ଏଇ ଭାରତରେ

କୁହାଯାଏ ମଣିଷ ଶକ୍ତି ଖଟାଇଲେ ପଥର ପାଣି ହୋଇଯାଏ। ଉତ୍ତରାଖଣ୍ଡର ଏଭଳି ଜଣେ ସୈନିକ ଜଗତ ସିଂ ଚୌଧୁରୀ ୪ ଦଶନ୍ଧି ଧରି ନିଜ ଚେଷ୍ଟାରେ ଏକ ବଡ଼ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଏହି ଜଙ୍ଗଲରେ ବିଭିନ୍ନ ପ୍ରକାରର ଲକ୍ଷ ଲକ୍ଷ ଗଛ ରହିଛି ଓ ଏହା ସେଠାକାର ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। କେବଳ ଏତିକି ନୁହେଁ, ଗାଁ ନିକଟସ୍ଥ ଶୁଷ୍କ ଜଳସ୍ରୋତକୁ ଅଟକାଇବା ଲାଗି ଜଗତ ୨୦୦ରୁ ଊର୍ଦ୍ଧ୍ୱ ଆଡ଼ିବନ୍ଧ ନିର୍ମାଣ କରିଛନ୍ତି। ଜଙ୍ଗଲ ଓ ବନ୍ଧ ପାଇଁ ସବୁ ଟଙ୍କା ନିଜେ ଖର୍ଚ୍ଚ କରିଛନ୍ତି। ଏହାଦ୍ୱାରା ପାଣି ଲାଗି ମହିଳାମାନଙ୍କୁ ଆଉ ବହୁଦୂର ଯିବାକୁ ପଡ଼ୁନାହଁି। ଏହାଦ୍ୱାରା ଶୁଖିଲା ଜମି ଶସ୍ୟଶ୍ୟାମଳା ହୋଇଉଠିଛି। ସେଥିପାଇଁ କୃଷକମାନେ ଜଗତ ସିଂଙ୍କୁ ଶ୍ରଦ୍ଧାରେ ‘ଜଙ୍ଗଲୀ’ ବୋଲି ସମ୍ବୋଧନ କରୁଛନ୍ତି। ଏଭଳି ଡାକ ପଛରେ ଜଙ୍ଗଲ ସମ୍ପର୍କିତ ଏକ ବିଚାର ଓ ପ୍ରେରଣା ରହିଥିବାରୁ ଏହାକୁ ଖୁସିରେ ଗ୍ରହଣ କରନ୍ତି ବୋଲି କହନ୍ତି ୭୩ ବର୍ଷୀୟ ଜଗତ। ରୁଦ୍ରପ୍ରୟାଗର କୋଟମଲ୍ଲା ଗାଁରେ ରହନ୍ତି ଜଗତ ସିଂ। ଗଡ଼ଓ୍ବାଲା ବିଶ୍ୱବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରିବା ପରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ ଯୋଗଦେଇଥିଲେ ଓ ୧୯୭୧ ଭାରତ- ପାକିସ୍ତାନ ଯୁଦ୍ଧରେ ଭାଗ ନେଇଥିଲେ। ୧୯୭୪ରେ ଥରେ ଗାଁକୁ ଛୁଟିରେ ଆସିଥିବା ସମୟରେ ମହିଳାମାନେ ପାଣି ଓ ପଶୁ ଚରାଇବା ଲାଗି ୧୦ କି.ମି. ଯିବା ଲକ୍ଷ୍ୟ କରିଥିଲେ। ମହିଳାମାନଙ୍କୁ ଗାଁ ପାଖରେ କିଭଳି ଜଳସ୍ରୋତ ଓ ଚାରଣଭୂମି ମିଳିବ, ସେଥିପାଇଁ ସେ ପ୍ରଥମେ ୧.୫ ହେକ୍ଟର ଜମିରେ ଗଛ ଲଗାଇବା ଆରମ୍ଭ କରି ପରେ ଏହାକୁ ସମ୍ପ୍ରସାରିତ କରିପାରିଛନ୍ତି। ଜଙ୍ଗଲରେ ଏକପ୍ରକାର ବାଉଁଶ ରହିଛି, ଯାହା ମାଧ୍ୟମରେ ସେଠାକାର ଜନଜାତି ଟୋକେଇ, ପାଛିଆ ଆଦି ତିଆରି କରି ବେଶ୍‌ ଦି’ ପଇସା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri