ଏଇ ଭାରତରେ

୪ ଦଶନ୍ଧି ଧରି ମ୍ୟାନଗ୍ରୋଭ ସଂରକ୍ଷଣରେ ଲାଗିଛନ୍ତି କେରଳର କନ୍ଦଲ ରଞ୍ଜନ। କନ୍ଦଲ ହେଉଛି ତାଙ୍କ ଡାକ ନାମ, ଯାହାର ଅର୍ଥ ହେଉଛିି ମ୍ୟାନଗ୍ରୋଭ। ସେ କନ୍ନୁର ଜିଲାର ପାଝାୟାଣ୍ଡି ନଦୀଅବବାହିକାରେ ଥିବା ମ୍ୟାନଗ୍ରୋଭର ସଂରକ୍ଷଣ କରିବା ସହ ଘରେ ଏକ ନର୍ସରି ଖୋଲିଛନ୍ତି। ଏଠାରେ ୫,୦୦୦ ମ୍ୟାନଗ୍ରୋଭ ଚାରା ଅଛି। ରଞ୍ଜନ ସକାଳୁ ନଦୀରୁ ମାଛ ଧରିବା ଲାଗି ତାଙ୍କ ବୋଟ୍‌ ନେଇ ବାହାରିଯାଆନ୍ତି। ଏହି ସମୟରେ ସେ ମ୍ୟାନଗ୍ରୋଭ ମଞ୍ଜି ସଂଗ୍ରହ କରି ଏଭଳି ନର୍ସରି କରିପାରିଛନ୍ତି। ମାଛ ଧରିବା ସମୟରେ ରଞ୍ଜନ ଚାରା ଲଗାଉଛନ୍ତି। ରୋପଣ କରୁଥିବା ଚାରାଗୁଡ଼ିକର ଯତ୍ନ ମଧ୍ୟ ନେଉଛନ୍ତି। ୪୦ ବର୍ଷ ହେବ ସେ ଗଛ ଲଗାଇ ଚାଲିଛନ୍ତି ଓ ଏବେ ତାଙ୍କ ବୟସ ୫୮ ଛୁଇଁଲାଣି। ନର୍ସରିରୁ ଲୋକମାନଙ୍କୁ ମାଗଣାରେ ସେ ଚାରା ଯୋଗାଇ ଦେଉଛନ୍ତି। ସ୍କୁଲ୍‌, କଲେଜ ଓ ବିଭିନ୍ନ ସଂସ୍ଥା ମଧ୍ୟ ତାଙ୍କଠାରୁ ଚାରା ନେଉଛନ୍ତି। ଚାରାର ଯତ୍ନ କିଭଳି ନିଆଯାଇପାରିବ ସେ ସମ୍ପର୍କରେ ରଞ୍ଜନ ଲୋକମାନଙ୍କୁ ବୁଝାଇ ଦିଅନ୍ତି। ମ୍ୟାନ୍‌ଗ୍ରୋଭରେ ୨୨ଟି ପ୍ରଜାତିର ଗଛ ରହିଥିଲା ଓ ଏବେ ବହୁ ସଂଖ୍ୟାରେ କମିବା ଲକ୍ଷ୍ୟ କରି ଏଗୁଡ଼ିକର ବଂଶ ରକ୍ଷା ଲାଗି ଏଭଳି ଅଭିଯାନ ଚଳାଇଛନ୍ତି ବୋଲି କହନ୍ତି ରଞ୍ଜନ। ସେ ମଧ୍ୟ କେରଳ ବନ ବିଭାଗ ଦ୍ୱାରା ମ୍ୟାନଗ୍ରୋଭ ବନୀକରଣ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri