ଏଇ ଭାରତରେ

ବୟସ ୬୭। ଏକୁଟିଆ ନିଜ ଖର୍ଚ୍ଚରେ ଏକ ଜଙ୍ଗଲ କରିପାରିଛନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି କେରଳ ତ୍ରିଶୂର ଜିଲାର ଗୋପାଳକ୍ରିଷ୍ଣନ କେ.ଆର୍‌.। ବ୍ୟାଙ୍କ କର୍ମଚାରୀ ଭାବେ ୨୦୧୪ରେ ଅବସର ନେବା ପରେ ପ୍ରଥମେ ୧୫ ଲକ୍ଷ ଟଙ୍କାରେ ଜମି କିଣିଥିଲେ। ଏଥିରେ କେବଳ ରବର ଗଛ ରହିଥିଲା। ଗୋପାଳକ୍ରିଷ୍ଣନ ଧୀରେ ଧୀରେ ଏହି ଗଛକୁ ହଟାଇ ସେହି ସ୍ଥାନରେ ବିଭିନ୍ନ ଫଳଗଛ ଲଗାଇବା ଆରମ୍ଭ କରିଥିଲେ। ଜମି କିଣିବା ଖର୍ଚ୍ଚ ବାଦ୍‌ ସେ ଏଥିରେ ଆଉ ୧୦-୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଜଙ୍ଗଲର ନାମ ରଖିଛନ୍ତି ‘ପ୍ରାଣ’। ଜଙ୍ଗଲରେ ୫୦୦ ପ୍ରକାର ଗଛ ରହିଛି। ବିଭିନ୍ନ ପ୍ରକାର ୨୦୦ ଫଳଗଛ ସମେତ ୧,୦୦୦ ଔଷଧୀୟ ଗଛ ଶୋଭାପାଉଛି ଏହି ଜଙ୍ଗଲରେ । ଏହା ଏବେ ହଜାର ହଜାର ପକ୍ଷୀଙ୍କ ଆବାସସ୍ଥଳ ପାଲଟିଛି। ଅନ୍ୟ ଲୋକମାନଙ୍କୁ ଜଙ୍ଗଲ ସୃଷ୍ଟି କରିବା ଲାଗି ଚାରା ଯୋଗାଇବା ସହ ତାହାକୁ ରୋପଣ କରିବାରେ ସେ ସାହାଯ୍ୟ କରୁଛନ୍ତି। ଏହାଦ୍ୱାରା ୧୦୦ଟି ପରିବାର ଉପକୃତ ହୋଇଛନ୍ତି। ଏହି କାର୍ଯ୍ୟ ଲାଗି ଗୋପାଳକ୍ରିଷ୍ଣନଙ୍କୁ କେରଳ ସରକାର ‘ବନମିତ୍ର’ ପୁରସ୍କାର ପ୍ରଦାନ କରିଛନ୍ତି। କେବଳ ଏତିକିରେ ତାଙ୍କ କାର୍ଯ୍ୟ ସୀମିତ ରହିନାହିଁ , ସେ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସୁବିଧା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri