ଏଇ ଭାରତରେ

ଡେରାଡୁନ ଚିଡ଼ିଆଖାନାର ଡାଇରେକ୍ଟର ପି.କେ. ପାତ୍ରୋଙ୍କ ପରିବେଶ ସଚେତନତା ନିଶ୍ଚିତ ଭାବେ ପ୍ରେରଣାଦାୟକ। ସେ ଚିଡ଼ିଆଖାନାକୁ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ କରିପାରିଛନ୍ତି। ସେଠାରେ କୌଣସି ପ୍ଲାଷ୍ଟିକ ବ୍ୟବହାର କରାଯାଉନାହିଁ। ସେ ଚିଡ଼ିଆଖାନାର କାର୍ବନ ନିର୍ଗମନକୁ ଶୂନ ସ୍ତରକୁ ଆଣିପାରିଛନ୍ତି। ୨୦୧୪-୧୫ରେ ପାତ୍ରୋ ଚିଡ଼ିଆଖାନାର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଅଭିଯାନ ଆରମ୍ଭ କରିଥିଲେ। ଯେଉଁମାନେ ଚିଡ଼ିଆଖାନା ଭିତରକୁ ପ୍ଲାଷ୍ଟିକ ବୋତଲ ତଥା ପ୍ୟାକେଟ୍‌ ନିଅନ୍ତି ସେମାନେ ୧୦ ଟଙ୍କାର ଟୋକନ କାଟନ୍ତି। ଫେରିବାବେଳେ ପ୍ଲାଷ୍ଟିିକ ଜିନିଷ ଫେରାଇବା ପରେ ସେମାନଙ୍କ ଟଙ୍କା ଫେରାଇ ଦିଆଯାଏ। ଏବେ ସୁଦ୍ଧା ୧ ଲକ୍ଷ ପ୍ଲାଷ୍ଟିକ ବୋତଲ ଓ ୮୦୦ କିଲୋ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ରିସାଇକ୍ଲିଂ କରାଯାଇସାରିଲାଣି। ଚିଡ଼ିଆଖାନାରେ ତିନି ବର୍ଷ ପୂର୍ବରୁ ପ୍ଲାଷ୍ଟିକ୍‌ ରିସାଇକ୍ଲିଂ କରାଯିବା ସହ ପରିବେଶ ସଂରକ୍ଷଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କେବଳ ପ୍ଲାଷ୍ଟିକ୍‌ ରିସାଇକ୍ଲିଂ ଉପରେ ଗୁରୁତ୍ୱ ଦିଆଯାଉଛି ତାହା ନୁହେଁ, ସେଠାରେ ପ୍ରାକୃତିକ ସାଧନ ଏବଂ ଶକ୍ତି ଉପଯୋଗ କରାଯାଉଛି। ସେ ଏଥିପାଇଁ ୫୫ କିଲୋଓ୍ବାଟ୍‌ କ୍ଷମତା ବିଶିଷ୍ଟ ସୋଲାର ପ୍ୟାନେଲ ଲଗାଇଛନ୍ତି। ପାତ୍ର୍ରୋଙ୍କ କାର୍ଯ୍ୟ କେବଳ ଚିଡ଼ିଆଖାନା ମଧ୍ୟରେ ସୀମିତ ନାହିଁ, ସେ ଏହାର ଆଖପାଖ ଗାଁଗୁଡ଼ିକରେ ଏଲ୍‌ଇଡି ମରାମତି କାର୍ଯ୍ୟରେ ମହିଳାମାନଙ୍କୁ ନିଯୁକ୍ତ କରିଛନ୍ତି। ବର୍ଷାଜଳ ସଂରକ୍ଷଣ ଉପରେ ବି ଧ୍ୟାନ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଏଇ ଭାରତରେ

ଉତ୍ତମ ଟେରୋନ ଜଣେ ଶିକ୍ଷକ। ରହନ୍ତି ଆସାମର ଏକ ଛୋଟ ଗାଁରେ। ତାଙ୍କୁ ବୟସ ଏବେ ୪୭ ବର୍ଷ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଗଁାରେ…

ବସାଘର

ମଣିଷ, ଜୀବଜଗତ ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ କରିଥାନ୍ତି। ଆଦିମ ସଭ୍ୟତାରେ ମଣିଷ ଯାହା ପାଇଲା ତାହା ଖାଉଥିଲା ଓ ଯେଉଁଠି ପାରୁଥିଲା ସେଇଠି ବିଶ୍ରାମ ନେଉଥିଲା।…

ଖଣି ଆଇନ ସଂଶୋଧନର ପ୍ରଭାବ

ଯନ୍ତରମନ୍ତରରେ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ର ସରକାର ‘ଖଣି ଓ ଖଣିଜ (ବିକାଶ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri