ଦୀର୍ଘ ୨୦ ବର୍ଷ ହେଲା ନିଜ ରୋଜଗାରରୁ ଗରିବ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି କେରଳର କୋଡୁଙ୍ଗାଲାରୁ ନିବାସୀ ଶିନୋନ୍ଦ ପି.ସି. ଏବଂ ତାଙ୍କ ସ୍ତ୍ରୀ ବିନ୍ଦୁ। ପ୍ରତିମାସରେ ୧୫୦ଟି ଗରିବ ପରିବାରକୁ ସେମାନଙ୍କ ଆୟର ଏକ ସିଂହଭାଗ ‘ଓ୍ବେଲଫେୟାର ପେନ୍ସନ’ ଭାବେ ଦାନ କରୁଛନ୍ତି। ଏହାବାଦ୍ ସେମାନେ ନିଜ ଘରେ ଏକ ଡିଜିଟାଲ ସେବାକେନ୍ଦ୍ର ଖୋଲି ସେଠାରେ ଗରିବମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ଯୋଜନା ଏବଂ ସେବା ମାଗଣାରେ ଯୋଗାଇ ଦେଉଛନ୍ତି। ଶିନୋନ୍ଦ ଏଲ୍ଆଇସିରେ ଆଡ୍ମିନିଷ୍ଟ୍ରେଟିଭ୍ ଅଧିକାରୀ ଭାବେ ୧୯୯୬ରେ ଚାକିରିରେ ଯୋଗଦେବା ପରେ ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ ଦେବା ଆରମ୍ଭ କରିଥିଲେ। ସେ ଏବେ ଅବସର ନେଇସାରିଥିଲେ ବି ତାଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଘରଠାରୁ ୭ କି.ମି. ପରିସୀମା ମଧ୍ୟରେ ଥିବା ଗରିବ ଲୋକଙ୍କୁ ଆଶାକର୍ମୀଙ୍କ ସହାୟତାରେ ଚିହ୍ନଟ କରିବା ପରେ ସେମାନଙ୍କ ସହ ସାକ୍ଷାତ୍ କରି ଏହି ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ। ହେଲେ ଶିନୋନ୍ଦ ଚାକିରିରୁ ଅବସର ନେବା ପରେ ନିଜେ ଗରିବଙ୍କୁ ଚିହ୍ନଟ କରୁଛନ୍ତି। ଚାକିରିରେ ଥିବା ସମୟରେ ସେ ୧୫୦ ପରିବାରକୁ ସାହାଯ୍ୟ କରୁଥିଲେ। ଅବସର ପରେ ସେହିସବୁ ପରିବାରକୁ ସାହାଯ୍ୟ କରୁଛନ୍ତି ବୋଲି କୁହନ୍ତି ଶିନୋନ୍ଦ। ସେମାନେ ପ୍ରତି ପରିବାର ପିଛା ମାସକୁ ୩୦୦ରୁ ଆରମ୍ଭ କରି ୨,୦୦୦ ଟଙ୍କା ଯାଏ ସାହାଯ୍ୟ କରୁଛନ୍ତି। ଏହା ବ୍ୟତୀତ ସେମାନଙ୍କର କୌଣସି ବିବାହ କିମ୍ବା ମେଡିକାଲ କେସ୍ରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।
ଆସାମର ହାତୀ-ଟ୍ରେନ୍ ଧକ୍କା
ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...
ଶିକ୍ଷା ଓ ଶିକ୍ଷକ
ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...
ଦିଲ୍ଲୀରୁ ଯିବ ରାଜଧାନୀ
ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...
ଏବର ଚାଷବାସ
କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...
ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର
ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍ଜିଏନ୍ଆର୍ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...
ଭେଜାଲ ପାଇଁ ମୃତ୍ୟୁଦଣ୍ଡ
ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...
ଏଇ ଭାରତରେ
ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍ଏସ୍) ଉଜ୍ଜ୍ୱଳ କୁମାର ଚଭନ।...
ମୋବାଇଲ ସ୍କ୍ରିନ୍ ଆସକ୍ତି
କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍ ସ୍କ୍ରିନ୍।...
Archives


