ଏଇ ଭାରତରେ

କେରଳର ଛାବରା ଦର୍ଶନ ସିଏମ୍‌ଆଇ ପବ୍ଲିକ୍‌ ସ୍କୁଲ ପରିବେଶ ଉପଯୋଗୀ ଅଭିିଯାନର ଏକ ସଫଳ ଦୃଷ୍ଟାନ୍ତ । ଏର୍ନାକୁଲମ ଜିଲା କୋନାମାଭୁସ୍ଥିତ ଉକ୍ତ ସ୍କୁଲରେ ଏକ ଆକର୍ଷଣୀୟ ବାଉଁଶ ଉଦ୍ୟାନ କରାଯାଇଛି। ଅଧ ଏକର ଜମିରେ ପ୍ରାୟ ୩୦ ପ୍ରଜାତିର ବାଉଁଶ ଗଛ ଶୋଭା ପାଉଛି। ଏଠାରେ ମତ୍ସ୍ୟପାଳନ ସହ ଜୈବିକ ପରିବା ଚାଷ ମଧ୍ୟ କରାଯାଉଛି। ଏକ ବଡ଼ କୁଣ୍ଡରେ ୫,୦୦୦ରୁ ଊର୍ଦ୍ଧ୍ୱ ମାଛ ଅଛନ୍ତି। ଏତଦ୍‌ ବ୍ୟତୀତ ଏହି ସ୍କୁଲର ଔଷଧୀୟ ଉଦ୍ୟାନ ମଧ୍ୟ ଆକର୍ଷଣୀୟ। ରାଜ୍ୟ କୃଷି ବିଭାଗ ସହାୟତାରେ ଗଠିତ ‘ନେଚର କ୍ଲବ’ ମାଧ୍ୟମରେ ଏହି ସବୁ କାର୍ଯ୍ୟ ସଞ୍ଚାଳନ କରାଯାଉଛି। ପିଲା ଓ ଶିକ୍ଷକମାନେ ସ୍କୁଲର ଏହି ପଦକ୍ଷେପକୁ ସଫଳ କରିପାରିଛନ୍ତି। ସ୍କୁଲ ହତାରେ ଫଳୁଥିବା ମାଟିଆଳୁ, ଲାଉ, ଟମାଟୋ, ଭେଣ୍ଡି, ଲଙ୍କା, ବାଇଗଣକୁ ସ୍କୁଲର ଇକୋ ଶପ୍‌ରେ ବିକ୍ରି କରାଯାଉଛି। ଏହାବାଦ୍‌ ବିଭିନ୍ନ ପ୍ରକାର ମାଛକୁ ପିଲା, ଅଭିଭାବକ, ଶିକ୍ଷକ ସମେତ ଅନ୍ୟମାନଙ୍କୁ ମଧ୍ୟ ବିକ୍ରି କରାଯାଇ ଲବ୍ଧ ଅର୍ଥକୁ ବିଭିନ୍ନ ପ୍ରକାର ଜନକଲ୍ୟାଣ କାର୍ଯ୍ୟ ତଥା ସ୍କୁଲ୍‌ ବିକାଶରେ ବ୍ୟୟ କରାଯାଉଛି। ଗତ ବର୍ଷ ସ୍କୁଲରେ ୫ କୁଇଣ୍ଟାଲରୁ ବେଶି ପରିବା ଉପତ୍ାଦନ କରାଯାଇଥିଲା। ସ୍କୁଲରେ ସୋଲାର ଲାଇଟ୍‌ ମଧ୍ୟ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଶିକର ଜଣେ ୮ବର୍ଷର ବାଳକ ସାଇକେଲ ଯୋଗେ ୩୬୦ କିଲୋମିଟର ଯାତ୍ରା କରିବାକୁ ଉଦ୍ୟମ କରିବା ନିଆରା ନିଶ୍ଚୟ। ଏହି ବାଳକ ନାଶିକଠାରୁ ପଣ୍ଢରପୁର ‘ସାଇକେଲ...

ଭାତହାଣ୍ଡିରୁ ଭାତଟିଏ

ଅକ୍ଷୟ କୁମାର ମିଶ୍ର ଅଳ୍ପ ଦିନ ତଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଫି ଆଦାୟକୁ ନେଇ କେମିତି ଏକ ଅମାନବୀୟ ଘଟଣା ଘଟିଲା ତାହା...

ଏଇ ଭାରତରେ

ନିରବଚ୍ଛିନ୍ନ ସାଧନା ଓ ଗଭୀର ଅଧ୍ୟବସାୟ ବଳରେ ଅସାଧ୍ୟ ସାଧନ କରିହୁଏ। ଏହାଦ୍ୱାରା ନୂତନ ସୃଷ୍ଟି ସମ୍ଭବ ହୋଇପାରେ। ଗଭୀର ଆତ୍ମବିଶ୍ୱାସ ଏବଂ ଅବିରତ ସାଧନା...

ବାବୁଙ୍କ ଆଇନଗତ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେରଳ ସରକାର ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୁ ନାରାୟଣ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ଏହାକୁ ନେଇ...

ସହଜ ରାସ୍ତା ନାହିଁ

ଟିକାକରଣ ଦାୟିତ୍ୱ କେନ୍ଦ୍ର କିଭଳି ମୁଣ୍ଡାଇବ ସେଥିଲାଗି ଚାପ ପକାଇବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ୧ ଜୁନ୍‌ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ...

ଏଇ ଭାରତରେ

ରାସ୍ତାରେ ଯିବା ସମୟରେ ଛକ ବଜାରରେ ଆମେ ଅସହାୟ ପିଲାମାନଙ୍କୁ ଦେଖି ଚାଲିଯାଉ। କିନ୍ତୁ ବାରାଣସୀର ଦମ୍ପତି ଆଶିଷ ଓ ପୂଜା ସିଂଙ୍କର ସେମାନଙ୍କ ପ୍ରତି...

ଏଇ ଭାରତରେ

ତେଲଙ୍ଗାନାର ଡ. ପ୍ରକାଶ ବେଞ୍ଜାମୁରି ୨୦୦୬ରୁ ‘ଅନ୍ଦରି ଇଲ୍ଲୁ’ ବା ‘ଖୋଲା ଘର’ ଗଠନକରି ଅସହାୟମାନଙ୍କୁ ମୁକ୍ତ ସେବା ଦେଉଛନ୍ତି। ସେମାନଙ୍କ ପାଇଁ ହାଇଦ୍ରାବାଦସ୍ଥିତ ଏହିି...

ଇଲେକ୍ଟୋରାଲ ବଣ୍ଡ୍‌ : ବେନାମୀ ପ୍ରହସନ

ନୀତୀନ ସେଠୀ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଇଲେକ୍ଟୋରାଲ ବଣ୍ଡ୍‌ କିଣୁଥିବା ଦାତା ତଥା ତା’ର ଗ୍ରହୀତା ରାଜନୈତିକ ଦଳଗୁଡ଼ିକର ଏକ ଗୁପ୍ତ ସଂଖ୍ୟାଭିତ୍ତିକ ରେକର୍ଡ...

Advertisement
Archives

Model This Week