ଏଇ ଭାରତରେ

ପ୍ଲାଷ୍ଟିକ୍‌ ଓ ଅନ୍ୟ ବର୍ଜ୍ୟ ରିସାଇକିଲିଂ କଥା ଜାଣିଛନ୍ତି। ହେଲେ ଏବେ ସିଗାରେଟ ବୁଟ୍‌ ରିସାଇକିଲିଂ ହେଉଛି। ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ସତ। ଗୋଆର ନିରିତ ଦତ୍ତଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପରିବେଶବିତ୍‌ ନିରିତ ପୂର୍ବରୁ ଆଇଟି ବୃତ୍ତିରେ ଥିଲେ। ତାହାକୁ ଛାଡ଼ି ୨୦୨୧ରେ ‘ବୁଟ୍‌ରସ୍‌’ ପ୍ରତିଷ୍ଠା କରିବା ପରେ ଏହା ମାଧ୍ୟମରେ ସେ ରାସ୍ତାକଡ଼ରୁ ସିଗାରେଟ ବୁଟ୍‌ ସଂଗ୍ରହ କରି ତାହାକୁ ରିସାଇକିଲିଂ କରୁଛନ୍ତି। ସିଗାରେଟ ବୁଟ୍‌ରେ ଥିବା ସେଲୁଲୋଜ୍‌ ଏସିଟେଟ୍‌ ପରିବେଶ ଲାଗି କ୍ଷତିକାରକ। କେବଳ ଏତିକି ନୁହେଁ, ଏଥିରେ ୭,୦୦୦ ବିଷାକ୍ତ କେମିକାଲ ରହିଛି, ଯାହା ମଣିଷ ଓ ପ୍ରାଣୀଜଗତ ପକ୍ଷେ କ୍ଷତିକାରକ। ଏଣୁ ଏଭଳି କ୍ଷତିକାରକ ପ୍ରଦୂଷଣ ଦୂର କରିବା ଲାଗି ନିରିତ ଆରମ୍ଭ କରିଥିବା ଅଭିଯାନ ଭାରତରେ ପ୍ରଥମ। କୋଲ୍‌କାତାରୁ ଏହି ଅଭିଯାନ ଆରମ୍ଭ କରିଥିଲେ ଏବଂ ଏଥିରେ ସେ ଲୋକଙ୍କର ପୂର୍ଣ୍ଣ ସହଯୋଗ ମଧ୍ୟ ପାଇଥିଲେ। ପରେ ସେ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରେ ସିଗାରେଟ ବୁଟ୍‌ ସଂଗ୍ରହ କରି ତାହାକୁ ରିସାଇକିଲିଂ ପାଇଁ ପଠାଇବା ସହ ଏବେ ୯ ରାଜ୍ୟରେ ଏହି ଅଭିଯାନ ଚଳାଇଛନ୍ତି ।
ଏଥିରେ ପାଖାପାଖି ୩୦୦ ସ୍ବେଚ୍ଛାସେବୀ ସାମିଲ ହୋଇ ଏବେ ସୁଦ୍ଧା ସେମାନେ ୩ ଲକ୍ଷରୁ ଊର୍ଦ୍ଧ୍ୱ ବୁଟ୍‌ ସଂଗ୍ରହ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri