ଏଇ ଭାରତରେ

ଶିକ୍ଷାଦାନ ସହ ଜୈବିକ ଫଳ ଓ ପରିବା ଉତ୍ପାଦନ କରି ଏକ ଉଦାହରଣ ସୃଷ୍ଟି କରିଛି ବେଙ୍ଗାଲୁରୁର ବିଶ୍ୱ ବିଦ୍ୟାପୀଠ ସ୍କୁଲ। ସ୍କୁଲର ଡାଇରେକ୍ଟର ସୁଶୀଳା ସନ୍ତୋଷଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଉପତ୍ାଦିତ ପନିପରିବାରେ ୧,୪୦୦ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କୁ ମାଗଣାରେ ଖାଇବାକୁ ଦିଆଯାଉଛି। ଲକ୍‌ଡାଉନ ସମୟରେ ଶିକ୍ଷକ ଓ ଅଣଶିକ୍ଷକଙ୍କ ସାହାଯ୍ୟରେ ସୁଶୀଳା ଏହି କାର୍ଯ୍ୟ ଆରମ୍ଭ କରିଥିଲେ । ଲକ୍‌ଡାଉନ ପରେ ମଧ୍ୟ ତାହା ଜାରି ରଖିଛନ୍ତି। ଋତୁ ଅନୁଯାୟୀ ପର୍ଯ୍ୟାୟକ୍ରମେ ପରିବା ଚାଷ କରାଯାଉଛି। ଅମୃତଭଣ୍ଡା, କଦଳୀ ଚାଷ ଉପରେ ବେଶି ଗୁରୁତ୍ୱ ପ୍ରଦାନ କରାଯାଉଛି। ସ୍କୁଲରେ ମଧ୍ୟ ଏକ ବଗିଚା କରିଛନ୍ତି ସୁଶୀଳା। ଏଥିରେ ୪୦ ପ୍ରକାର ଔଷଧୀୟ ଗଛ ଲଗାଯାଇଛି। ସ୍କୁଲ ହତା ମଧ୍ୟରେ କମ୍ପୋଷ୍ଟ ପିଟ୍‌ ନିର୍ମାଣ କରାଯାଇ ସେଥିରେ ଝଡ଼ାପତ୍ରରୁ ଜୈବିକ ଖତ ପ୍ରସ୍ତୁତ କରାଯାଇ ଚାଷରେ ପ୍ରୟୋଗ କରାଯାଉଛି। ବର୍ଷାଜଳ ସଂରକ୍ଷଣ କରାଯାଇ ତାହାକୁ ଚାଷରେ ଲଗାଯାଉଛି। ଏପରି କି ସ୍କୁଲ୍‌ କ୍ୟାମ୍ପସ ମଧ୍ୟରେ ଲଗାଯାଇଥିବା ୨୦୦ କଦଳୀ ଗଛରେ ପାଣି ଦେବା ଲାଗି ଏକ ଓ୍ବାଟର ଚ୍ୟାନେଲ ନିର୍ମାଣ କରାଯାଇଛି। ସ୍କୁଲର ସବୁପିଲା ଓ ଶିକ୍ଷକମାନଙ୍କୁ ମାଗଣାରେ ଖାଦ୍ୟ ପରଷା ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri