ଏଇ ଭାରତରେ

ମନ୍ଦିରରେ ଦିଅଁସେବା ପରେ ଫିଙ୍ଗି ଦିଆଯାଉଥିବା ଫୁଲକୁ ସଂଗ୍ରହ କରି ତାହାର ପୁନଃ ଉପଯୋଗ କରୁଛନ୍ତି ସୁରଟର ୨୨ ବର୍ଷୀୟା ଇଞ୍ଜିନିୟର ମୈତ୍ରୀ ଜରିଓ୍ବାଲା। ସେ ଏହି ଫୁଲରୁ ୧୦ ପ୍ରକାର ଉତ୍ପାଦ ତିଆରି କରିବା ସହ ବର୍ଜ୍ୟ ସମସ୍ୟା ସମାଧାନ କରିପାରୁଛନ୍ତିି। ଗତବର୍ଷ ହୋଲି ସମୟରେ ସେ ଶୁଖିଲା ଫୁଲରୁ ରଙ୍ଗ ପ୍ରସ୍ତୁତ କରି ତାଙ୍କ ବିଜ୍‌ନେସ (ଡ୍ରାଏଡ୍‌ ଫ୍ଲାଓ୍ବାର୍‌ ବିଜ୍‌ନେସ)ର ପ୍ରଥମ ସଫଳତା ପାଇଥିଲେ। ପରେ ସେ ତାଙ୍କ କାର୍ଯ୍ୟକୁ ସମ୍ପ୍ରସାରିତ କରି କେତେଜଣ ଲୋକଙ୍କୁ ନିଯୁକ୍ତ କରିଛନ୍ତି ଏବଂ ଦିନକୁ ୭୦ କେ.ଜି. ବର୍ଜ୍ୟ ଫୁଲର ଉଚିତ ଉପଯୋଗ କରିପାରୁଛନ୍ତି। ମନ୍ଦିରରୁ ଫୁଲ ସଂଗ୍ରହ କରିବା ଲାଗି ସୁରଟ ନଗର ନିଗମର ଅନୁମତି ନେଇଛନ୍ତି। ବର୍ତ୍ତମାନ ସହରର ୧୦ଟି ମନ୍ଦିରରୁ ଫୁଲ ସଂଗ୍ରହ କରାଯାଉଛି। ମୈତ୍ରୀ ଏବଂ ତାଙ୍କ ଟିମ୍‌ ଏହିସବୁ ଫୁଲରୁ ଅତର, ମହମବତି, ଅଗରବତି, ଜିଆଖତ ଏବଂ ହୋଲି ସମୟରେ ଜୈବିକ ରଙ୍ଗ ପ୍ରସ୍ତୁତ କରୁଛନ୍ତି। ସବୁଠୁ ବଡ଼ କଥା ହେଉଛି ଏସବୁ ଜିନିଷ ଲୋକମାନେ ହାତରେ ତିଆରି କରୁଛନ୍ତି, କୌଣସି ମେଶିନ ବ୍ୟବହାର କରାଯାଉନାହିଁ। ସବୁ ଖର୍ଚ୍ଚ ବାଦ୍‌ ସେ ଏହି ବିଜ୍‌ନେସରୁ ମାସକୁ ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହି କାର୍ଯ୍ୟ ସକାଶେ ଗୁଜରାଟ ସରକାର ତାଙ୍କୁ ‘ରିସାଇକ୍ଲିଂ ହିରୋ’ ଭାବେ ସମ୍ମାନିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri