ଏଇ ଭାରତରେ

ଅସହାୟ ତଥା ଭୋକିଲା ପିଲାଙ୍କ ପେଟ ଭରୁଛନ୍ତି ଦିଲ୍ଲୀର ସରିିତା କଶ୍ୟପ। ଅଟୋମୋବାଇଲ ସେଲ୍ସପର୍ସନ ଭାବେ ସରିତା ୧୭ ବର୍ଷ କାର୍ଯ୍ୟ କରି ୨୦୧୯ରେ ତାହାକୁ ଛାଡି ଅସହାୟ ପିଲାମାନଙ୍କୁ ଖାଇବାକୁ ଦେଉଛନ୍ତି। ସେ ଏଥିପାଇଁ ଏକ ରାଜମା ଚାଓ୍ବଲ ଷ୍ଟଲ୍‌ ଖୋଲିଛନ୍ତି। କଶ୍ୟପ ରହୁଛନ୍ତି ମିରାବାଗ୍‌ରେ । ସେ ସ୍କୁଟର୍‌ରେ ଖାଦ୍ୟ ନେଇ ପିରଗଡି ବସ୍‌ ଷ୍ଟାଣ୍ଡ୍‌ରେ ଥିବା ତାଙ୍କ ଷ୍ଟଲ୍‌ରେ ପିଲାଙ୍କୁ ଦେଉଛନ୍ତି। ସ୍କୁଟର୍‌ରେ ଖାଦ୍ୟ ରଖିତ୍ବା ଲାଗି କ୍ୟାରିୟର ରହିଛି ଓ ଏକ ଛୋଟ ଟେବୁଲ ମଧ୍ୟ ଖଞ୍ଜାଯାଇଛି। କଶ୍ୟପ ସକାଳ ୪ଟାରେ ଉଠନ୍ତି ଓ ୧୦୦ ଜଣଙ୍କ ପାଇଁ ରାଜମା ଚାଓ୍ବଲ, ସାଲାଡ ଏବଂ ଚଟଣି ପ୍ରସ୍ତୁତ କରନ୍ତି। ପାଖାପାଖି ୧୧.୩୦ରେ ସେ ପିରଗଡି ବସ୍‌୍‌ଷ୍ଟାଣ୍ଡକୁ ବାହାରି ଯାଆନ୍ତି। ସେଠାରେ ୩-୪ ଟା ଯାଏ ଷ୍ଟଲ୍‌ ଖୋଲନ୍ତି ଓ ଖାଦ୍ୟ ଲୋକଙ୍କୁ ବିକ୍ରି କରିବା ସହ ନିକଟସ୍ଥ ବସ୍ତି ପିଲାମାନଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି । ପିଲାମାନେ ଗୋଟିଏ ଧାଡିରେ ରହନ୍ତି ଓ ଲୋକମାନେ ରହନ୍ତି ଆଉ ଏକ ଧାଡିରେ । ଲୋକମାନଙ୍କୁ ସେ ଅଧା ପ୍ଲେଟ୍‌କୁ ୪୦ ଟଙ୍କା ଓ ପୂରା ପ୍ଲେଟ୍‌କୁ ୬୦ ଟଙ୍କାରେ ବିକ୍ରି କରି ଯାହା ଆୟ କରନ୍ତି ତାହାର ଏକ ମୁଖ୍ୟ ଭାଗ ପିଲାମାନଙ୍କୁ ଦେଉଥିବା ମାଗଣା ଖାଦ୍ୟ ବାବଦରେ ଖର୍ଚ୍ଚ କରନ୍ତି। ସେ ଖାଦ୍ୟର ୬୦ପ୍ରତିଶତ ବିକ୍ରି କରନ୍ତି ଓ ୪୦ପ୍ରତିଶତ ପିଲାମାନଙ୍କୁ ମାଗଣାରେ ଦେଇଥାନ୍ତି। କେବଳ ଏତିକି ନୁହେଁ ସମୟସୁବିଧା ଦେଖି ସେ ଏହି ପିଲାମାନଙ୍କୁ ପାଢ଼ାଉଛନ୍ତି। ଏସବୁ କଷ୍ଟ ହେଲେ ମଧ୍ୟ ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ଚାହାନ୍ତି ବୋଲି କହନ୍ତି କଶ୍ୟପ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri