ଏଇ ଭାରତରେ

ଅସହାୟ ବୟସ୍କଙ୍କ ସାହାରା ପାଲଟିଛନ୍ତି ତାମିଲନାଡୁର ଏକ ଦମ୍ପତି ରାଜେଶ୍ୱରୀ ଏବଂ ଏନ. ରାମମୂର୍ତ୍ତି। ଗହଣା ବିକି ସେହି ଅର୍ଥରେ ଆଶ୍ରୟଗୃହ ଖୋଲି ମାଗଣାରେ ବୟସ୍କମାନଙ୍କ ସେବା କରୁଛନ୍ତି। ସେମାନେ କୁଷ୍ଠରୋଗୀଙ୍କ ପାଇଁ ମଧ୍ୟ ରହିବାର ବ୍ୟବସ୍ଥା କରିଛନ୍ତି। ତାମିଲନାଡୁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ୨୦ ବର୍ଷ ପୂର୍ବେ ଏନ୍‌. ରାମମୂର୍ତ୍ତି ଡେନାଲାଇ ଗ୍ରାମରେ ତାଙ୍କ ଘରେ ଜଣେ କୁଷ୍ଠ ରୋଗ ପୀଡ଼ିତାଙ୍କ ଯତ୍ନ ନେବା ଆରମ୍ଭ କରିଥିଲେ। ପୀଡ଼ିତାଙ୍କୁ ଔଷଧ ଏବଂ ଖାଦ୍ୟ ଦେଉଥିଲେ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ। ଏହିଠାରୁ ସେମାନଙ୍କ ସେବା ଆରମ୍ଭ ହୋଇଥିଲା। ଏହି ଖବର ପ୍ରଚାର ହେବା ପରେ କିଛିଦିନ ମଧ୍ୟରେ ଆଉ ଜଣେ ବୟସ୍କା ମହିଳା ତାଙ୍କ ଘରେ ପହଞ୍ଚତ୍ଲେ ଓ ଧୀରେ ଧୀରେ ଅସହାୟଙ୍କ ସଂଖ୍ୟା ୫ରେ ପହଞ୍ଚତ୍ଥିଲା। ଏହାକୁ ଲକ୍ଷ୍ୟକରି ସେମାନେ ୨୦୦୫ରେ ଏମ୍‌ଏନ୍‌ ଟ୍ରଷ୍ଟ ଗଠନ କରିଥିଲେ ଓ ଗହଣା ବିକି ଏକ ଆଶ୍ରୟଗୃହ ନିର୍ମାଣ କରିଥିଲେ। ଏଭଳି କାର୍ଯ୍ୟ ଲାଗି ଗାଁରେ ଲୋକେ ତାଙ୍କଠାରୁ ଦୂରେଇ ରହୁଥିଲେ। ହେଲେ ଏହାକୁ ଖାତିର ନ କରି ଏହି ଦମ୍ପତି ସେମାନଙ୍କ ସେବା ଜାରି ରଖିଲେ । ଆଜି ୫୧ ଜଣ ଅସହାୟଙ୍କ ଆଶ୍ରୟ ପାଲଟି ଯାଇଛି ତାଙ୍କ ଘର। ଡାକ୍ତରଙ୍କ ଦ୍ୱାରା ବୟସ୍କମାନଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ଔଷଧ, ପୋଷାକ ଓ ଅନ୍ୟାନ୍ୟ ବାବଦ ଖର୍ଚ୍ଚ ଏହି ଦମ୍ପତି ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri