ଏଇ ଭାରତରେ

ମୃତ୍ୟୁ ପରେ ଶବଦାହ ସମ୍ମାନର ସହ ହେବା ଉଚିତ। କୌଣସି କାରଣରୁ ଶବ ବାହାରେ ପଡ଼ିରହିଲେ କିମ୍ବା ଏହା ପାଇଁ କେହି ଦାବି ନ କଲେ ତାହା ମାନବୀୟ ସମ୍ମାନ ହାନିକରେ। ଏଣୁ ଶବଦାହ ଲାଗି ପଞ୍ଜାବର ହରଜିନ୍ଦର ସିଂ ଚିମା ଆଇଆଇଟି ରୋପୁର ସାହାଯ୍ୟରେ ଏକ ପରିବେଶ ଉପଯୋଗୀ ମୋବାଇଲ କ୍ରିମେଟୋରିୟମ ବା ଭ୍ରାମ୍ୟମାଣ ଶବଦାହ ଗୃହ ନିର୍ମାଣ କରିଛନ୍ତି। ଚିମା ମେରାଇନ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ୧୨ ବର୍ଷ ଏ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ‘ଚିମା ବଏଲର କମ୍ପାନୀ’ ପ୍ରତିଷ୍ଠା କରିଥିଲେ। ମହାମାରୀରେ ଶବଦାହରେ ଅବ୍ୟବସ୍ଥା ଦେଖିବା ପରେ ସେ ଏଭଳି ଏକ କ୍ରିମେଟୋରିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ ଏପ୍ରିଲ ୨୦୨୧ରେ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ଦାହ ଲାଗି ଏଥିରେ ବିଦ୍ୟୁତ୍‌ ଦରକାର ହେଉନାହିଁ। କାଠରେ ଶବଦାହ କରାଯାଉଛି ଓ ବହୁତ କମ୍‌ ଧୂଅଁା ବାହାରୁଛି। ମୋବାଇଲ କ୍ରିମେଟୋରିୟମକୁ ପ୍ରଥମେ ମୋହାଲିର ଏକ ଶ୍ମଶାନରେ ରଖାଯିବା ପରେ ଏଥିରେ ଶବଦାହ କରିବା ଲାଗି ଲୋକମାନେ ପସନ୍ଦ କରିଥିଲେ। ବାହାରେ ଗୋଟିଏ ମୃତଦେହକୁ ସମ୍ପୂର୍ଣ୍ଣ ଦାହ କରିବା ଲାଗି ୪ କ୍ୱିଣ୍ଟାଲ କାଠ ପ୍ରାୟ ୫ରୁ ୬ ଘଣ୍ଟା ଲାଗୁଥିବାବେଳେ ଏଥିରେ ମାତ୍ର ୩-୪ ଘଣ୍ଟା ଓ ୨.୫ କୁଇଣ୍ଟାଲ କାଠ ଆବଶ୍ୟକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଜଣେ ଓଡ଼ିଆ ଥିଲେ

ଡ. ପ୍ରଫୁଲ୍ଲ କୁମାର ସାହୁ ଓଡ଼ିଆ ସ୍ବାଭିମାନର ପ୍ରତୀକ ବିଜୁ ପଟ୍ଟନାୟକ। ନବ ଉତ୍କଳର ନିଆରା ବିନ୍ଧାଣି। ତାଙ୍କ ନାମ ସ୍ମରଣ ମାତ୍ରେ ଆଖିଆଗରେ ନାଚିଯାଏ...

ଶାକାହାରୀ ହେବା ସବୁଠୁ ଭଲ

ମାନେକା ଗାନ୍ଧୀ ଲୋକମାନେ ଅନେକ ଶତାବ୍ଦୀ ଧରି ଭେଜେଟାରିଆନ ବା ଶାକାହାରୀ ରହିଆସିଛନ୍ତି, କିନ୍ତୁ ଶାକାହାରୀ ଶବ୍ଦ ୧୮୩୯ରୁ ପ୍ରଚଳିତ ହେଲା। ଯେଉଁମାନେ ଉଦ୍ଭିଦଜ ଖାଦ୍ୟ...

ଏଇ ଭାରତରେ

ଲୋକେ କହୁଥିଲେ ପିଏଚ୍‌ଡି କରି ଖତ ବିକ୍ରି କରିବ? ହେଲେ ଆଜି ମାସକୁ ୩୦ ଟନ୍‌ ଜିଆଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଡ. ଶ୍ରବଣ...

ଏଇ ଭାରତରେ

କରୋନା ସଂକ୍ରମଣର ମୁକାବିଲା ଲାଗି ଭାରତରେ ୨୧ ଦିନିଆ ଲକ୍‌ଡାଉନ କରାଯାଇଛି। ଏହି ସମୟରେ ବେଙ୍ଗାଲୁରୁର ଏକ ସ୍ବେଚ୍ଛାସେବୀ ଦଳ ଲୋକମାନଙ୍କୁ ସେବା ଯୋଗାଇଦେଇ ଅନ୍ୟମାନଙ୍କୁ...

ମୁଣ୍ଡକୁ ଉଠିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଅଗଷ୍ଟରେ ନୂଆ ଟିକସ ସଂସ୍କାର ‘ଫେସ୍‌ଲେସ୍‌ ଟାକ୍ସ ଆସେସ୍‌ମେଣ୍ଟ ଆଣ୍ଡ୍‌ ଅପିଲ୍‌’କୁ ଶୁଭାରମ୍ଭ କରିଥିଲେ। ସେତିକିବେଳେ ସେ କହିଥିଲେ ଯେ,...

ଦକ୍ଷ କୂଟନୀତିଜ୍ଞ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ସବୁ କାର୍ଯ୍ୟରେ ନିଷ୍ଠା ଓ ପ୍ରଚେଷ୍ଟା କାର୍ଯ୍ୟଦକ୍ଷତା ପ୍ରତିପାଦନ କରେ , ଯାହା କରିଛନ୍ତି ବରିଷ୍ଠ କୂଟନୀତିଜ୍ଞ ତଥା ଆମେରିକାରେ ଭାରତର...

ବଜ୍ରକାପ୍ତା ବଞ୍ଚି ରହୁ

ବିମଳ ପ୍ରସନ୍ନ ଦାସ   ବିଡ଼ମ୍ବନା ଯେ ବିଲୁପ୍ତପ୍ରାୟ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର ସ୍ଥିତି ଓ ସୁରକ୍ଷା ପାଇଁ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ...

ଭୁଲ୍‌ ବାର୍ତ୍ତା

ବାଂଲାଦେଶରେ ଦୁର୍ଗାପୂଜା ସମୟରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ମୁସଲମାନ ସମ୍ପ୍ରଦାୟର କେତେ ଜଣ ଲୋକ ଆକ୍ରମଣ କରିବାରୁ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା। ଅଦ୍ୟାବଧି ଦୁଇ...

Advertisement
Archives

Model This Week