ଏଇ ଭାରତରେ

ମହିଳାମାନେ ଶବଦାହ କରିବାର ପରମ୍ପରା ନ ଥିବା ବେଳେ କେରଳର ସେଲିନା ମାଇକେଲ ଦୀର୍ଘ ଦଶନ୍ଧି ଧରି ଏହି କାର୍ଯ୍ୟ କରୁଛନ୍ତି। କୋଚିର କାକାଣ୍ଡାରେ ରହୁଥିବା ସେଲିନା ଶବଦାହ ଭଳି ଏକ ପବିତ୍ର କାର୍ଯ୍ୟ କରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି। ସେ କୋଚିରେ ଶବଦାହ ଗୃହର କର୍ମଚାରୀ ଭାବେ ରହି ୧୫ ବର୍ଷ ମଧ୍ୟରେ ହଜାର ହଜାର ମୃତଦେହ ଦାହ କରିସାରିଲେଣି। ସେଲିନା ଆବଶ୍ୟକ କାଠ ନିଜେ ସଂଗ୍ରହ sକରି ବିଧି ମୁତାବକ ଦାହ କରନ୍ତି ଓ ସେହି ସ୍ଥାନକୁ ସଫା କରିଥାନ୍ତି। ମୃତ ବ୍ୟକ୍ତିଙ୍କ ପରିବାର ବା ସମ୍ପର୍କୀୟଙ୍କଠାରୁ କଲ୍‌ ପାଇବା କ୍ଷଣି ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି ଓ ଖୁବ୍‌ କମ୍‌ ସମୟରେ ଦାହ କାର୍ଯ୍ୟ ସମ୍ପାଦନ କରନ୍ତି। ୨୦ ବର୍ଷ ପୂର୍ବେ ସେଲିନାଙ୍କୁ ତାଙ୍କ ସ୍ବାମୀ ଘରୁ ବାହାର କରିଦେବା ପରେ ସେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ସାମାଜିକ ବାରଣ ସତ୍ତ୍ୱେ ପିଲାଙ୍କ ଯତ୍ନ ନେବା ଓ ଋଣ ଶୁଝିବା ପାଇଁ ଏ କ୍ଷେତ୍ରରେ ପାଦ ଦେଇଥିବା କହନ୍ତି ୫୮ ବର୍ଷୀୟା ସେଲିନା। ପ୍ରଥମେ ସେ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିଥିଲେ। ହେଲେ ମଜୁରି ଅର୍ଥ ପରିବାର ପାଇଁ ପର୍ଯ୍ୟାପ୍ତ ନ ହେବାରୁ ସେ ଶ୍ମଶାନ କର୍ମଚାରୀ ଭାବେ ଯୋଗ ଦେଇଥିଲେ। ଗୋଟିଏ ମୃତଦେହ ଦାହ କରିବାକୁ ସେ ୧୦୦୦ ଟଙ୍କା ନିଅନ୍ତି। ଏଥିରେ କାଠ କିଣନ୍ତି ଓ ମ୍ୟୁନିସିପାଲିଟିକୁ ୭୮୦ ଟଙ୍କା ଦିଅନ୍ତି। ଆଉ ଯାହା ବଳେ ତାହା ତାଙ୍କ ପାରିଶ୍ରମିକ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟର ସ୍ବାୟତ୍ତତା ଏବଂ ଅଧ୍ୟାଦେଶ

ଡ. ପ୍ରୀତିଶ କୁମାର ସାହୁ ଯୁକ୍ତରାଷ୍ଟ୍ର ଶିକ୍ଷକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ, ୨୦୦୯) ମୁତାବକ ବିଶ୍ୱବିଦ୍ୟାଳୟ ତିନୋଟି ମୌଳିକ ଉଦ୍ଦେଶ୍ୟ ଉପରେ ଆଧାରିତ...

ଏଇ ଭାରତରେ

କେତେଜଣ ବ୍ୟକ୍ତି ନିଜର ଉଦ୍ୟମ ଓ ଅଧ୍ୟବସାୟ ବଳରେ ନୂଆ ଉଦ୍‌ଭାବନ କରି ଅନ୍ୟମାନଙ୍କର ପ୍ରଶଂସାଭାଜନ ହେବା ସହିତ ଦେଶର ଓ ସମାଜର କଲ୍ୟାଣ ସାଧନ...

ସାରସ୍ବତ ସମ୍ପର୍କ: ସେଦିନ ଓ ଆଜି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ୧୯୫୩ ମସିହା ଶେଷାର୍ଦ୍ଧ ସମୟର କଥା। ସେତେବେଳେ ବିଶିଷ୍ଟ ଲେଖକ ମନୋଜ ଦାସ ଥାଆନ୍ତି ଛାତ୍ରନେତା। ସେ ପଢ଼ୁଥାଆନ୍ତି ଫକୀର ମୋହନ...

ଭଦ୍ରକରେ ଗାନ୍ଧିଜୀ

ଡ.ପ୍ରଫୁଲ୍ଲ କୁମାର ସାହୁ ଆଜି ସେହି ମାର୍ଚ୍ଚ ୨୫ ତାରିଖ। ଏମିତି ଏକ ମାର୍ଚ୍ଚ ୨୫ରେ ପ୍ରଥମ ଥର ପାଇଁ ଭଦ୍ରକ ଆସିଥିଲେ ଜାତିର ଜନକ...

‘ସନାତନ’ ସ୍ରଷ୍ଟା

ଅସ୍ପୃଶ୍ୟତା ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ସମାଜରେ ଏକ କଳଙ୍କିତ ପ୍ରଥା ଭାବେ ରହିଆସିଛି। ମହାତ୍ମା ଗାନ୍ଧୀ ଏବଂ ବି.ଆର୍‌. ଆମ୍ବେଡ୍‌କର ଏହାକୁ ଦୂର କରିବା...

ପ୍ରେରଣାର ଉତ୍ସ ଭଗତ ସିଂହ

କିଶୋର ଜେନା ଆଧୁନିକ ଐକ୍ୟବଦ୍ଧ ଭାରତ ଗଠନରେ ଭଗତ ସିଂହଙ୍କ ମୌଳିକ ଅବଦାନ ରହିଛି। ୧୯୨୦-୨୧ର ଅହିଂସା ଅସହଯୋଗ ଆନ୍ଦୋଳନ ଗାନ୍ଧିଜୀ ପ୍ରତ୍ୟାହାର କରିବା ପରେ...

ଚାପରେ ବିଦ୍ୟାର୍ଥୀ ଓ ଆତ୍ମହତ୍ୟା

ଡା. ସମ୍ରାଟ କର ଭାରତୀୟ ଛାତ୍ରୀଛାତ୍ରମାନେ ଆଜିକା ସମୟରେ ନିଜର ସଫଳତାର ମାତ୍ରାକୁ ପୂରଣ କରିବା ପାଇଁ ସ୍ବାଭାବିକ ଭାବେ ଚାପଗ୍ରସ୍ତ ହେଉଛନ୍ତି। ସେଥିରେ ଆଉ...

ଏଇ ଭାରତରେ

ଉଚ୍ଚ ବେତନର ସରକାରୀ ଚାକିରି ତୁଳନାରେ କଇଁଛ ଜୀବନର ମୂଲ୍ୟ ବେଶି ଏହା ପ୍ରତିପାଦିତ କରିଛନ୍ତି ଶୈଳେନ୍ଦ୍ର ସିଂ। ପରିବାର ଇଚ୍ଛା ବିରୋଧରେ ୨୦୦୫ରେ ସୀମା...

Advertisement
Archives

Model This Week