ଏଇ ଭାରତରେ

କୁହାଯାଏ ମଣିଷ ଶକ୍ତି ଖଟାଇଲେ ପଥର ପାଣି ହୋଇଯାଏ। ଉତ୍ତରାଖଣ୍ଡର ଏଭଳି ଜଣେ ସୈନିକ ଜଗତ ସିଂ ଚୌଧୁରୀ ୪ ଦଶନ୍ଧି ଧରି ନିଜ ଚେଷ୍ଟାରେ ଏକ ବଡ଼ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଏହି ଜଙ୍ଗଲରେ ବିଭିନ୍ନ ପ୍ରକାରର ଲକ୍ଷ ଲକ୍ଷ ଗଛ ରହିଛି ଓ ଏହା ସେଠାକାର ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। କେବଳ ଏତିକି ନୁହେଁ, ଗାଁ ନିକଟସ୍ଥ ଶୁଷ୍କ ଜଳସ୍ରୋତକୁ ଅଟକାଇବା ଲାଗି ଜଗତ ୨୦୦ରୁ ଊର୍ଦ୍ଧ୍ୱ ଆଡ଼ିବନ୍ଧ ନିର୍ମାଣ କରିଛନ୍ତି। ଜଙ୍ଗଲ ଓ ବନ୍ଧ ପାଇଁ ସବୁ ଟଙ୍କା ନିଜେ ଖର୍ଚ୍ଚ କରିଛନ୍ତି। ଏହାଦ୍ୱାରା ପାଣି ଲାଗି ମହିଳାମାନଙ୍କୁ ଆଉ ବହୁଦୂର ଯିବାକୁ ପଡ଼ୁନାହଁି। ଏହାଦ୍ୱାରା ଶୁଖିଲା ଜମି ଶସ୍ୟଶ୍ୟାମଳା ହୋଇଉଠିଛି। ସେଥିପାଇଁ କୃଷକମାନେ ଜଗତ ସିଂଙ୍କୁ ଶ୍ରଦ୍ଧାରେ ‘ଜଙ୍ଗଲୀ’ ବୋଲି ସମ୍ବୋଧନ କରୁଛନ୍ତି। ଏଭଳି ଡାକ ପଛରେ ଜଙ୍ଗଲ ସମ୍ପର୍କିତ ଏକ ବିଚାର ଓ ପ୍ରେରଣା ରହିଥିବାରୁ ଏହାକୁ ଖୁସିରେ ଗ୍ରହଣ କରନ୍ତି ବୋଲି କହନ୍ତି ୭୩ ବର୍ଷୀୟ ଜଗତ। ରୁଦ୍ରପ୍ରୟାଗର କୋଟମଲ୍ଲା ଗାଁରେ ରହନ୍ତି ଜଗତ ସିଂ। ଗଡ଼ଓ୍ବାଲା ବିଶ୍ୱବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରିବା ପରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ ଯୋଗଦେଇଥିଲେ ଓ ୧୯୭୧ ଭାରତ- ପାକିସ୍ତାନ ଯୁଦ୍ଧରେ ଭାଗ ନେଇଥିଲେ। ୧୯୭୪ରେ ଥରେ ଗାଁକୁ ଛୁଟିରେ ଆସିଥିବା ସମୟରେ ମହିଳାମାନେ ପାଣି ଓ ପଶୁ ଚରାଇବା ଲାଗି ୧୦ କି.ମି. ଯିବା ଲକ୍ଷ୍ୟ କରିଥିଲେ। ମହିଳାମାନଙ୍କୁ ଗାଁ ପାଖରେ କିଭଳି ଜଳସ୍ରୋତ ଓ ଚାରଣଭୂମି ମିଳିବ, ସେଥିପାଇଁ ସେ ପ୍ରଥମେ ୧.୫ ହେକ୍ଟର ଜମିରେ ଗଛ ଲଗାଇବା ଆରମ୍ଭ କରି ପରେ ଏହାକୁ ସମ୍ପ୍ରସାରିତ କରିପାରିଛନ୍ତି। ଜଙ୍ଗଲରେ ଏକପ୍ରକାର ବାଉଁଶ ରହିଛି, ଯାହା ମାଧ୍ୟମରେ ସେଠାକାର ଜନଜାତି ଟୋକେଇ, ପାଛିଆ ଆଦି ତିଆରି କରି ବେଶ୍‌ ଦି’ ପଇସା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri