ଭାରତରେ ବର୍ଜ୍ୟର ପୁନଃ ଉପଯୋଗ ଲାଗି ଦୁଇ ଇଞ୍ଜିନିୟରଙ୍କ ପ୍ରୟାସ ଯୁବପିଢ଼ିଙ୍କ ଲାଗି ଏକ ଦୃଷ୍ଟାନ୍ତ ପାଲଟିଛି। ଏହି ଦୁଇ ଇଞ୍ଜିନିୟର ହେଉଛନ୍ତି ଦର୍ଶନ ଚାଲ୍ଲୁର ଏବଂ ଚନ୍ଦନ କଗନାପଲ୍ଲି। ସେମାନେ ବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। କିଲୋ ପ୍ରତି ୪ ଟଙ୍କା ମୂଲ୍ୟରେ ସେମାନେ ଏହି ଖତକୁ କୃଷକମାନଙ୍କୁ ବିକ୍ରି କରୁଛନ୍ତି। ଫଳରେ ହଜାର ହଜାର କୃଷକ ଉପକୃତ ହେଉଛନ୍ତି। ଗୋଟିଏ ପଟେ ବର୍ଜ୍ୟର ପୁନଃ ଉପଯୋଗ କରି ପରିବେଶ ସୁରକ୍ଷା କରିବା ସହ କୃଷକମାନଙ୍କୁ ରାସାୟନିକ ମୁକ୍ତ ଚାଷ ଲାଗି ପ୍ରୋତ୍ସାହିତ କରୁଛନ୍ତି। ତିରୁମାଲା ତିରୁପତି ଦେବସ୍ଥାନମ୍କୁ ପ୍ରତିବର୍ଷ ୪୦ ଲକ୍ଷ ଶ୍ରଦ୍ଧାଳୁ ଆସିଥାଆନ୍ତି ଓ ସେଠାରେ ୪୦ ଟନ ବର୍ଜ୍ୟ ଠୁଳ ହୋଇଥାଏ। ଏତେ ପରିମାଣ ବର୍ଜ୍ୟର ପୁନଃ ଉପଯୋଗ କରିବା ଲାଗି ସେମାନେ ୨୦୨୦ରେ ଇକୋଫିନିକ୍ସ ଷ୍ଟାର୍ଟଅପ୍ ଗଠନ କରି ଜୈବିକ ବର୍ଜ୍ୟରୁ ୪୦ ଦିନ ମଧ୍ୟରେ ଜୈବିକ ଖତ ପ୍ରସ୍ତୁତ କରିପାରିଛନ୍ତି। ଖତ ବିକ୍ରି କରି ସେମାନେ ବର୍ଷକୁ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ଏହା ସହ କଠିନ ପ୍ଲାଷ୍ଟିକ ବର୍ଜ୍ୟକୁ ରିସାଇକ୍ଲିଂ ପାଇଁ ପଠାଯାଉଛି।
ଏଇ ଭାରତରେ
ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…
ଚାଲ ଦୁଷ୍ଟାମି କରିବା
ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…
ଶାସକ, ଶାସନ ଓ ସଭ୍ୟତା
ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…
ବିଚାରପତି ଭଗବାନ୍ ନୁହନ୍ତି
ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…
କଠିନ ପଥ
ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ପବିତ୍ର ବନ
ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍ ସିଟୁ’ ଏବଂ ୨ୟରେ ‘ଏକ୍ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…
ସ୍ବାଗତଯୋଗ୍ୟ ସମୀକ୍ଷା
ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…
Archives

