ଏଇ ଭାରତରେ

ପେନ୍‌ସନ ଟଙ୍କାରେ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ‘ଜୀବେ ଦୟା’ ଧ୍ୱନିକୁ ସାକାର କରିଛନ୍ତି ରାଜସ୍ଥାନର ଏକ ଦମ୍ପତି। କୋଟାରେ ରହୁଥିବା ୬୫ ବର୍ଷୀୟ ଶ୍ୟାମବୀର ସିଂ ଏବଂ ତାଙ୍କ ସ୍ତ୍ରୀ ୬୬ ବର୍ଷୀୟା ବୈଦ୍ୟ ବିଜେନ୍ଦ୍ରୀ ଗତ ତିନି ଦଶନ୍ଧି ହେଲା କୁକୁରମାନଙ୍କ ସେବା କରିଆସୁଛନ୍ତି। ପ୍ରତିଦିନ ଏମାନେ ୧୦୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ଓ ସେମାନଙ୍କ ପାଇଁ ୮ କେ.ଜି. ଅଟା, ୩.୫ କିଲୋ ଡଗ୍‌ ଫୁଡ୍‌, ୧୫ଟି ଅଣ୍ଡା, ୫ ଲିଟର କ୍ଷୀରରେ ଭୋଜନ ପ୍ରସ୍ତୁତ କରୁଛନ୍ତି। ସକାଳ ୯.୩୦ରେ ଖାଦ୍ୟ ପ୍ରସ୍ତୁତି କରି କାର୍‌ରେ ନେଇ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। କେବଳ ଏତିକି ନୁହେଁ, ଏହି ଦମ୍ପତି ମଧ୍ୟ ୨୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଏପରି କି ୧୦-୧୨ଟି ରୋଗଗ୍ରସ୍ତ କୁକୁରଙ୍କୁ ଘରେ ରଖି ସେମାନଙ୍କ ଚିକିତ୍ସା କରୁଛନ୍ତି। ଏହା ବ୍ୟତୀତ ରାସ୍ତାକଡ଼ କୁକୁରଙ୍କୁ ବି ଚିକିତ୍ସା କରୁଛନ୍ତି। ଚାକିରିରେ ଥିବା ସମୟରେ ୧୯୮୭ରୁ ଶ୍ୟାମବୀର ଉକ୍ତ ସେବା ଆରମ୍ଭ କରିଥିଲେ। କୁକୁର ପାଇଁ ରୋଷେଇ କରିବା ଓ ଖାଇବାକୁ ଦେବା ଏବଂ ସେମାନଙ୍କ ଚିକିତ୍ସା କରିବାରେ ଦମ୍ପତିଙ୍କର ଦିନ କଟିଯାଉଛି। ପ୍ରତି ମାସରେ ଏ ବାବଦରେ ୪୦ରୁ ୪୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହି କାର୍ଯ୍ୟରେ ଦୁଇଜଣ ମହିଳାଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri