ଏଇ ଭାରତରେ

ପ୍ରକୃତି ଓ ପକ୍ଷୀ ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ରାଜସ୍ଥାନର ସନା ଫିରଦୌସ। ଯୋଧପୁର ନିବାସୀ ସନା ଅଦରକାରୀ ଜିନିଷ ଉପଯୋଗ କରି ତାଙ୍କ ଘରକୁ ଏକ ସୁନ୍ଦର ପକ୍ଷୀ ଅଭୟାରଣ୍ୟ କରିଛନ୍ତି। ପ୍ରତ୍ୟେକ ଦିନ ତାଙ୍କ ଘରକୁ ୭୦-୮୦ ପକ୍ଷୀ ଆସୁଛନ୍ତି। ସକାଳ ସନ୍ଧ୍ୟାରେ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପରିବେଶ ଫାଟିପଡ଼ୁଛି। ପକ୍ଷୀଙ୍କୁ ସନା ପରିବାରର ସଦସ୍ୟ ଭାବେ ଦେଖୁଛନ୍ତି। ଦୈନିକ ସେ ପକ୍ଷୀଙ୍କୁ ଖାଦ୍ୟ ଓ ପାଣି ଯୋଗାଉଛନ୍ତି। ବର୍ଷେ ପୂର୍ବେ ସେ ପ୍ରଥମେ ତାଙ୍କ ଘର ଛାତ ଉପରେ କେତୋଟି ପକ୍ଷୀଙ୍କୁ ଖାଇବାକୁ ଦେବା ଆରମ୍ଭ କରିବା ପରେ ତାଙ୍କ ଘରକୁ ଧୀରେ ଧୀରେ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଇବାକୁ ଆସିଲେ। ପରେ ସନା ସେମାନଙ୍କ ପାଇଁ ବସିବା ଲାଗି ବନ୍ଦୋବସ୍ତ କଲେ। ଏବେ ତାଙ୍କ ଘରକୁ ୫ଟି ବୁଲବୁଲ୍‌, ଟେଲର ବାର୍ଡ, ସନ୍‌ବାର୍ଡ, ଜଙ୍ଗଲ ଓ୍ବେବଲର ଭଳି ପକ୍ଷୀ ଆସୁଛନ୍ତି। ସନାଙ୍କ ସହ ତାଙ୍କ ତିନି ସନ୍ତାନ ଏହି କାର୍ଯ୍ୟରେ ଲାଗିଛନ୍ତି। ସନା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପକ୍ଷୀଙ୍କ ସୁରକ୍ଷା ସମ୍ପର୍କରେ ସଚେତନ କରୁଛନ୍ତି ଓ ସେମାନଙ୍କ ଭଲ ପାଇବା ଲାଗି ବାର୍ତ୍ତା ମଧ୍ୟ ଦେଉଛନ୍ତି। ଏହାବ୍ୟତୀତ କିଭଳି ଅଧିକରୁ ଅଧିକ ପକ୍ଷୀଙ୍କୁ ଘରକୁ ଅଣାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଶିକ୍ଷା ଦେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri