ଏଇ ଭାରତରେ

ଜୈବ ଇନ୍ଧନ ବ୍ୟବହାର କମ୍‌ କରିବା ସହ ପରିବେଶ ପ୍ରଦୂଷଣ ରୋକିବା ଲାଗି ଏବେ ବୈଦ୍ୟୁତିକ ଦୁଇଚକିଆ ଯାନ(ଇଭି ଟୁହ୍ବିଲର) ନିର୍ମାଣରେ ଲାଗିଛନ୍ତି ବହୁ ନାମୀଦାମୀ କମ୍ପାନୀ। ଗତବର୍ଷ ତୁଳନାରେ ଏହାର ବିକ୍ରି ମଧ୍ୟ ୧୩୨ ପ୍ରତିଶତ ବୃଦ୍ଧି ପାଇଛି। ଲୋକେ କମ୍ପାନୀ ଗାଡ଼ି ପସନ୍ଦ କରୁଥିବା ବେଳେ ନିଜ କେଟିମ୍‌ ବାଇକ୍‌କୁ ସୌରଚାଳିତ ଇଭି ବାଇକ୍‌ରେ ପରିବର୍ତ୍ତନ କରି ଏକ ନୂଆ ବାଟ ଦେଖାଇଛନ୍ତି ଅସଦ୍‌ ଅବ୍‌ଦୁଲ୍ଲା। ଉତ୍ତରପ୍ରଦେଶ ଆଜମ୍‌ଗଡ଼ର ଏହି ଯୁବକ ଏବେ ଭୋକେଶନାଲ ଟ୍ରେନିଂ ନେଉଛନ୍ତି, ହେଲେ ନିଜ ଉଦ୍ୟମରେ ତାଙ୍କ କେଟିମ୍‌ ବାଇକ୍‌କୁ ଇଭି କରିବାରେ ସକ୍ଷମ ହୋଇଛନ୍ତି। ଏହି ବାଇକ୍‌ ଏବେ ଥରେ ଚାର୍ଜ ହେଲେ ୧୩୦ କିମି ଯାଉଛି ଓ ଏହାର ଘଣ୍ଟା ପ୍ରତି ବେଗ ରହିଛି ୧୪୦ କିମି। କାହାଠାରୁ କୌଣସି ବୈଷୟିକ ଶିକ୍ଷା ନ ନେଇ ଏବଂ ବିନା ସାହାଯ୍ୟରେ ବହୁ ଭିଡିଓ ଦେଖି ଇଭି କୌଶଳ ଜାଣିବା ପରେ ସେ ଇଞ୍ଜିନକୁ ପରିବର୍ତ୍ତନ କରିଛନ୍ତି। ସେଥିରେ ଚାଇନା ନିର୍ମିତ କ୍ୟୁଏସ୍‌ ମୋଟର କଣ୍ଟ୍ରୋଲର ଫିଟ୍‌ କରିବା ସହ ଏଥିରେ ୪,୦୦୦ ଓ୍ବାଟ୍‌ ମୋଟର ସେଟ୍‌ କରିଛନ୍ତି। ବାଇକ୍‌ର କୌଣସି ପାର୍ଟ କାଟିନାହାନ୍ତି କି କିଛି ଯୋଡ଼ିନାହାନ୍ତି। କେବଳ ତେଲ ଟାଙ୍କି ପାଖରେ ବ୍ୟାଟେରି ବକ୍ସ ରଖିଛନ୍ତି। ଏହି ବ୍ୟାଟେରି ସୌର ବିଦ୍ୟୁତ୍‌ରେ ଚାର୍ଜ ହେଉଛି। ଏଣୁ ଅସଦ୍‌ଙ୍କୁ ବାଇକ୍‌ ଚାର୍ଜ ପାଇଁ ଗ୍ରୀଡ୍‌ ବିଦ୍ୟୁତ୍‌ ଉପରେ ନିର୍ଭର କରିବାକୁ ପଡୁନି। ଏହି ଉପାୟରେ ଅସଦ୍‌ ମାସକୁ ତେଲ ବାବଦରେ ଖର୍ଚ୍ଚ କରୁଥିବା ପ୍ରାୟ ୬ ହଜାର ଟଙ୍କା ବଞ୍ଚାଇ ପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri