ଏଇ ଭାରତରେ

ଝାଡ଼ଖଣ୍ଡର କନ୍ଦୋନି ସୋରେନଙ୍କ ଅଦମ୍ୟ ସାହସ ଓ ନିଷ୍ଠା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ଲୋକେ ତାଙ୍କୁ କହୁଛନ୍ତି ‘ଜଙ୍ଗଲର ସିଂହୀ’। କନ୍ଦୋନି ତାଙ୍କ ଗାଁ ସରକାଘାଟର ୪୦ ଜଣ ଆଦିବାସୀ ମହିଳାଙ୍କୁ ଏକାଠି କରି ୨୫୦ ଏକର ଜଙ୍ଗଲ ଜଗିଥିବାରୁ ତାଙ୍କୁ ଲୋକେ ଏଭଳି ସମ୍ବୋଧନ କରୁଛନ୍ତି। ବେଆଇନ ଭାବେ ଗଛ କାଟୁଥିବା ବ୍ୟକ୍ତିଙ୍କୁ ସୋରେନ ଏବଂ ତାଙ୍କ ଟିମ୍‌ର ମହିଳାମାନେ ଦୃଢ଼ତାର ସହ ମୁକାବିଲା କରୁଛନ୍ତି। ସେମାନେ ପାଳି କରି ଦିନରାତି ଜଙ୍ଗଲ ଜଗୁଛନ୍ତି। ପ୍ରତିଦିନ ସକାଳେ ସେମାନେ ହାତରେ ଧନୁତୀର ଓ ଠେଙ୍ଗା ଧରି ଜଙ୍ଗଲକୁ ବାହାରି ଯାଆନ୍ତି। ଜାମସେଦପୁର ପୋଲିସରେ କନ୍ଦୋନି ଗୃହରକ୍ଷୀ ଭାବେ କାର୍ଯ୍ୟ କରିବା ସହ ୨୦୧୧ରୁ ଏହି ଅଭିଯାନ ଚଳାଉଛନ୍ତି। ସେ ଦିନରେ ଡ୍ୟୁଟି କରି ରାତିରେ ଜଙ୍ଗଲ ସୁରକ୍ଷାରେ ମହିଳାମାନଙ୍କ ସହ ରହୁଛନ୍ତି। ଜଙ୍ଗଲ ସୁରକ୍ଷା ପାଇଁ ସେ ପଞ୍ଚାୟତରୁ ଆରମ୍ଭ କରି ଜଙ୍ଗଲ ବିଭାଗକୁ ଜଣାଇବା ପରେ କୌଣସି ସୁଫଳ ନ ମିଳିବାରୁ ଗାଁର ମହିଳାମାନଙ୍କୁ ଏକାଠି କରି ‘ହରିୟାଲୀ ସକ୍କମ’ ଅର୍ଥାତ୍‌ ‘ସବୁଜ ପତ୍ର’ ନାମରେ ଜଙ୍ଗଲ ସୁରକ୍ଷା କମିଟି ଗଠନ କରିଥିଲେ। ଏମାନଙ୍କ ପ୍ରୟାସରେ ୮୦-୯୦ ପ୍ରତିଶତ ବେଆଇନ ଗଛକଟା ରୋକାଯାଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦୀୟ ନିଯୁକ୍ତି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ହରିୟାଣା କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବଭାବେ ଯୁଗ୍ମ ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କ୍‌ର ପୋଲିସ ଅଧିକାରୀ ଓ.ପି. ସିଂଙ୍କ...

ଜୀବନ ଜିଇବାର କଳା

ପ୍ରକାଶ ତ୍ରିପାଠୀ ନାମ ଅସଲମ୍‌ ମଲ୍ଲିକ। ବୟସ ତିରିଶ ପାଖାପାଖି। ଘର କୋଲକାତା (ପଶ୍ଚିମବଙ୍ଗ)। ପେସା କାର୍ପେଣ୍ଟିଙ୍ଗ ଅର୍ଥାତ୍‌ ଇଣ୍ଟେରିୟର ଡିଜାଇନିଂ। ଅସଲମ୍‌ ସହ ମୋ...

ଏଇ ଭାରତରେ

ବାଇକ୍‌ ଚଢ଼ୁଛି ଗୁଆଗଛ। ଆଶ୍ଚର୍ଯ୍ୟ ଲାଗୁଥିତ୍ଲେ ବି ଏହା ସତ। ଏମିତିକା ବାଇକ୍‌ ନିର୍ମାଣ କରିଛନ୍ତି କର୍ନାଟକର କୃଷକ ଗଣପତି ଭଟ୍ଟ। ମାଙ୍ଗାଲୁରର କୋମେଲ ଗଁାର...

ଶିକ୍ଷାନୀତି ରୂପକାର

ନିକଟରେ ଭାରତ ସରକାରଙ୍କ ଦ୍ୱାରା ନୂତନ ଶିକ୍ଷା ନୀତି-୨୦୨୦ ଘୋଷିତ ହୋଇଛି। ପୁରୁଣା ଢାଞ୍ଚାରେ ପରିବର୍ତ୍ତନ କରାଯାଇ ଅଣାଯାଇଥିବା ନୂଆ ବ୍ୟବସ୍ଥାର ଗାଣିତିକ ଅଭିବ୍ୟକ୍ତି ୫+୩+୩+୪...

ଏଇ ଭାରତରେ

ଆଜିକାଲି ଅନେକ ଅପରାଧମୂଳକ ଘଟଣା ଘରର ଚାରିକାନ୍ଥ ଭିତରେ ଘଟୁଥଲେ ବି ଏହା ଲୋକଲୋଚନକୁ ଆସିପାରେ ନାହିଁ। ଗୋଟିଏ ପରିବାରରେ ଶାଶୁଙ୍କୁ ବୋହୂ ପିଟୁଥିବାବେଳେ ନାତୁଣୀ...

ଏଇ ଭାରତରେ

ଗଛ ବଞ୍ଚତ୍ଲେ ପରିବେଶ ପ୍ରଦୂଷଣମୁକ୍ତ ରହିବା ସହ ମଣିଷ ମଧ୍ୟ ସୁସ୍ଥ ରହିପାରିବ। ପରିବେଶ ପାଇଁ ଉଦ୍ଭିଦ ଅତ୍ୟନ୍ତ ଉପଯୋଗୀ। ଆସାମରେ ଥିବା ୨୦୭ ବର୍ଷର...

ଏମିତି ଫ୍ରି ଆଉ କେତେଦିନ

ଇବ୍ରାର ଖାଁ   ଗଲା କିଛି ଦଶନ୍ଧି ହେଲା ସମାଜର ଗରିବ, ଦଳିତ, ନିଷ୍ପେଷିତ ବର୍ଗର ଲୋକମାନଙ୍କଠାରୁ ଆରମ୍ଭ କରି କୃଷକ, ଛାତ୍ର, ଭିନ୍ନକ୍ଷମ, ବୃଦ୍ଧ,...

ଏଇ ଭାରତରେ

ମେକ୍ସିିକୋ ଓ ସେଣ୍ଟ୍ରାଲ ଆମେରିକାରେ ଫଳୁଥିବା ଡ୍ରାଗନ ଫ୍ରୁଟ୍ସ ଚାଷ କରି ତ୍ରିପୁରାର ଚାଷୀ ପରିମଲ ଦାସ ସଫଳ ହୋଇଛନ୍ତି। ସେ ଡ୍ରାଗନ ଫ୍ରୁଟ୍ସ ଫଳାଇ...

Advertisement
Archives

Model This Week