ଏଇ ଭାରତରେ

ଆହତ ବୁଲା କୁକୁରଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ବେଙ୍ଗାଲୁରୁର ହରିଶ ଅଲୀ। ସେ ରାସ୍ତାକଡ଼ରୁ ଆହତ କୁକୁରଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଚିକିତ୍ସା କରୁଛନ୍ତି ଓ ଆଶ୍ରୟ ଦେଉଛନ୍ତି। ଏବେ ସୁଦ୍ଧା ଅଲି ୨୦୦୦ରୁ ଊର୍ଦ୍ଧ୍ୱ କୁକୁର ଉଦ୍ଧାର କରିସାରିଲେଣିି। ୨୦୧୬ରେ ସେ ପ୍ରଥମେ ଗୋଟିଏ କୁକୁର ଉଦ୍ଧାର କରି ତା’ନାମ ରଖିଥିଲେ ହୁଇଟ୍‌। ଏହିଠାରୁ ଅଲୀଙ୍କ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ପରେ ସେ ବିଭିନ୍ନ ଏନ୍‌ଜିଓ ଓ ପ୍ରାଣୀ ଉଦ୍ଧାର କାର୍ଯ୍ୟ ଚଳାଇଥିବା ଗ୍ରୁପ୍‌ଗୁଡ଼ିକ ସହ ଯୋଗାଯୋଗ ରକ୍ଷାକରି ଆଗକୁ ବଢ଼ିଥିଲେ। ଧୀରେ ଧୀରେ କୁକୁରଙ୍କ ସଂଖ୍ୟା ବଢ଼ିବା ପରେ ସେମାନଙ୍କ ଯନତ୍ ନେବା ଲାଗି ୨୦୧୭ରେ ‘ସର୍ବମ ଟ୍ରଷ୍ଟ’ ଗଠନ କରିଥିଲେ। କୁକୁର ଉଦ୍ଧାର ଓ ସେବାରେ ଦେଢ଼ ବର୍ଷ ମଧ୍ୟରେ ସେ ୧.୫ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ତାଙ୍କ ସାଇବର ସିକ୍ୟୁରିଟି ବ୍ୟବସାୟ ଆୟର ସିଂହଭାଗ ଏଥିରେ ଖର୍ଚ୍ଚ କରୁଛନ୍ତି। ବହୁ ବ୍ୟକ୍ତି ଓ ଅନୁଷ୍ଠାନ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ପ୍ରାଣୀ ଚିକିତ୍ସକ, କେୟାର ଟେକର, ଉଦ୍ଧାରକାରୀଙ୍କ ସମେତ ସେମାନଙ୍କ ଯନତ୍ ନେବା ଲାଗି ମୋଟରେ ୧୧ ଜଣ ରହିଛନ୍ତି। ମାସକୁ କର୍ମଚାରୀଙ୍କ ଦରମା ଓ ଅନ୍ୟ ସବୁ ଖର୍ଚ୍ଚକୁ ନେଇ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ତାଙ୍କ ସେଲ୍‌ଟରରେ ୨୦୦ରୁ ଅଧିକ କୁକୁର ରହିବାରେ ଅସୁବିଧା ହେଉଥିତ୍ବାରୁ ଏବେ ସେ ଅନ୍ୟ ଏକ ଜାଗାରେ ୬୦୦ କୁକୁର ରହିବା ଭଳି ଏକ ଆଶ୍ରୟଗୃହ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଆଶ୍ରୟଗୃହରୁ କୁକୁରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାର ବ୍ୟବସ୍ଥା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri