ଏଇ ଭାରତରେ

ମହିଳାମାନେ ଶବଦାହ କରିବାର ପରମ୍ପରା ନ ଥିବା ବେଳେ କେରଳର ସେଲିନା ମାଇକେଲ ଦୀର୍ଘ ଦଶନ୍ଧି ଧରି ଏହି କାର୍ଯ୍ୟ କରୁଛନ୍ତି। କୋଚିର କାକାଣ୍ଡାରେ ରହୁଥିବା ସେଲିନା ଶବଦାହ ଭଳି ଏକ ପବିତ୍ର କାର୍ଯ୍ୟ କରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି। ସେ କୋଚିରେ ଶବଦାହ ଗୃହର କର୍ମଚାରୀ ଭାବେ ରହି ୧୫ ବର୍ଷ ମଧ୍ୟରେ ହଜାର ହଜାର ମୃତଦେହ ଦାହ କରିସାରିଲେଣି। ସେଲିନା ଆବଶ୍ୟକ କାଠ ନିଜେ ସଂଗ୍ରହ sକରି ବିଧି ମୁତାବକ ଦାହ କରନ୍ତି ଓ ସେହି ସ୍ଥାନକୁ ସଫା କରିଥାନ୍ତି। ମୃତ ବ୍ୟକ୍ତିଙ୍କ ପରିବାର ବା ସମ୍ପର୍କୀୟଙ୍କଠାରୁ କଲ୍‌ ପାଇବା କ୍ଷଣି ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି ଓ ଖୁବ୍‌ କମ୍‌ ସମୟରେ ଦାହ କାର୍ଯ୍ୟ ସମ୍ପାଦନ କରନ୍ତି। ୨୦ ବର୍ଷ ପୂର୍ବେ ସେଲିନାଙ୍କୁ ତାଙ୍କ ସ୍ବାମୀ ଘରୁ ବାହାର କରିଦେବା ପରେ ସେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ସାମାଜିକ ବାରଣ ସତ୍ତ୍ୱେ ପିଲାଙ୍କ ଯତ୍ନ ନେବା ଓ ଋଣ ଶୁଝିବା ପାଇଁ ଏ କ୍ଷେତ୍ରରେ ପାଦ ଦେଇଥିବା କହନ୍ତି ୫୮ ବର୍ଷୀୟା ସେଲିନା। ପ୍ରଥମେ ସେ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିଥିଲେ। ହେଲେ ମଜୁରି ଅର୍ଥ ପରିବାର ପାଇଁ ପର୍ଯ୍ୟାପ୍ତ ନ ହେବାରୁ ସେ ଶ୍ମଶାନ କର୍ମଚାରୀ ଭାବେ ଯୋଗ ଦେଇଥିଲେ। ଗୋଟିଏ ମୃତଦେହ ଦାହ କରିବାକୁ ସେ ୧୦୦୦ ଟଙ୍କା ନିଅନ୍ତି। ଏଥିରେ କାଠ କିଣନ୍ତି ଓ ମ୍ୟୁନିସିପାଲିଟିକୁ ୭୮୦ ଟଙ୍କା ଦିଅନ୍ତି। ଆଉ ଯାହା ବଳେ ତାହା ତାଙ୍କ ପାରିଶ୍ରମିକ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri