ଏଇ ଭାରତରେ

ଦିଲ୍ଲୀ ନିବାସୀ ଉଷା ଗୁପ୍ତାଙ୍କ ବୟସ ୮୮ ଛୁଇଁଲାଣି। ପରିଣତ ବୟସରେ ଗରିବଙ୍କ ସେବା ମନସ୍କତା ତାଙ୍କୁ ନିଆରା ପରିଚୟ ଦେଇଛି। ଏବେ ସେ ଆଚାର ବିକ୍ରିକରି ସେମାନଙ୍କ ସେବା ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି ଓ ଅସହାୟ ଗରିବଙ୍କୁ ଖାଇବାକୁ ଦେଉଛନ୍ତି। ଏବେ ସୁଦ୍ଧା ସେ ୬୫,୦୦୦ ଏଭଳି ଲୋକଙ୍କୁ ଖାଇବାକୁ ଦେଇସାରିଲେଣି। ଉଷା ଓ ତାଙ୍କ ସ୍ବାମୀ ରାଜକୁମାର କୋଭିଡ୍‌-୧୯ ମହାମାରୀରେ ଆକ୍ରାନ୍ତ ହୋଇଥିଲେ ଓ ପରେ ରାଜଙ୍କ ଦେହାନ୍ତ ହୋଇଥିଲା। ମହାମାରୀ ସମୟରେ ଲୋକଙ୍କ କଷ୍ଟମୟ ଜୀବନକୁ ଦେଖି ସେମାନଙ୍କୁ ସାହାଯ୍ୟ କରିବାକୁ ଉଷା ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ନାତୁଣୀ ଡ. ରାଧିକା ବାତ୍ରାଙ୍କ ସହଯୋଗରେ ‘ପିକଲ୍ଡ ଓ୍ବିଥ୍‌ ଲଭ୍‌’ ସଂସ୍ଥା ଗଠନ ସହ ଆଚାର ଓ ଚଟଣି ତିଆରି କରି ବିକ୍ରି ଆରମ୍ଭ କରିଥିଲେ। ସେଥିରୁ ଯାହା ଆୟ ହେଲା ତାହାକୁ ସେ ଗରିବଙ୍କ ସେବାରେ ଲଗାଇଲେ ଓ ଏଯାବତ୍‌ ତାହା କରିଆସୁଛନ୍ତି। କେବଳ ଏତିକି ନୁହେଁ, ସେ କୋଭିଡ୍‌-୧୯ରେ ପ୍ରଭାବିତ ପରିବାରକୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri