ଏଇ ଭାରତରେ

ଆନ୍ଧ୍ରପ୍ରଦେଶର ଦୁଇ ଯୁବ ଇଞ୍ଜିନିୟରଙ୍କ ବର୍ଜ୍ୟ ପରିଚାଳନା ପଦ୍ଧତି ଏକ ଉଦାହରଣ ସୃଷ୍ଟି କରିଛି। ତିରୁପତିର ଦର୍ଶନ ଚାଲ୍ଲୁର ଏବଂ ଚନ୍ଦନ କଙ୍ଗନାପଲ୍ଲୀ ‘ଇକୋଫିନିକ୍ସ’ ଷ୍ଟାର୍ଟଅପ୍‌୍‌ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ତିରୁପତି ସହରରୁ ସଂଗୃହୀତ ବର୍ଜ୍ୟରୁ ଖତ ପ୍ରସ୍ତୁତକରି କୃଷକମାନଙ୍କୁ ଶସ୍ତାରେ ବିକ୍ରି କରୁଛନ୍ତି। ମନ୍ଦିର ସହର ତିରୁପତିକୁ ପ୍ରତିବର୍ଷ ପ୍ରାୟ ୪ କୋଟି ଶ୍ରଦ୍ଧାଳୁ ଆସନ୍ତି ଓ ସହରରେ ପ୍ରତିଦିନ ୪ଟନ୍‌ ବର୍ଜ୍ୟ ଠୁଳ ହୁଏ। ଏହା ଯୋଗୁ ପରିବେଶ ପ୍ରଦୂଷଣ ବଢ଼ିଯାଏ। ଏଭଳି ସ୍ଥିତି ଟାଳିବାକୁ ଦର୍ଶନ ଓ ଚନ୍ଦନ ବର୍ଜ୍ୟରୁ ଖତ ତିଆରି କରିବା ଆରମ୍ଭକରି ଏବେ ସଫଳତା ପାଇଛନ୍ତି। ବର୍ତ୍ତମାନ ଦିନକୁ ୧ଲକ୍ଷ କେ.ଜି. ଖତ ପ୍ରସ୍ତୁତ କରାଯାଉଛି। ପ୍ରତି ମାସରେ ଖତ ବିକ୍ରି କରି ସେମାନେ ୧୦ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେ.ଜି. ପ୍ରତି ଖତ ଦର ରଖାଯାଇଛି ମାତ୍ର ୪ ଟଙ୍କା। ଏହା କୃଷକମାନଙ୍କ ପାଇଁ ବେଶ୍‌ ସହାୟକ ହୋଇପାରୁଛି ବୋଲି କହନ୍ତି ଚନ୍ଦନ।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri