ଏଇ ଭାରତରେ

ପାଠ ଓ ପରିବାର ବୋଝକୁ ନେଇ ଆଗକୁ ବଢ଼ୁଥିବା କେରଳର ଦୁଇ ଭଉଣୀଙ୍କ ସଂଗ୍ରାମ ଯୁବପିଢ଼ିଙ୍କ ଲାଗି ପ୍ରେରଣାଦାୟକ। ଥିରୁଭାନନ୍ତପୁରମ ଅଟିଙ୍ଗଲର ହରିପ୍ରିୟା ଓ ଶିବପ୍ରିୟା ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ସ୍କୁଲ ଫି’ ଦେଉଛନ୍ତି ଓ ପାଠ୍ୟ ଉପକରଣ କିଣୁଛନ୍ତି। କାହା ଉପରେ ନିର୍ଭର ନ କରିବାର ସଂକଳ୍ପ ନେଇ ଦୁଇ ଭଉଣୀ ପ୍ରଥମେ ଘରେ ପ୍ରୋ ବ୍ୟାଗ୍‌ରେ ପରିବା ଚାଷ କରି ତାହାକୁ ସ୍କୁଲରେ ଶିକ୍ଷକମାନଙ୍କୁ ବିକିଥିଲେ। ପରେ ପଡ଼ୋଶୀଙ୍କ କିଛି ଜମିରେ ଚାଷ ଆରମ୍ଭ କରିଥିଲେ। ପିତା ଆର୍ଥିକ ସଂକଟର ସମ୍ମୁଖୀନ ହେବା ପରେ ସେମାନେ ପରିବାର ଚଳାଇବା ସହ ପଢ଼ା ଖର୍ଚ୍ଚ ତୁଲାଇବାକୁ ଜୈବିକ ଚାଷ କରିଥିଲେ। ଏବେ ସେମାନେ ସବୁ ଋତୁରେ ବିଭିନ୍ନ ପରିବା ଚାଷ କରୁଛନ୍ତି। ସକାଳ ୫ଟାରୁ ଚାଷରେ ଲାଗୁଛନ୍ତି ଓ ପରେ ଟାସ୍କ ଶେଷ କରି ସ୍କୁଲ ଯାଉଛନ୍ତି। ସ୍କୁଲରୁ ଫେରି ପୁଣି କ୍ଷେତକୁ ଯାଉଛନ୍ତି। ହରିପ୍ରିୟା ଓ ଶିବପ୍ରିୟ ନିକଟ କୁକୁଡ଼ା ଫାର୍ମରୁ ଖତ ସଂଗ୍ରହ କରି ଚାଷ କରୁଛନ୍ତି। ହରିପ୍ରିୟା ୯ମ ଶ୍ରେଣୀରେ ପଢ଼ୁଛନ୍ତି ଓ ଶିବପ୍ରିୟା ତଳ କ୍ଲାସର ଛାତ୍ରୀ। ହରିପ୍ରିୟା କୃଷି ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଶିବପ୍ରିୟା ସେନାରେ ଯୋଗଦେବାକୁ ଚାହାନ୍ତି। ଦୁହେଁ କେବେ ବି ସ୍କୁଲ ବନ୍ଦ କରିନାହାନ୍ତି। କୃଷି ପ୍ରତି ଦୁଇ ଭଉଣୀଙ୍କ ଏଭଳି ଆଗ୍ରହକୁ ଲକ୍ଷ୍ୟକରି ରାଜ୍ୟ କୃଷି କର୍ମଶାଳାରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri