ଏଇ ଭାରତରେ

୪ ଦଶନ୍ଧି ଧରି ମ୍ୟାନଗ୍ରୋଭ ସଂରକ୍ଷଣରେ ଲାଗିଛନ୍ତି କେରଳର କନ୍ଦଲ ରଞ୍ଜନ। କନ୍ଦଲ ହେଉଛି ତାଙ୍କ ଡାକ ନାମ, ଯାହାର ଅର୍ଥ ହେଉଛିି ମ୍ୟାନଗ୍ରୋଭ। ସେ କନ୍ନୁର ଜିଲାର ପାଝାୟାଣ୍ଡି ନଦୀଅବବାହିକାରେ ଥିବା ମ୍ୟାନଗ୍ରୋଭର ସଂରକ୍ଷଣ କରିବା ସହ ଘରେ ଏକ ନର୍ସରି ଖୋଲିଛନ୍ତି। ଏଠାରେ ୫,୦୦୦ ମ୍ୟାନଗ୍ରୋଭ ଚାରା ଅଛି। ରଞ୍ଜନ ସକାଳୁ ନଦୀରୁ ମାଛ ଧରିବା ଲାଗି ତାଙ୍କ ବୋଟ୍‌ ନେଇ ବାହାରିଯାଆନ୍ତି। ଏହି ସମୟରେ ସେ ମ୍ୟାନଗ୍ରୋଭ ମଞ୍ଜି ସଂଗ୍ରହ କରି ଏଭଳି ନର୍ସରି କରିପାରିଛନ୍ତି। ମାଛ ଧରିବା ସମୟରେ ରଞ୍ଜନ ଚାରା ଲଗାଉଛନ୍ତି। ରୋପଣ କରୁଥିବା ଚାରାଗୁଡ଼ିକର ଯତ୍ନ ମଧ୍ୟ ନେଉଛନ୍ତି। ୪୦ ବର୍ଷ ହେବ ସେ ଗଛ ଲଗାଇ ଚାଲିଛନ୍ତି ଓ ଏବେ ତାଙ୍କ ବୟସ ୫୮ ଛୁଇଁଲାଣି। ନର୍ସରିରୁ ଲୋକମାନଙ୍କୁ ମାଗଣାରେ ସେ ଚାରା ଯୋଗାଇ ଦେଉଛନ୍ତି। ସ୍କୁଲ୍‌, କଲେଜ ଓ ବିଭିନ୍ନ ସଂସ୍ଥା ମଧ୍ୟ ତାଙ୍କଠାରୁ ଚାରା ନେଉଛନ୍ତି। ଚାରାର ଯତ୍ନ କିଭଳି ନିଆଯାଇପାରିବ ସେ ସମ୍ପର୍କରେ ରଞ୍ଜନ ଲୋକମାନଙ୍କୁ ବୁଝାଇ ଦିଅନ୍ତି। ମ୍ୟାନ୍‌ଗ୍ରୋଭରେ ୨୨ଟି ପ୍ରଜାତିର ଗଛ ରହିଥିଲା ଓ ଏବେ ବହୁ ସଂଖ୍ୟାରେ କମିବା ଲକ୍ଷ୍ୟ କରି ଏଗୁଡ଼ିକର ବଂଶ ରକ୍ଷା ଲାଗି ଏଭଳି ଅଭିଯାନ ଚଳାଇଛନ୍ତି ବୋଲି କହନ୍ତି ରଞ୍ଜନ। ସେ ମଧ୍ୟ କେରଳ ବନ ବିଭାଗ ଦ୍ୱାରା ମ୍ୟାନଗ୍ରୋଭ ବନୀକରଣ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri