ଏଇ ଭାରତରେ

ଅଗଣାରେ ଜୈବିକ ପରିବା ଚାଷ କରି ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରୁଛନ୍ତି ବାରାଣସୀର ନନ୍ଦଲାଲ ମାଷ୍ଟର। ସେ ୨୦୦ଟି କୁଣ୍ଡରେ ପରିବା ଚାଷ କରୁଛନ୍ତି। ଏଥିରୁ ଗୋଟିଏ ସପ୍ତାହରେ ୧୦୦ କେଜି ପରିବା ଉପତ୍ାଦନ କରୁଛନ୍ତି। ୨୦୧୧ରେ ଉତ୍ତରପ୍ରଦେଶର ନାଗେପୁର ଗାଁର ନନ୍ଦଲାଲ ବୃତ୍ତିଗତ କାରଣରୁ ବାରାଣସୀ ଯାଇଥିଲେ। ସେଠାରେ ଗ୍ରାମୀଣ ଜୀବନଶୈଳୀ ଜାରି ରଖିବା ଲାଗି ପ୍ରଥମେ ଅଗଣାରେ ଅଳ୍ପ କିଛି କୁଣ୍ଡରେ ପରିବା ଚାଷ ଆରମ୍ଭ କରିଥିଲେ। ଏବେ ୨୦୦ କୁଣ୍ଡରେ ଏହି ଚାଷ କରୁଛନ୍ତି। ରୋଷେଇଘର ଓ ଅନ୍ୟ ବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। ନନ୍ଦଲାଲ ଅଗଣାରେ ବାଇଗଣ, କଲରା, ଲାଉ, ଫୁଲକୋବି, ଭେଣ୍ଡି, ରସୁଣ, କାକୁଡ଼ି, ଟମାଟୋ ଏବଂ ଅନ୍ୟ ଋତୁକାଳୀନ ପରିବା ଫଳାଉଛନ୍ତି। ଏବେ ସେ ୭୦ କେଜି ଫୁଲକୋବି, ୩ କେଜି ବାଇଗଣ ଏବଂ ୧୨ କେଜି ଲାଉ ଫଳାଇଛନ୍ତି। ଦିନକୁ ୧କେଜି ଭେଣ୍ଡି ବି ପାଉଛନ୍ତି। ନିଜ ପରିବାରର ଆବଶ୍ୟକତା ପୂରଣ କରିବା ପରେ ସେ ପଡ଼ୋଶୀମାନଙ୍କୁ ପରିବା ଦେଉଛନ୍ତି। ନନ୍ଦଲାଲଙ୍କ ପ୍ରେରଣାରେ ଏବେ ବହୁ ପରିବାର ଏଭଳି ପରିବା ଚାଷ କରୁଛନ୍ତି। ସେମାନଙ୍କୁ ସେ ମାର୍ଗଦର୍ଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri