ଏଇ ଭାରତରେ

ପ୍ରାଣୀଙ୍କ ସେବା ମହତ୍‌ କାର୍ଯ୍ୟ- ଏକଥା ଅନୁଭବ କରିଛନ୍ତି ରାଜସ୍ଥାନର ଗଜରାଜ ସିଂ କଚ୍ଛଓ୍ବା। ସେଥିପାଇଁ ସେ ଜୟପୁରରେ ‘ବେଜୁବାନ୍‌ କି ରୋଷେଇ’ ବା ‘କିଚେନ୍‌ ଫର୍‌ ଦି ଭଏସ୍‌ଲେସ’ ଖୋଲି ହଜାର ହଜାର ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ୫ ବର୍ଷ ହେବ ତାଙ୍କ ଖର୍ଚ୍ଚରେ କୁକୁରମାନଙ୍କୁ ଖାଇବାକୁ ଦେଉଛନ୍ତି। ଲକ୍‌ଡାଉନ ସମୟରେ ସେ ଦୈନିକ ୬୦୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଖାଇବାକୁ ଦେଉଥିଲେ। ଏବେ କୁକୁୁରଙ୍କ ପାଇଁ ପୋଷକ ଖାଦ୍ୟ ପ୍ରସ୍ତୁତ କରି ତାହାକୁ ପ୍ୟାକ୍‌ କରୁଛନ୍ତି। ପ୍ରଥମରୁ ଏଥିପାଇଁ କିଛି ଦେୟ ଧାର୍ଯ୍ୟ କରି ନ ଥିଲେ ମଧ୍ୟ ଏହି ଅଭିଯାନକୁ ବ୍ୟାପକ କରିବାକୁ ସ୍ବଳ୍ପ ମୂଲ୍ୟରେ ଲୋକଙ୍କୁ ବିକ୍ରି କରୁଛନ୍ତି। ପ୍ରତିଦିନ ଖାଦ୍ୟ ପ୍ରସ୍ତୁତ ହେବା ପରେ ଏହାକୁ ଜୟପୁର ବିବେକ ବିହାର ଷ୍ଟେଶନ ନିକଟସ୍ଥ ଏକ ଷ୍ଟଲରେ ୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ସେଥିରେ ୪୦୦ ଗ୍ରାମର ଭାତ, ପନିର, ସୋୟାବିନ ଓ ଅଣ୍ଡା ରଖାଯାଉଛି। ଲୋକମାନେ ଏହି ମୂଲ୍ୟରେ ଖାଦ୍ୟ କିଣି ବୁଲା କୁକୁରଙ୍କୁ ଦେଉଛନ୍ତି ଓ ନିଜ ପୋଷା କୁକୁରଙ୍କ ପାଇଁ ମଧ୍ୟ ନେଉଛନ୍ତି। ଏଥିରୁ ଯାହା ରୋଜଗାର ହେଉଛି କଚ୍ଛଓ୍ବା ତାହାକୁ ରୋଷେଇ ଓ ପ୍ୟାକେଟ ଖର୍ଚ୍ଚରେ ଲଗାଉଛନ୍ତି। କଚ୍ଛଓ୍ବାଙ୍କୁ ଏକ ସ୍ଥାନୀୟ କ୍ଲବ ସହଯୋଗ କରିବା ସହ ପ୍ରତିଦିନ ବୁଲାକୁକୁରଙ୍କୁ ନେଇ ଖାଇବାକୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri