ଏଇ ଭାରତରେ

ଅଭିନବ ଉପାୟରେ ନିଜସ୍ବ ଜ୍ଞାନ କୌଶଳରେ କମ୍‌ ସଂସାଧନ ଉପଯୋଗରେ ସ୍କ୍ରାପ୍‌ ଜିନିଷରୁ ଟର୍‌ବାଇନ ନିର୍ମାଣ କରି ବିଦ୍ୟୁତ ଉତ୍ପାଦନ କରୁଛନ୍ତି ଝାଡ଼ଖଣ୍ଡର କେଦାର ପ୍ରସାଦ ମହାତୋ। ଉତ୍ପାଦିତ ଶକ୍ତିରେ ତାଙ୍କ ଗାଁ ଘର, ରାସ୍ତା ଓ ମନ୍ଦିର ଆଲୋକିତ ହୋଇପାରିଛି। କେଦାର ତାଙ୍କ ଗାଁ ବେୟାଙ୍ଗ ନିକଟରେ ବହିଯାଉଥିବା ସିନେଗଡ଼ ନଦୀରେ ଏକ ୫ କିଲୋଓ୍ବାଟ ଜଳବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ ନିର୍ମାଣ କରିଛନ୍ତି। ସେ ସ୍କ୍ରାପ୍‌ ଭେଣ୍ଡର୍‌ଙ୍କଠାରୁ ବହୁ ରଦ୍ଦି ଜିନିଷ ଓ ବୈଦ୍ୟୁତିକ ଉପକରଣ କିଣି ଏହି ପ୍ରୋଜେକ୍ଟରେ ବ୍ୟବହାର କରିଛନ୍ତି। ସବୁ ପାର୍ଟ ସେ ନିଜେ ତିଆରି କରିଛନ୍ତି। ଏଥିପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛିି। ନିଜସ୍ବ ରୋଜଗାରରୁ ସଞ୍ଚିତ ୨ ଲକ୍ଷ ଓ ଗ୍ରାମବାସୀ ଦେଇଥିବା ୧ ଲକ୍ଷ ଟଙ୍କା ଏହି ପ୍ରୋଜେକ୍ଟରେ ସେ ଲଗାଇଛନ୍ତି। କେଦାର ଏବେ ରାଜ୍ୟ ବିଦ୍ୟୁତ୍‌ ବିଭାଗରେ ଜଣେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଛନ୍ତି। ଏହାବାଦ୍‌ ଅନ୍ୟ ସମୟରେ କଠିନ କାମ କରି ସେ ଏଥିପାଇଁ ଅର୍ଥ ସଞ୍ଚୟ କରିଛନ୍ତି। ନଦୀର ପାହାଡ଼ିଆ ଶଯ୍ୟାରେ ସିମେଣ୍ଟ ଖମ୍ବ ଓ ବନ୍ଧ ନିର୍ମାଣ କରି ୨୦୨୦ରେ ପ୍ରଥମେ ୩ କିଲୋଓ୍ବାଟ ଟର୍‌ବାଇନ, ଡାଇନାମୋ ଓ ମୋଟର ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଥିଲେ। ଏବେ ୫ କିଲୋଓ୍ବାଟ ଟର୍‌ବାଇନ ନିର୍ମାଣ କରି ସେଥିରୁ ବିଦ୍ୟୁତ୍‌ ଉତ୍ପାଦନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୈବିକ ଖତ ପ୍ରସ୍ତୁତକାରୀଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରୁସ୍ଥିତ ‘େଓଷ୍ଟ ଇଜ୍‌ ଗୋଲ୍ଡ’ ବା ବର୍ଜ୍ୟ ହିଁ ସୁନା ନାମକ ଷ୍ଟାର୍ଟଅପ...

ଭବିଷ୍ୟତର ଇନ୍ଧନ

ଜୋର୍ଗ ହାସ୍‌ ଆଜିକାଲି ସବୁଜ ଉଦ୍‌ଜାନର ଆଦର ଢେର ବଢିଛି। ଗତ ବର୍ଷ ନଭେମ୍ବରରେ ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୭) ରେ ଜର୍ମାନୀ...

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଜୀବନ ସଙ୍କଟରେ ପଡିଯାଇଛି। ବିଶେଷକରି ପିଲାମାନେ ପାଠପଢାରେ ସମସ୍ୟାର ସମ୍ମୁୁଖୀନ ହୋଇଛନ୍ତି। ଅନ୍‌ଲାଇନ୍‌ରେ ପଢୁଥିଲେ ବି କେବେ ସେମାନେ ସ୍କୁଲକୁ ଯିବେ ତାହା...

ନଷ୍ଟ ନ ହେଉ ପୁସ୍ତକମେଳାର ପବିତ୍ରତା

ଡ.ପ୍ରଫୁଲ୍ଲ କୁମାର ସାହୁ ବହି ମଣିଷର ବନ୍ଧୁ। ବୌଦ୍ଧିକ ଚେତନାର ସହଚର। କୈଶୋରରେ ବୌଦ୍ଧିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ ବହି। ଯୌବନର ସାମ୍ରାଜ୍ୟକୁ ଯୋଗାଏ...

ଆଜିର ଅର୍ଥନୀତି/ ଆତ୍ମଘାତୀ ନୀତି

ଟେଲିକମ୍‌ କମ୍ପାନୀଗୁଡିକ ଉପରେ ବାକି ଥିବା ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟର ପୁନର୍ଗଣନା ଲାଗି ଚେଷ୍ଟା କରିବା ଯୋଗୁ ସୁପ୍ରିମ୍‌କୋର୍ଟ ବୁଧବାର ଦୂରସଞ୍ଚାର ବିଭାଗ...

ଆଲୋକରୁ ଅନ୍ଧାର ଆଡ଼କୁ

କେଉଁ କାଳରୁ ଆମ ମହନୀୟ ସଂସ୍କାରରେ ମହାମନ୍ତ୍ରଟିଏ ହୋଇ କୋଟି ପ୍ରାଣରେ ଝଙ୍କୃତ ହୋଇଆସୁଛି, ସଂଜୀବନୀ ଶକ୍ତି ହୋଇ ପ୍ରବାହିତ ହୋଇଆସୁଛି ଆମର ପ୍ରତିଟି ରକ୍ତବିନ୍ଦୁରେ;...

ମାନିବାକୁ ପଡ଼ିବ

ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ହରିୟାଣାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅହଂକାରୀ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, ନିକଟରେ ସେ ପ୍ରଧାନମନ୍ତ୍ରୀଙ୍କୁ...

ଅନ୍ତରାତ୍ମାର ଡାକ

ଉପେନ୍ଦ୍ର ବିଶ୍ୱାଳ ଶିଶୁଟିଏ ଯେବେ ଜନ୍ମନିଏ ସେତେବେଳେ ମନେହୁଏ କେହି ଜଣେ ଦେବତାଙ୍କର ହେଲା ଧରାବତରଣ। କାରଣ ତା’ଦେହରେ ଲେଶମାତ୍ର ନ ଥାଏ କଳୁଷ କାଳିମା;...

Advertisement
Archives

Model This Week