଲାଗି ବ୍ୟସ୍ତ ରହିଛନ୍ତି। ରାଜସ୍ଥାନ ଜୟପୁରର ସୁନ୍ଦରପୁରା ଗାଁରେ ରହନ୍ତି ଶ୍ରବଣ। ସେଠାରେ ୨୦୨୦ରୁ ‘ଡ. ଅର୍ଗାନିକ ଭର୍ମିକମ୍ପୋଷ୍ଟ’ ବ୍ରାଣ୍ଡ୍‌ରେ ଖତ ପ୍ରସ୍ତୁତ କରି ସାରା ଭାରତରେ କୃଷକମାନଙ୍କୁ କମ୍‌ ମୂଲ୍ୟରେ ଯୋଗାଇ ଦେଉଛନ୍ତି। ୭୦୦ ବେଡ୍‌ରେ ଖତ ପ୍ରସ୍ତୁତ କରି ମାସକୁ ୩୦ ଟନ୍‌ ପାଖାପାଖି ଖତ ପ୍ରସ୍ତୁତ କରୁଛନ୍ତି। ୨୦୧୨ରେ ଜୈବିକ କୃଷିରେ ଡିଗ୍ରୀ ହାସଲ କରି ପ୍ରଥମେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ। ପରେ ଚାକିରି ଛାଡ଼ି ଉଦୟପୁର ମହାରାଣା ପ୍ରତାପ ବିଶ୍ୱବିଦ୍ୟାଳୟରୁ ଜୈବିକ କୃଷିରେ ଏମ୍‌ଏସି ଓ ପିଏଚ୍‌ଡି କରିବା ପରେ ସେହି ବିଶ୍ୱବିଦ୍ୟାଳୟରେ ସିନିୟର ରିସର୍ଚ୍ଚ ଫେଲୋଶିପ ଭାବେ କାର୍ଯ୍ୟ କରିଥିଲେ। ପରେ ତାହା ଛାଡି ଜୈବିକ କୃଷିକୁ ଲୋକାଭିମୁଖୀ କରିବାକୁ ଅଭିଯାନ ଚଳାଇ ଆସୁଛନ୍ତି। ୨୦୨୦ରେ ଲକ୍‌ଡାଉନ ସମୟରେ ସେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ସେ ମଧ୍ୟ ‘ଡ. ଅର୍ଗାନିକ ଭର୍ମି କମ୍ପୋଷ୍ଟ’ ନାମରେ ଏକ ଚ୍ୟାନେଲ ଚଳାଉଛନ୍ତି। ଏଥିରୁ ଲୋକମାନେ ଖତ ପ୍ରସ୍ତୁତି ସମ୍ପର୍କରେ ଜ୍ଞାନ ପାଇପାରୁଛନ୍ତି। ଶ୍ରବଣ ଲୋକମାନଙ୍କୁ ଜିଆଖତ ୟୁନିଟ୍‌ କରିବା ଲାଗି ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri