ଏଇ ଭାରତରେ

ବ୍ୟାପକ ଜଙ୍ଗଲ ଧ୍ୱଂସ ଜଳବାୟୁ ପରିବର୍ତ୍ତନର କାରଣ ପାଲଟୁଛି। ଏହାଯୋଗୁ ପୃଥିବୀ ଭୀଷଣ ଭାବେ ପ୍ରଭାବିତ ହେବାରେ ଲାଗିଛି। ଏହାକୁ ଉପଲବ୍ଧି କରି କିଛି ବ୍ୟକ୍ତି ପରିବେଶ ସୁରକ୍ଷା ଚିନ୍ତା କରୁଛନ୍ତି ଓ ଏମାନଙ୍କ ମଧ୍ୟରେ କେରଳର ଅବଦୁଲ କରିମ୍‌ ଅନ୍ୟତମ। ସେ ଏକୁଟିଆ ୨୭ ଏକର ଜମିରେ ଜଙ୍ଗଲ ସୃଷ୍ଟି କରିଛନ୍ତି। ମୋଟରେ ଏହି ଜଙ୍ଗଲରେ ସେ ୫,୦୦୦ ଗଛ ବଢ଼ାଇପାରିଛନ୍ତି। ଅବଦୁଲଙ୍କ ବୟସ ୭୪। କସାରଗଡ଼ର ଏହି ବ୍ୟକ୍ତିଙ୍କ ନିଜସ୍ବ ଉଦ୍ୟମରେ କିଛି ଦଶନ୍ଧି ମଧ୍ୟରେ ଏହି ଜଙ୍ଗଲ ସମ୍ଭବ ହୋଇଛି। ଏବେ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ପକ୍ଷୀ, ବଣୁଆ ଜୀବ ଏବଂ ଔଷଧୀୟ ବୃକ୍ଷ ଦେଖିବାକୁ ମିଳୁଛି। ୭୦ ଦଶକରେ ଅବଦୁଲ ଗଲ୍ଫରେ କାମ କରୁଥିଲେ। ୟୁଏଇର ସଂସ୍ଥାପକ ଶେଖ୍‌ ଜୟିଦ ବିନ୍‌ ସୁଲତାନ ଅଲ୍‌ ନହ୍ୟାନ ମରୁଭୂମିକୁ ସବୁଜ କରିବା ଲାଗି ଯୋଜନା କରି ସଫଳ ହୋଇଥିଲେ ଓ ଏହି କାର୍ଯ୍ୟ କରିମ୍‌ଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଗଲ୍ଫରୁ ୧୯୭୭ରେ ସେ ଘରକୁ ଫେରିବା ପରେ ୫ ଏକର ଜମି କିଣିି ବୃକ୍ଷରୋପଣ ଆରମ୍ଭ କରିଥିଲେ। ଧୀରେ ଧୀରେ ଅଧିକ ଜମି କିଣି ମୋଟରେ ୨୭ ଏକରକୁ ଜଙ୍ଗଲ କରି ତାଙ୍କ ସ୍ବପ୍ନ ପୂରଣ କରିବା ସହ ପରିବେଶ ସୁରକ୍ଷାରେ ନିଜକୁ ନିୟୋଜିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri