ଏଇ ଭାରତରେ

ଅସହାୟ ତଥା ଭୋକିଲା ପିଲାଙ୍କ ପେଟ ଭରୁଛନ୍ତି ଦିଲ୍ଲୀର ସରିିତା କଶ୍ୟପ। ଅଟୋମୋବାଇଲ ସେଲ୍ସପର୍ସନ ଭାବେ ସରିତା ୧୭ ବର୍ଷ କାର୍ଯ୍ୟ କରି ୨୦୧୯ରେ ତାହାକୁ ଛାଡି ଅସହାୟ ପିଲାମାନଙ୍କୁ ଖାଇବାକୁ ଦେଉଛନ୍ତି। ସେ ଏଥିପାଇଁ ଏକ ରାଜମା ଚାଓ୍ବଲ ଷ୍ଟଲ୍‌ ଖୋଲିଛନ୍ତି। କଶ୍ୟପ ରହୁଛନ୍ତି ମିରାବାଗ୍‌ରେ । ସେ ସ୍କୁଟର୍‌ରେ ଖାଦ୍ୟ ନେଇ ପିରଗଡି ବସ୍‌ ଷ୍ଟାଣ୍ଡ୍‌ରେ ଥିବା ତାଙ୍କ ଷ୍ଟଲ୍‌ରେ ପିଲାଙ୍କୁ ଦେଉଛନ୍ତି। ସ୍କୁଟର୍‌ରେ ଖାଦ୍ୟ ରଖିତ୍ବା ଲାଗି କ୍ୟାରିୟର ରହିଛି ଓ ଏକ ଛୋଟ ଟେବୁଲ ମଧ୍ୟ ଖଞ୍ଜାଯାଇଛି। କଶ୍ୟପ ସକାଳ ୪ଟାରେ ଉଠନ୍ତି ଓ ୧୦୦ ଜଣଙ୍କ ପାଇଁ ରାଜମା ଚାଓ୍ବଲ, ସାଲାଡ ଏବଂ ଚଟଣି ପ୍ରସ୍ତୁତ କରନ୍ତି। ପାଖାପାଖି ୧୧.୩୦ରେ ସେ ପିରଗଡି ବସ୍‌୍‌ଷ୍ଟାଣ୍ଡକୁ ବାହାରି ଯାଆନ୍ତି। ସେଠାରେ ୩-୪ ଟା ଯାଏ ଷ୍ଟଲ୍‌ ଖୋଲନ୍ତି ଓ ଖାଦ୍ୟ ଲୋକଙ୍କୁ ବିକ୍ରି କରିବା ସହ ନିକଟସ୍ଥ ବସ୍ତି ପିଲାମାନଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି । ପିଲାମାନେ ଗୋଟିଏ ଧାଡିରେ ରହନ୍ତି ଓ ଲୋକମାନେ ରହନ୍ତି ଆଉ ଏକ ଧାଡିରେ । ଲୋକମାନଙ୍କୁ ସେ ଅଧା ପ୍ଲେଟ୍‌କୁ ୪୦ ଟଙ୍କା ଓ ପୂରା ପ୍ଲେଟ୍‌କୁ ୬୦ ଟଙ୍କାରେ ବିକ୍ରି କରି ଯାହା ଆୟ କରନ୍ତି ତାହାର ଏକ ମୁଖ୍ୟ ଭାଗ ପିଲାମାନଙ୍କୁ ଦେଉଥିବା ମାଗଣା ଖାଦ୍ୟ ବାବଦରେ ଖର୍ଚ୍ଚ କରନ୍ତି। ସେ ଖାଦ୍ୟର ୬୦ପ୍ରତିଶତ ବିକ୍ରି କରନ୍ତି ଓ ୪୦ପ୍ରତିଶତ ପିଲାମାନଙ୍କୁ ମାଗଣାରେ ଦେଇଥାନ୍ତି। କେବଳ ଏତିକି ନୁହେଁ ସମୟସୁବିଧା ଦେଖି ସେ ଏହି ପିଲାମାନଙ୍କୁ ପାଢ଼ାଉଛନ୍ତି। ଏସବୁ କଷ୍ଟ ହେଲେ ମଧ୍ୟ ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ଚାହାନ୍ତି ବୋଲି କହନ୍ତି କଶ୍ୟପ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri