ଏଇ ଭାରତରେ

ଶିକ୍ଷାଦାନରେ ସୀମିତ ରହିନାହାନ୍ତି କେରଳର ମୁରିକାଟ୍ଟୁକୁଡିସ୍ଥ ସରକାରୀ ଆଦିବାସୀ ଉଚ୍ଚମାଧ୍ୟମିକ ସ୍କୁଲର ଦୃଷ୍ଟିବାଧିତ ଶିକ୍ଷୟିତ୍ରୀ ଲିନ୍ସି ଜର୍ଜ । ଇଡୁକ୍କି ଜିଲାର ଉକ୍ତ ସ୍କୁଲରେ ପଢୁଥିତ୍ବା ଅନେକ ଗରିବ ଆଦିବାସୀ ପିଲାମାନେ କିଭଳି ଭଲ ଖାଇବେ ଓ ଭଲ ଘରେ ରହି ପଢିବେ ସେଥିପାଇଁ ସେ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଏବେ ସୁଦ୍ଧା ସେ ପିଲାମାନଙ୍କ ପାଇଁ ୬ଟି ଘର ନିର୍ମାଣ କରିସାରିଲେଣି। ଲୋକମାନଙ୍କଠାରୁ ପାଖାପାଖି ୫ ଲକ୍ଷ ଟଙ୍କା ଦାନ ଆକାରରେ ଯୋଗାଡ଼ କରି ଏହି ଘରଗୁଡ଼ିକ ନିର୍ମାଣ କରିଛନ୍ତ ଓ ଏଥିରେ ରହୁଥିବା ଗରିବ ପିଲାମାନଙ୍କର ସବୁ ଖର୍ଚ୍ଚ ମଧ୍ୟ ସେ ବହନ କରୁଛନ୍ତି। ୨୦୦୭ରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଜଣେ ଅଭାବୀ ପରିବାରର ଛାତ୍ରୀ ଭୋକରେ ଥିବା ଓ ତା’ପୂର୍ବ ରାତିରୁ ଖାଇ ନ ଥିବା ଲିନି୍ସଙ୍କୁ କହିବା ପରେ ସେ ପିଲାଟିକୁ ଖାଇବାକୁ ଦେଇଥିଲେ। ଏହା ତାଙ୍କ ମନକୁ ଆନ୍ଦୋଳିତ କରିଥିତ୍ଲା ଓ ପରେ ତାଙ୍କ ସ୍କୁଲରେ ପଢୁଥିବା ଏଭଳି ଅନେକ ପିଲାଙ୍କୁ ରହିବାକୁ ଘର ଓ ଖାଦ୍ୟ ଯୋଗାଇବା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । କେବଳ ଏତିକି ନୁହେଁ ଲକ୍‌ଡାଉନ ସମୟରେ ଅନ୍‌ଲାଇନ କ୍ଲାସ୍‌ ଲାଗି ସେ କେତେଜଣ ପିଲାଙ୍କୁ ମୋବାଇଲ ଓ ୧୦୦ ଗରିବ ପରିବାରକୁ ରାଶନ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ସ୍ବାମୀ ସେବାଷ୍ଟିନା, ଯିଏ ଏକ ଘରୋଇ କଲେଜରେ ଜଣେ ଅଫିସ ଷ୍ଟାଫ୍‌ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri