ଏଇ ଭାରତରେ

ପ୍ରଦୂଷଣ ରୋକିବାରେ କେରଳର ଗୋଟିଏ ଦମ୍ପତିଙ୍କ ଅଭିନବ ଉପାୟ ଏକ ଉଦାହରଣ ସୃଷ୍ଟି କରିଛି। ବିନୟ କୁମାର ବାଲ୍‌କ୍ରିଷ୍ଣନ ଏବଂ ତାଙ୍କ ସ୍ତ୍ରୀ ଇନ୍ଦିରା ଗହମ ଓ ଧାନ କୁଣ୍ଡାରୁ ଏଡିବଲ ଟେବୁଲଓ୍ବେର୍‌ ବା ଖାଇବାଯୋଗ୍ୟ ଚାମଚ, କଣ୍ଟାଚାମଚ, କପ୍‌, ପ୍ଲେଟ, ଠୋଲା ଆଦି ଜିନିଷ ତିଆରି କରୁଛନ୍ତି। ଏହାଦ୍ୱାରା ପ୍ଲାଷ୍ଟିକ ବ୍ୟବହାର କମ୍‌ ହୋଇପାରୁଛି। ସେ ପୋଲାଣ୍ଡ ଗସ୍ତରେ ଥିବାବେଳେ ଏଭଳି ଜିନିଷ ତିଆରି କରୁଥିବା କମ୍ପାନୀ ଦେଖିଥିଲେ। ପରେ ସେଠାରୁ ଫେରି ୨୦୧୮ରେ ‘ଥୁଶାନ’ ସଂସ୍ଥା ଗଠନ କରି ତାଙ୍କ ସ୍ତ୍ରୀଙ୍କ ସହାୟତାରେ ଏହି କାର୍ଯ୍ୟ ଆରମ୍ଭ କରିଥିତ୍ଲେ। ସେ କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ଅଧୀନସ୍ଥ ଥିରୁଭାନନ୍ତପୁରମ୍‌ର ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇଣ୍ଟରଡିସିପ୍ଲିନାରୀ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏନ୍‌ଆଇଆଇଏସ୍‌ଟି) ସହଯୋଗରେ ଦେଢ ବର୍ଷରେ ମେଶିନ୍‌ ତିଆରି କରି ଉପତ୍ାଦନ ଆରମ୍ଭ କରିିଥିଲେ। ଏବେ ତାଙ୍କ ଫ୍ୟାକ୍ଟ୍ରିରେ ଦିନକୁ ୧,୦୦୦ ପ୍ଲେଟ୍‌ ସହ ଅନ୍ୟସବୁ ଜିନିଷ ତିଆରି ହେଉଛି। ଏହା ବ୍ୟତୀତ ମାଟିରେ ସହଜରେ ମିଶିଯିବା ଭଳି ଅନ୍ୟ ଜିନିଷ ମଧ୍ୟ ତିଆରି କରାଯାଉଛି। ଏହି ପ୍ଲେଟର ଦାମ୍‌ ଆକାର ଅନୁଯାୟୀ ୩ ଟଙ୍କାରୁ ୨୦ ଟଙ୍କା ଯାଏ ରଖାଯାଇଛି। ଏବେ କମ୍ପାନୀର ଉପତ୍ାଦକୁ କେରଳର ୧୦ଟି ଜିଲାରେ ବିକ୍ରି କରାଯାଉଛି। ଫଳରେ ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ୍‌ ବ୍ୟବହାର ବହୁଳ ଭାବେ ହ୍ରାସ ପାଉଛି ବୋଲି କହିଛନ୍ତି ବିନୟ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri