ଏଇ ଭାରତରେ

ମୃତ୍ୟୁ ପରେ ଶବଦାହ ସମ୍ମାନର ସହ ହେବା ଉଚିତ। କୌଣସି କାରଣରୁ ଶବ ବାହାରେ ପଡ଼ିରହିଲେ କିମ୍ବା ଏହା ପାଇଁ କେହି ଦାବି ନ କଲେ ତାହା ମାନବୀୟ ସମ୍ମାନ ହାନିକରେ। ଏଣୁ ଶବଦାହ ଲାଗି ପଞ୍ଜାବର ହରଜିନ୍ଦର ସିଂ ଚିମା ଆଇଆଇଟି ରୋପୁର ସାହାଯ୍ୟରେ ଏକ ପରିବେଶ ଉପଯୋଗୀ ମୋବାଇଲ କ୍ରିମେଟୋରିୟମ ବା ଭ୍ରାମ୍ୟମାଣ ଶବଦାହ ଗୃହ ନିର୍ମାଣ କରିଛନ୍ତି। ଚିମା ମେରାଇନ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ୧୨ ବର୍ଷ ଏ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ‘ଚିମା ବଏଲର କମ୍ପାନୀ’ ପ୍ରତିଷ୍ଠା କରିଥିଲେ। ମହାମାରୀରେ ଶବଦାହରେ ଅବ୍ୟବସ୍ଥା ଦେଖିବା ପରେ ସେ ଏଭଳି ଏକ କ୍ରିମେଟୋରିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ ଏପ୍ରିଲ ୨୦୨୧ରେ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ଦାହ ଲାଗି ଏଥିରେ ବିଦ୍ୟୁତ୍‌ ଦରକାର ହେଉନାହିଁ। କାଠରେ ଶବଦାହ କରାଯାଉଛି ଓ ବହୁତ କମ୍‌ ଧୂଅଁା ବାହାରୁଛି। ମୋବାଇଲ କ୍ରିମେଟୋରିୟମକୁ ପ୍ରଥମେ ମୋହାଲିର ଏକ ଶ୍ମଶାନରେ ରଖାଯିବା ପରେ ଏଥିରେ ଶବଦାହ କରିବା ଲାଗି ଲୋକମାନେ ପସନ୍ଦ କରିଥିଲେ। ବାହାରେ ଗୋଟିଏ ମୃତଦେହକୁ ସମ୍ପୂର୍ଣ୍ଣ ଦାହ କରିବା ଲାଗି ୪ କ୍ୱିଣ୍ଟାଲ କାଠ ପ୍ରାୟ ୫ରୁ ୬ ଘଣ୍ଟା ଲାଗୁଥିବାବେଳେ ଏଥିରେ ମାତ୍ର ୩-୪ ଘଣ୍ଟା ଓ ୨.୫ କୁଇଣ୍ଟାଲ କାଠ ଆବଶ୍ୟକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri