ଏଇ ଭାରତରେ

ମାଓପ୍ରବଣ ଅଞ୍ଚଳରେ ପାଦ ଦେଲେ ଆଉ ଫେରିବ ନାହିଁ ବୋଲି ଅନେକେ କହୁଥିଲେ ଡ. ନିଲମ ଗୁପ୍ତାଙ୍କୁ। କିନ୍ତୁ ସେ କାହା କଥା ନ ମାନି ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବିହାରର ମାଓ ଅଧ୍ୟୁଷିତ ଅଞ୍ଚଳରେ କାମ କରି ଏବେ ସୁଦ୍ଧା ୨,୦୦୦ ଯୁବକଙ୍କୁ ଥଇଥାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସେ ୨୦୧୧ରେ ‘ଏ ରେ ଅଫ୍‌ ହୋପ୍‌ ’ (ଏଆର୍‌ଓଏଚ୍‌) ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରିପାରିଛନ୍ତି। ମାଓପ୍ରବଣ ଅଞ୍ଚଳରେ ଉକ୍ତ ସଂସ୍ଥା ଦୁଇ ଦଶନ୍ଧି ଧରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ପରିମଳ ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି। ସେଠାରେ ବିନା ଦେୟରେ ପ୍ରଶିକ୍ଷଶ ସୁବିଧା ଯୋଗାଇ ଦେବା ସହ ମାଗଣାରେ ୟୁନିଫର୍ମ, ଆବଶ୍ୟକୀୟ ଉପକରଣ, ରହିବା ଖାଇବା ଖର୍ଚ୍ଚ ତୁଲାଉଛି। ନିଲମଙ୍କ ନେତୃତ୍ୱରେ ଏଆରଏଚଏଫ୍‌ ୧୮ରୁ ଊର୍ଦ୍ଧ୍ୱ ରାଜ୍ୟରେ ସାମାଜିକ ଓ ଆର୍ଥିକ ବିକାଶ କାର୍ଯ୍ୟକ୍ରମରେ ବି ଜଡ଼ିତ ରହିଛି। ବିଭିନ୍ନ ବସ୍ତିରେ ‘ପଢ଼ ଓ ବଢ଼’ ଧ୍ୱନି ଦେଇ ୫୦,୦୦୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ଶିକ୍ଷାର ମୁଖ୍ୟ ଧାରାରେ ସାମିଲ କରାଯାଇପାରିଛି। ଡ. ନିଲମ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଇଣ୍ଡିଆନ୍‌ ଏଗ୍ରିକଲ୍‌ଚର ୟୁନିଭର୍ସିଟିରୁ ପିଏଚ୍‌ଡି ଶେଷ କରିବା ପରେ ଉଚ୍ଚବେତନର ଚାକିରି ପ୍ରତି ଧ୍ୟାନ ନ ଦେଇ ଏହି କାର୍ଯ୍ୟ କରିବା ଲାଗି ମନସ୍ଥ କରିଥିଲେ; ଯାହାର ସୁଫଳ ଏବେ ଲୋକେ ପାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ହିମାଳୟକୁ ଜଗ

ଗୋଟେ ଧାରଣା ଥିଲା ଯେ, ପାହାଡ଼ କିମ୍ବା ପର୍ବତ ଅତ୍ୟନ୍ତ ମଜଭୁତ ଓ ଝୁଙ୍କିବା ଲାଗି ଅନେକ ଶହ ବର୍ଷ ଲାଗେ। ତିବ୍ବତ ସୀମାନ୍ତ କେନ୍ଦ୍ରୀୟ ନେପାଳର…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri