ଏଇ ଭାରତରେ

ସରକାରୀ ସ୍କୁଲର ବିକାଶ ସରକାର କରିବେ- ଏଭଳି ଧାରଣା ସମସ୍ତଙ୍କର ରହିଛି। ହେଲେ ବ୍ୟକ୍ତିଗତ ଅନୁଦାନରେ ଏଭଳି ବିକାଶ ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଅରୁଣାଚଳପ୍ରଦେଶର ଟୁମଟୋ ଏଟେ। ସେ ଓ୍ବେଷ୍ଟ ସିଆଙ୍ଗ ଜିଲାର ପୋବଡ଼ି ସେକେଣ୍ଡାରୀ ସ୍କୁଲରେ ପଢୁଥିଲେ। ସ୍କୁଲ ଓ ପରେ କଲେଜ ଶିକ୍ଷା ଶେଷ କରି ସେ ୧୯୮୭ରୁ ଅନ୍ୟ ଏକ ସ୍କୁଲରେ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ୧୯୬୧ରେ ପୋବଡ଼ି ସେକେଣ୍ଡାରୀ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ଏହି ସ୍କୁଲକୁ ରାସ୍ତା ନ ଥିତ୍ଲା। ବ୍ଲାକ୍‌ବୋର୍ଡ, ଡେସ୍କ କିମ୍ବା ବେଞ୍ଚ ପାଣ୍ଠି ଅଭାବରୁ କରାଯାଇପାରି ନ ଥିଲା। ଏହିସବୁ ସମସ୍ୟା ଏବେ ଟୁମଟୋଙ୍କ ଚେଷ୍ଟା ଯୋଗୁ ଦୂର ହୋଇପାରିଛି। ଏହି ସ୍କୁଲରେ ପଢ଼ି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୬ଟି ଗାଁର ବ୍ୟକ୍ତିମାନଙ୍କଠାରୁ ପାଣ୍ଠି ଯୋଗାଡ଼ କରି ସ୍କୁଲ ବିକାଶ କରିପାରିଛନ୍ତି ଟୁମଟୋ। ୧୦ଜଣ ବ୍ୟକ୍ତି ହଷ୍ଟେଲ ନିର୍ମାଣ କରିବା ଲାଗି ଜମି ଦେଇଛନ୍ତି। ପାଖାପାଖି ୩୨୦ଜଣ ଗ୍ରାମବାସୀ ସେମାନଙ୍କ ଦୁଇଦିନର ଦରମା ଦେଇଛନ୍ତି। ଏହି ପ୍ରୟାସ ଯୋଗୁ ସ୍କୁଲ ବିକାଶ ପାଇଁ ଏଯାବତ ୧୫ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଡ଼ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri