ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଜୀବିକା ଉପରେ ପ୍ରଭାବ ପକାଇଥିଲେ ବି ଅନେକଙ୍କୁ ନୂଆ ରାସ୍ତା ଦେଖାଇଛି। ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଅମେଠିର ସୋମେଶ୍ୱର ସିଂ ଜଣେ। ସେ ଚାକିରି ଛାଡ଼ି ଅମୃତଭଣ୍ଡା ଚାଷରୁ ବର୍ଷକୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସୋମେଶ୍ୱର ନୋଏଡାରେ ଏକ ଅନ୍ତର୍ଜାତୀୟ ପ୍ରଯୁକ୍ତି କମ୍ପାନୀରେ କାର୍ଯ୍ୟ କରୁଥିଲେ ଓ ମାସକୁ ୧ ଲକ୍ଷ ଟଙ୍କା ଦରମା ପାଉଥିଲେ। ମହାମାରୀ ଯୋଗୁ ମାର୍ଚ୍ଚ ୨୦୨୦ରେ ସେ ଚାକିରି ଛାଡ଼ି ତାଙ୍କ ଗାଁ ମଧୁପୁର ଖଦ୍ରିକୁ ଫେରିଥିଲେ। ପରେ ପରୀକ୍ଷାଭିତ୍ତିରେ ବିଭିନ୍ନ ଚାଷ କରି ବିଫଳ ହେବା ପରେ ୨୦୨୧ ମଧ୍ୟଭାଗରେ ଅମୃତଭଣ୍ଡା ଚାଷ ଆରମ୍ଭ କରିଥିଲେ। ସେ ୫,୦୦୦ ଚାରା ଯୋଗାଡ଼ କରି ୪ ଏକରରେ ଅମୃତଭଣ୍ଡା ଲଗାଇ ଏବେ ପ୍ରଚୁର ଫଳାଉଛନ୍ତି ଓ ସେଥିରୁ ବର୍ଷକୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ସିଞ୍ଚନ ଜଳସେଚନ ପଦ୍ଧତିରେ ଉକ୍ତ ଚାଷ କରୁଛନ୍ତି। ସେ ନିମ ତେଲକୁ କୀଟନାଶକ ଭାବେ ପ୍ରୟୋଗ କରୁଛନ୍ତି। ପ୍ରତି ସପ୍ତାହରେ ୨୦-୨୫ କୁଇଣ୍ଟାଲ ଅମୃତଭଣ୍ଡା ମିଳେ। ଜିଲା କୃଷି ଅଧିକାରୀଙ୍କ ସହଯୋଗରେ ଏଭଳି ସଫଳତା ପାଇଛନ୍ତି ବୋଲି କହନ୍ତି ସୋମେଶ୍ୱର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତ ବ୍ୟବସାୟ ଆରମ୍ଭ ହୋଇଥିଲା ୫୦୦ ଟଙ୍କାରେ। ଏବେ ଏଥିରୁ ମାସକୁ ୩ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଆସାମର କନିକା ତାଲୁକଦାର। ସେ...

ଅନ୍ତିମ ପ୍ୟାକେଜ୍‌

ପ୍ରକାଶ ତ୍ରିପାଠୀ   ଗତବର୍ଷ ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗୋଟିଏ ଷ୍ଟଲ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ଫଟୋ ସୋସିଆଲ...

ବାହାଘର

ଡ. ନାରାୟଣ ମହାନ୍ତି   ସେଦିନ ଅଧ୍ୟକ୍ଷ ଭଗବାନ୍‌ ଦାସ ଓରଫ ଦାସେଙ୍କ ମନ ଭାରି ଖୁସି ଥିଲା। କାରଣ ଏକକାଳୀନ ୧୫ ଜଣ ଅଧ୍ୟାପକ...

କ୍ଷତିକାରକ ନିବେଶକ

ଜୟତି ଘୋଷ   ଏକ ସାର୍ବଭୌମ ରାଷ୍ଟ୍ରରେ ଗୋଟିଏ ଘରୋଇ କମ୍ପାନୀ ତାହାର ଅଧିକାର କ୍ଷେତ୍ରକୁ ପ୍ରଭାବଶାଳୀ ରୂପରେ ଗଢ଼ିବା ଏବଂ ତାହାକୁ ନିୟନ୍ତ୍ରଣରେ ରଖିବା...

ଯୁଦ୍ଧର ରସାୟନ

ପାଠକେ, ଏଇ ପ୍ରବନ୍ଧ ଲେଖିବା ବେଳକୁ ରୁଷିଆ-ୟୁକ୍ରେନ, ଇସ୍ରାଏଲ ହମାସ/ଗାଜା ସମେତ ପୃଥିବୀର ଆଉ କିଛି ଅଞ୍ଚଳରେ ସାମରିକ ସଂଘର୍ଷ ଅବ୍ୟାହତ ରହିଛି। ତଥ୍ୟ ଅନୁସାରେ...

ଅର୍ଥନୀତି ଓ ଧର୍ମୀୟ ପର୍ଯ୍ୟଟନ

ସମ୍ପ୍ରତି ଅନେକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ମଠ, ମନ୍ଦିର, ଅନ୍ତର୍ଜାତୀୟ ଏବଂ ଜାତୀୟ ଖ୍ୟାତିସମ୍ପନ୍ନ ଧର୍ମୀୟ ସ୍ଥାନଗୁଡ଼ିକର ପୁନରୁଦ୍ଧାର, ନବୀକରଣ କାର୍ଯ୍ୟ ଆଗେଇ ଚାଲିଛି। ଏଥିଯୋଗୁ...

ବିପଦରେ ଉତ୍ତର-ପୂର୍ବ

ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଥିବାବେଳେ ମଣିପୁରରେ ହିଂସା ଘଟି ୧୩ ଜଣଙ୍କ ମୃତ୍ୟୁ ଘଟିଲା। ମଣିପୁର ଟେଙ୍ଗନୌପାଲ ଜିଲାର ସାଇବଲ୍‌...

ଏଇ ଭାରତରେ

ଡାକ୍ତର ହେଉ କିମ୍ବା ଇଞ୍ଜିନିୟର, ଅଧିକ ରୋଜଗାର ପାଇର୍ଁ ସେମାନେ ଆମେରିକାରେ ଚାକିରି କରିବାକୁ ପସନ୍ଦ କରନ୍ତି। ଏମତି ବି ପସନ୍ଦ ଥିଲା ଡା. ଚନ୍ଦିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri