ଏଇ ଭାରତରେ

ପେନ୍‌ସନ ଟଙ୍କାରେ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ‘ଜୀବେ ଦୟା’ ଧ୍ୱନିକୁ ସାକାର କରିଛନ୍ତି ରାଜସ୍ଥାନର ଏକ ଦମ୍ପତି। କୋଟାରେ ରହୁଥିବା ୬୫ ବର୍ଷୀୟ ଶ୍ୟାମବୀର ସିଂ ଏବଂ ତାଙ୍କ ସ୍ତ୍ରୀ ୬୬ ବର୍ଷୀୟା ବୈଦ୍ୟ ବିଜେନ୍ଦ୍ରୀ ଗତ ତିନି ଦଶନ୍ଧି ହେଲା କୁକୁରମାନଙ୍କ ସେବା କରିଆସୁଛନ୍ତି। ପ୍ରତିଦିନ ଏମାନେ ୧୦୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ଓ ସେମାନଙ୍କ ପାଇଁ ୮ କେ.ଜି. ଅଟା, ୩.୫ କିଲୋ ଡଗ୍‌ ଫୁଡ୍‌, ୧୫ଟି ଅଣ୍ଡା, ୫ ଲିଟର କ୍ଷୀରରେ ଭୋଜନ ପ୍ରସ୍ତୁତ କରୁଛନ୍ତି। ସକାଳ ୯.୩୦ରେ ଖାଦ୍ୟ ପ୍ରସ୍ତୁତି କରି କାର୍‌ରେ ନେଇ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। କେବଳ ଏତିକି ନୁହେଁ, ଏହି ଦମ୍ପତି ମଧ୍ୟ ୨୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଏପରି କି ୧୦-୧୨ଟି ରୋଗଗ୍ରସ୍ତ କୁକୁରଙ୍କୁ ଘରେ ରଖି ସେମାନଙ୍କ ଚିକିତ୍ସା କରୁଛନ୍ତି। ଏହା ବ୍ୟତୀତ ରାସ୍ତାକଡ଼ କୁକୁରଙ୍କୁ ବି ଚିକିତ୍ସା କରୁଛନ୍ତି। ଚାକିରିରେ ଥିବା ସମୟରେ ୧୯୮୭ରୁ ଶ୍ୟାମବୀର ଉକ୍ତ ସେବା ଆରମ୍ଭ କରିଥିଲେ। କୁକୁର ପାଇଁ ରୋଷେଇ କରିବା ଓ ଖାଇବାକୁ ଦେବା ଏବଂ ସେମାନଙ୍କ ଚିକିତ୍ସା କରିବାରେ ଦମ୍ପତିଙ୍କର ଦିନ କଟିଯାଉଛି। ପ୍ରତି ମାସରେ ଏ ବାବଦରେ ୪୦ରୁ ୪୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହି କାର୍ଯ୍ୟରେ ଦୁଇଜଣ ମହିଳାଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣା କିଏ କିଛି ଦିଏନା

ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ଇଲେକ୍ଟୋରାଲ ବଣ୍ଡ୍‌ ବା ନିର୍ବାଚନୀ ବଣ୍ଡ୍‌ ଉପରେ ବଡ଼ ରାୟ ଦେଇଥିଲେ। ଏହି ବଣ୍ଡ୍‌ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ପ୍ରଦତ୍ତ ସୂଚନା...

ଯକ୍ଷ୍ମା ଦୂରୀକରଣରେ ଏଆଇ

ଏବେ ଟେକ୍‌ନୋଲୋଜି କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଘଟୁଛି। ଗୋଟିଏ ପରେ ଗୋଟିଏ ଅଧିକ ସଂଖ୍ୟାରେ ନୂଆ ଟେକ୍‌ନୋଲୋଜି ସାମ୍ନାକୁ ଆସୁଛି। ଏହି କ୍ରମରେ ନଭେମ୍ବର ୨୦୨୨ରେ...

ଅବଧାରିତ ଅପରାହ୍ନ

ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ। ସ୍ଥାନଟି ଥିଲା ବର୍ତ୍ତମାନର...

ଏଇ ଭାରତରେ

ଗୁଗ୍‌ଲରେ ସର୍ଚ୍ଚ କରିବା ସମୟରେ ‘ଲିଓପାର୍ଡ କଣ୍ଟ୍ରି’ରେ କୌଣସି ଦେଶ ପାଇବେ ନାହିଁ , ବରଂ ରାଜସ୍ଥାନର ଜଓ୍ବାଇ ଭଳି ଏକ ଛୋଟ ଅଞ୍ଚଳ ପାଇବେ...

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri