ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଜୀବିକା ଉପରେ ପ୍ରଭାବ ପକାଇଥିଲେ ବି ଅନେକଙ୍କୁ ନୂଆ ରାସ୍ତା ଦେଖାଇଛି। ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଅମେଠିର ସୋମେଶ୍ୱର ସିଂ ଜଣେ। ସେ ଚାକିରି ଛାଡ଼ି ଅମୃତଭଣ୍ଡା ଚାଷରୁ ବର୍ଷକୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସୋମେଶ୍ୱର ନୋଏଡାରେ ଏକ ଅନ୍ତର୍ଜାତୀୟ ପ୍ରଯୁକ୍ତି କମ୍ପାନୀରେ କାର୍ଯ୍ୟ କରୁଥିଲେ ଓ ମାସକୁ ୧ ଲକ୍ଷ ଟଙ୍କା ଦରମା ପାଉଥିଲେ। ମହାମାରୀ ଯୋଗୁ ମାର୍ଚ୍ଚ ୨୦୨୦ରେ ସେ ଚାକିରି ଛାଡ଼ି ତାଙ୍କ ଗାଁ ମଧୁପୁର ଖଦ୍ରିକୁ ଫେରିଥିଲେ। ପରେ ପରୀକ୍ଷାଭିତ୍ତିରେ ବିଭିନ୍ନ ଚାଷ କରି ବିଫଳ ହେବା ପରେ ୨୦୨୧ ମଧ୍ୟଭାଗରେ ଅମୃତଭଣ୍ଡା ଚାଷ ଆରମ୍ଭ କରିଥିଲେ। ସେ ୫,୦୦୦ ଚାରା ଯୋଗାଡ଼ କରି ୪ ଏକରରେ ଅମୃତଭଣ୍ଡା ଲଗାଇ ଏବେ ପ୍ରଚୁର ଫଳାଉଛନ୍ତି ଓ ସେଥିରୁ ବର୍ଷକୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ସିଞ୍ଚନ ଜଳସେଚନ ପଦ୍ଧତିରେ ଉକ୍ତ ଚାଷ କରୁଛନ୍ତି। ସେ ନିମ ତେଲକୁ କୀଟନାଶକ ଭାବେ ପ୍ରୟୋଗ କରୁଛନ୍ତି। ପ୍ରତି ସପ୍ତାହରେ ୨୦-୨୫ କୁଇଣ୍ଟାଲ ଅମୃତଭଣ୍ଡା ମିଳେ। ଜିଲା କୃଷି ଅଧିକାରୀଙ୍କ ସହଯୋଗରେ ଏଭଳି ସଫଳତା ପାଇଛନ୍ତି ବୋଲି କହନ୍ତି ସୋମେଶ୍ୱର।


Enter your email to get our daily news in your inbox.

All Right Reserved By Dharitri.Com

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଏଇ ଭାରତରେ

ଉତ୍ତମ ଟେରୋନ ଜଣେ ଶିକ୍ଷକ। ରହନ୍ତି ଆସାମର ଏକ ଛୋଟ ଗାଁରେ। ତାଙ୍କୁ ବୟସ ଏବେ ୪୭ ବର୍ଷ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଗଁାରେ…

ବସାଘର

ମଣିଷ, ଜୀବଜଗତ ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ କରିଥାନ୍ତି। ଆଦିମ ସଭ୍ୟତାରେ ମଣିଷ ଯାହା ପାଇଲା ତାହା ଖାଉଥିଲା ଓ ଯେଉଁଠି ପାରୁଥିଲା ସେଇଠି ବିଶ୍ରାମ ନେଉଥିଲା।…

ଖଣି ଆଇନ ସଂଶୋଧନର ପ୍ରଭାବ

ଯନ୍ତରମନ୍ତରରେ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ର ସରକାର ‘ଖଣି ଓ ଖଣିଜ (ବିକାଶ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri