ଏଇ ଭାରତରେ

ମନ୍ଦିରରେ ଦିଅଁସେବା ପରେ ଫିଙ୍ଗି ଦିଆଯାଉଥିବା ଫୁଲକୁ ସଂଗ୍ରହ କରି ତାହାର ପୁନଃ ଉପଯୋଗ କରୁଛନ୍ତି ସୁରଟର ୨୨ ବର୍ଷୀୟା ଇଞ୍ଜିନିୟର ମୈତ୍ରୀ ଜରିଓ୍ବାଲା। ସେ ଏହି ଫୁଲରୁ ୧୦ ପ୍ରକାର ଉତ୍ପାଦ ତିଆରି କରିବା ସହ ବର୍ଜ୍ୟ ସମସ୍ୟା ସମାଧାନ କରିପାରୁଛନ୍ତିି। ଗତବର୍ଷ ହୋଲି ସମୟରେ ସେ ଶୁଖିଲା ଫୁଲରୁ ରଙ୍ଗ ପ୍ରସ୍ତୁତ କରି ତାଙ୍କ ବିଜ୍‌ନେସ (ଡ୍ରାଏଡ୍‌ ଫ୍ଲାଓ୍ବାର୍‌ ବିଜ୍‌ନେସ)ର ପ୍ରଥମ ସଫଳତା ପାଇଥିଲେ। ପରେ ସେ ତାଙ୍କ କାର୍ଯ୍ୟକୁ ସମ୍ପ୍ରସାରିତ କରି କେତେଜଣ ଲୋକଙ୍କୁ ନିଯୁକ୍ତ କରିଛନ୍ତି ଏବଂ ଦିନକୁ ୭୦ କେ.ଜି. ବର୍ଜ୍ୟ ଫୁଲର ଉଚିତ ଉପଯୋଗ କରିପାରୁଛନ୍ତି। ମନ୍ଦିରରୁ ଫୁଲ ସଂଗ୍ରହ କରିବା ଲାଗି ସୁରଟ ନଗର ନିଗମର ଅନୁମତି ନେଇଛନ୍ତି। ବର୍ତ୍ତମାନ ସହରର ୧୦ଟି ମନ୍ଦିରରୁ ଫୁଲ ସଂଗ୍ରହ କରାଯାଉଛି। ମୈତ୍ରୀ ଏବଂ ତାଙ୍କ ଟିମ୍‌ ଏହିସବୁ ଫୁଲରୁ ଅତର, ମହମବତି, ଅଗରବତି, ଜିଆଖତ ଏବଂ ହୋଲି ସମୟରେ ଜୈବିକ ରଙ୍ଗ ପ୍ରସ୍ତୁତ କରୁଛନ୍ତି। ସବୁଠୁ ବଡ଼ କଥା ହେଉଛି ଏସବୁ ଜିନିଷ ଲୋକମାନେ ହାତରେ ତିଆରି କରୁଛନ୍ତି, କୌଣସି ମେଶିନ ବ୍ୟବହାର କରାଯାଉନାହିଁ। ସବୁ ଖର୍ଚ୍ଚ ବାଦ୍‌ ସେ ଏହି ବିଜ୍‌ନେସରୁ ମାସକୁ ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହି କାର୍ଯ୍ୟ ସକାଶେ ଗୁଜରାଟ ସରକାର ତାଙ୍କୁ ‘ରିସାଇକ୍ଲିଂ ହିରୋ’ ଭାବେ ସମ୍ମାନିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri