ଏଇ ଭାରତରେ

ଶିକ୍ଷାଦାନ ସହ ଜୈବିକ ଫଳ ଓ ପରିବା ଉତ୍ପାଦନ କରି ଏକ ଉଦାହରଣ ସୃଷ୍ଟି କରିଛି ବେଙ୍ଗାଲୁରୁର ବିଶ୍ୱ ବିଦ୍ୟାପୀଠ ସ୍କୁଲ। ସ୍କୁଲର ଡାଇରେକ୍ଟର ସୁଶୀଳା ସନ୍ତୋଷଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଉପତ୍ାଦିତ ପନିପରିବାରେ ୧,୪୦୦ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କୁ ମାଗଣାରେ ଖାଇବାକୁ ଦିଆଯାଉଛି। ଲକ୍‌ଡାଉନ ସମୟରେ ଶିକ୍ଷକ ଓ ଅଣଶିକ୍ଷକଙ୍କ ସାହାଯ୍ୟରେ ସୁଶୀଳା ଏହି କାର୍ଯ୍ୟ ଆରମ୍ଭ କରିଥିଲେ । ଲକ୍‌ଡାଉନ ପରେ ମଧ୍ୟ ତାହା ଜାରି ରଖିଛନ୍ତି। ଋତୁ ଅନୁଯାୟୀ ପର୍ଯ୍ୟାୟକ୍ରମେ ପରିବା ଚାଷ କରାଯାଉଛି। ଅମୃତଭଣ୍ଡା, କଦଳୀ ଚାଷ ଉପରେ ବେଶି ଗୁରୁତ୍ୱ ପ୍ରଦାନ କରାଯାଉଛି। ସ୍କୁଲରେ ମଧ୍ୟ ଏକ ବଗିଚା କରିଛନ୍ତି ସୁଶୀଳା। ଏଥିରେ ୪୦ ପ୍ରକାର ଔଷଧୀୟ ଗଛ ଲଗାଯାଇଛି। ସ୍କୁଲ ହତା ମଧ୍ୟରେ କମ୍ପୋଷ୍ଟ ପିଟ୍‌ ନିର୍ମାଣ କରାଯାଇ ସେଥିରେ ଝଡ଼ାପତ୍ରରୁ ଜୈବିକ ଖତ ପ୍ରସ୍ତୁତ କରାଯାଇ ଚାଷରେ ପ୍ରୟୋଗ କରାଯାଉଛି। ବର୍ଷାଜଳ ସଂରକ୍ଷଣ କରାଯାଇ ତାହାକୁ ଚାଷରେ ଲଗାଯାଉଛି। ଏପରି କି ସ୍କୁଲ୍‌ କ୍ୟାମ୍ପସ ମଧ୍ୟରେ ଲଗାଯାଇଥିବା ୨୦୦ କଦଳୀ ଗଛରେ ପାଣି ଦେବା ଲାଗି ଏକ ଓ୍ବାଟର ଚ୍ୟାନେଲ ନିର୍ମାଣ କରାଯାଇଛି। ସ୍କୁଲର ସବୁପିଲା ଓ ଶିକ୍ଷକମାନଙ୍କୁ ମାଗଣାରେ ଖାଦ୍ୟ ପରଷା ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri