ଏଇ ଭାରତରେ

ଘର ବଗିଚାରୁ ଯାତ୍ରା ଆରମ୍ଭ କରି ୧୦ ଏକର ଜମିରେ ଜୈବିକ ଚାଷରେ ସଫଳ ହୋଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ତାମିଲନାଡୁର ପି. ଭୁବନେଶ୍ୱରୀ। ଗୃହିଣୀ ଭାବେ ଘରେ କିଚେନ ଗାର୍ଡେନ ଆରମ୍ଭ କରିବା ପରେ ସେ ଅଧିକ ଜମିରେ ଜୈବିକ ଚାଷ କରିବାକୁ ସ୍ଥିର କରିଥିଲେ। ଏଥିତ୍ପାଇଁ ସେ ପରିବାରକୁ ୧.୫ ଏକର ଜମି ଦେବା ଲାଗି ଅନୁରୋଧ କରିଥିତ୍ଲେ। ଏହି ଜମିରେ ଜୈବିକ ଚାଷରେ ସଫଳ ହେବା ପରେ ଧୀରେ ଧୀରେ ତାଙ୍କ ପରିବାରର ୧୦ ଏକର ଜମିକୁ ଜୈବିକ ସ୍ବର୍ଗରେ ପରିଣତ କରିଛନ୍ତି। ସେ ବିଭିନ୍ନ ପ୍ରକାର ଧାନ, ପରିବା ସହ ଫଳ ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ଭୁବନେଶ୍ୱରୀଙ୍କ ବୟସ ୫୪। ଥାଞ୍ଜାଭୁର ଜିଲାର କଲ୍ୟାଣୋଦାଇ ଗାଁରେ ଜନ୍ମିତ ଭୁବନେଶ୍ୱରୀଙ୍କର ପିଲାବେଳୁ ଚାଷ ପ୍ରତି ଆଗ୍ରହ ରହିଥିଲା। ବିବାହ ପରେ ମଦୁରାଇର ପୁଡୁକୋଟି କରୁପୟୁରାନି ଗାଁକୁ ଆସିବା ପରେ କିଚେନ ଗାର୍ଡେନ ଆରମ୍ଭ କରିଥିଲେ। ଏବେ ଚାଷରେ ସେ ଅଦା, ରସୁଣ, କଞ୍ଚାଲଙ୍କା ଏବଂ ବଟରମିଲ୍କ ମିଶ୍ରଣକୁ ଗଛରେ ପ୍ରୟୋଗ କରୁଛନ୍ତି। ଚାଷ ପାଇଁ ଗୋବର, ଗୋମୂତ୍ର ମିଶ୍ରଣକୁ ଜମିରେ ସ୍ପ୍ରେ କରୁଛନ୍ତି। ଏହା କୀଟନାଶକ ଭାବେ କାମ କରୁଛି। ଏହା ବ୍ୟତୀତ ସେ ଗୋବର, ଗୋମୂତ୍ର, ଘିଅ ଓ କ୍ଷୀର ମିଶାଇ ଏକ ଦ୍ରବଣ କରି ତାହାକୁ ମଧ୍ୟ ପ୍ରୟୋଗ କରୁଛନ୍ତି। ଏହା ବ୍ୟତୀତ ପ୍ରାୟ ୨୫ ପ୍ରକାରର ଔଷଧୀୟ ଗଛର ପତ୍ରରୁ କୀଟନାଶକ ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri