ଏଇ ଭାରତରେ

ତାମିଲନାଡୁର ଭିଲ୍ଲୁପୁରମ୍‌ ଜିଲା ମରକ୍କନାମ ଟାଉନ୍‌ର ପାଞ୍ଚ ନଂ.ଓ୍ବାର୍ଡରେ ଥିବା ଅଙ୍ଗନଓ୍ବାଡିକୁ ଏସ୍‌. ସୁମତି ନୂଆ ରୂପ ଦେଇଛନ୍ତି। ସୁମତିଙ୍କ ଘର ଟାଉନ୍‌ ନିକଟସ୍ଥ ପୁଡୁପାକ୍କମ ଗାଁରେ। ଆରମ୍ଭରୁ ଅଙ୍ଗନଓ୍ବାଡିରେ ଘର ବ୍ୟତୀତ କିଛି ବି ନ ଥିଲା। ସେଠାରେ ୨୦୧୭ରେ ଯୋଗଦେବା ପରେ ସୁମତି ୪ ବର୍ଷ ଧରି ନିଜ ପରିଶ୍ରମ ଓ ନିଷ୍ଠା ବଳରେ ଏହାକୁ ପରିବର୍ତ୍ତନ କରିପାରିଛନ୍ତି। ନିଜସ୍ବ ଖର୍ଚ୍ଚରେ ସେ ଚେୟାର, ଟଏଲେଟ୍‌, ପାନୀୟଜଳର ବ୍ୟବସ୍ଥା ସହ ଚାରିପାଖେ ତାରବାଡ଼ କରି ଗେଟ୍‌ ଲଗାଇଛନ୍ତି। ପିଲାମାନଙ୍କ ପାଇଁ ବାସନ ମଧ୍ୟ କିଣିିଛନ୍ତି। ଏବେ ସେ ଅଙ୍ଗନଓ୍ବାଡ଼ିକୁ ଏକ ସ୍ବର୍ଗରେ ପରିଣତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏସବୁ କାର୍ଯ୍ୟ ଲାଗି ସୁମତି ନିଜ ପକେଟ୍‌ରୁ ଦେଢ଼ଲକ୍ଷ ଖର୍ଚ୍ଚ କରିସାରିଲେଣି। ଏପରି କି ତାଙ୍କ ସୁନାଚେନ୍‌ ବନ୍ଧା ପକେଇ ସେହି ଟଙ୍କା ଏଥିରେ ଲଗାଇଛନ୍ତି। ଅଙ୍ଗନଓ୍ବାଡି ପରିସରରେ ଏକ ବଗିଚା କରିଛନ୍ତି ଓ ସେଥିରେ ବିଭିନ୍ନ ପ୍ରକାର ପରିବା ଫଳୁଛି। ଉକ୍ତ ଅଙ୍ଗନଓ୍ବାଡିରେ ଏବେ ୩୦ ପିଲା ପଢୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୧୨ ଜଣ ଆଦିବାସୀ ପିଲା ରହିଛନ୍ତି। ଏହି କାର୍ଯ୍ୟ ଲାଗି ତାଙ୍କୁ ତାମିଲନାଡୁ ସରକାର ବେଷ୍ଟ ଓ୍ବାର୍କର ସମ୍ମାନ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri