ଏଇ ଭାରତରେ

ଗୋବର ଚପଲ କଥା ଶୁଣିଛନ୍ତି କି! ଏଭଳି ଚପଲ ତିଆରି କରୁଛନ୍ତି ଛତିଶଗଡ଼ର ରିତେଶ ଅଗ୍ରଓ୍ବାଲ। ୧୫ ବର୍ଷ ପୂର୍ବେ ରିତେଶ ଚାକିରି ଛାଡି ପ୍ରଥମେ ଗୋଶାଳାରୁ ଗୋବର ସଂଗ୍ରହ କରି ସେଥିରୁ ପରିବେଶ ଉପଯୋଗୀ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ପ୍ରଥମେ ସେ ରାଜସ୍ଥାନର ପ୍ରଫେସର ଶିବଦର୍ଶନ ମଲିକଙ୍କଠାରୁ ଗୋବରୁ ଇଟା ତିଆରି କରିବା ପ୍ରଶିକ୍ଷଣ ନେଇଥିଲେ। ପରେ ସେ ଗୋବର ଦୀପ ଓ ମୂର୍ତ୍ତି ଆଦି ତିଆରି କରିବା ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ଗୋବରରୁ ୩୦ରୁ ଊର୍ଦ୍ଧ୍ୱ ଦ୍ରବ୍ୟ ପ୍ରସ୍ତୁତ କରିଛନ୍ତି। ପ୍ରଥମ ଗୋବର ଚପଲ ସେ ତାଙ୍କ ଜେଜେମା’ଙ୍କ ପାଇଁ ତିଆରି କରିଥିଲେ। ତାହା ଦେଖି କେତେଜଣ ସେମାନଙ୍କ ପାଇଁ ସେଭଳି ଚପଲ କରିବା ଲାଗି ରିତେଶଙ୍କୁ ଅନୁରୋଧ କରିଥିଲେ। ଗୋବର ସହ ବିଭିନ୍ନ ଜିନିଷ ମିଶାଇ ସେ ଏହି ଚପଲ ପ୍ରସ୍ତୁତ କରୁଛନ୍ତି। ୧ କେଜି ଗୋବରରୁ ୧୦ଟି ଚପଲ ହେଉଛି ଓ ଦଶ ଦିନ ସମୟ ଲାଗୁଛି। ପ୍ରତ୍ୟେକ ଚପଲର ମୂଲ୍ୟ ରହିଛି ୪୦୦ ଟଙ୍କା। ଏହା ବର୍ଷାରେ ୩-୪ ଘଣ୍ଟା ଭିଜିଲେ ମଧ୍ୟ ନଷ୍ଟ ହେଉନହିଁ। ଖରାରେ ଶୁଖାଇ ତାହାକୁ ପୁନର୍ବାର ବ୍ୟବହାର କରାଯାଇପାରିବ ବୋଲି କହନ୍ତି ରିତେଶ। ଭାରତର ବିଭିନ୍ନ ସ୍ଥାନରୁ ଚପଲ ଲାଗି ତାଙ୍କୁ ଅର୍ଡର ମିଳୁଛି। ଏବେ ସୁଦ୍ଧା ରିତେଶ ୧୦୦୦ ଚପଲ ବିକ୍ରି କରି ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri