ଏଇ ଭାରତରେ

ମ୍ରିଦୁ ଖୋସ୍‌ଲା। ବୟସ ୩୮। ମୁମ୍ବାଇର ରାସ୍ତାରେ ବୁଲୁଥିବା ବିଲେଇଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରୁଛନ୍ତି। ଏବେ ସୁଦ୍ଧା ଖୋସ୍‌ଲା ୧୦,୦୦୦ ବିଲେଇଙ୍କ ଚିକିତ୍ସା କରିସାରିଲେଣି। ସେ ୨୦୦୫ରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ନ୍ୟୁୟର୍କ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରୁ ଫିଲ୍ମ ମେକିଂରେ ସ୍ନାତକୋତ୍ତର ଡିଗ୍ରୀ ଶେଷ କରି ଆମେରିକାରେ ଚାକିରି କରିଥିଲେ। ୨୦୦୮ରେ ମୁମ୍ବାଇ ଫେରିବା ପରେ ସହରରେ ପ୍ରାଣୀ ନିର୍ଯାତନ ତାଙ୍କୁ ଘୋର ଦୁଃଖ ଦେଇଥିଲା ଓ ସେ ପ୍ରଥମେ ଗୋଟିଏ ବିଲେଇକୁ ଉଦ୍ଧାର କରି ପୋଷିଥିତ୍ଲେ। ଏହାର ଦୁଇବର୍ଷ ପରେ ‘ଜିକ୍‌ଫର’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ପରିତ୍ୟକ୍ତ ବିଲେଇଙ୍କୁ ଉଦ୍ଧାର କରି ଘରେ ରଖିବାରେ ଲାଗିଲେ। ୨୦୧୫ରେ ସେ ତାଙ୍କ ଭଉଣୀ ଓ ଜଣେ ସହପାଠୀଙ୍କ ସହ ମିଶି ଅର୍ଗମ ନଗରରେ କ୍ୟାଟ୍‌ କାଫେ ଷ୍ଟୁଡିଓ ପ୍ରତିଷ୍ଠା କରିଛନ୍ତି। ଏହି କାଫେର ଆୟ ଓ ବାହାରୁ ମିଳୁଥିବା ଆର୍ଥିକ ଅନୁଦାନରେ ବିଲେଇମାନଙ୍କ ଚିକିତ୍ସା ଖର୍ଚ୍ଚ ଭରଣା କରୁଛନ୍ତି। ସେମାନେ ୨,୦୦୦ରୁ ଊର୍ଦ୍ଧ୍ୱ ବିଲେଇଙ୍କୁ ଉଦ୍ଧାର କରି ସେମାନଙ୍କୁ ସ୍ବତନ୍ତ୍ର ଘରେ ରଖିଛନ୍ତି। ୨୦୧୭ରେ ସେମାନେ ଫିଲାଇନ ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ଭେଟେରିନାରି ଡାକ୍ତରଙ୍କଠାରୁ ଆରମ୍ଭ କରି ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥା କରୁଛନ୍ତି। ଏବେ ସୁଦ୍ଧା ୧୦ହଜାର ବିଲେଇଙ୍କ ଚିକିତ୍ସା କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲାରେ ଭାରତୀୟ ଡାକ

ବୃହସ୍ପତି ସାମଲ ଭାରି ବ୍ୟସ୍ତ ଲାଗୁଥାଏ ସଂଜିତ୍‌ ହାଲଦାରଙ୍କୁ। ଶନିବାର କାମ ସାରି ନିଜର କର୍ମସ୍ଥଳୀ ନଦିଆ ଜିଲାର ଦେବଗ୍ରାମ ଉପଡାକଘରୁ ୧୬୦ କି.ମି. ଦୂର...

ଏଇ ଭାରତରେ

ଦୁଇ ମହଲା ବିଶିଷ୍ଟ କୋଠାର ୪ଟି ରୁମ୍‌ରେ ଚାଲିଛି ସ୍କୁଲ୍‌, କିନ୍ତୁ ପଢୁଛି ଜଣେ ପିଲା। ଆହୁରି ରୋଚକ କଥା ହେଉଛି ଏହି ପିଲାକୁ ପଢାଇବା...

କାର୍ଯ୍ୟବୋଝ

ପୂର୍ବତନ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ଅମରଜିତ ସିହ୍ନାଙ୍କୁ ପବ୍ଲିକ୍‌ ଏଣ୍ଟରପ୍ରାଇଜ୍‌ ସିଲେକ୍‌ସନ ବୋର୍ଡ (ପିଇଏସ୍‌ବି)ର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସିହ୍ନା...

ଓଡ଼ିଶା ଓ ତାରକସୀ ଶିଳ୍ପ

ରମେଶ ଚନ୍ଦ୍ର ସାହୁ ଭାରତ ଭଳି ଗୋଟିଏ ଅର୍ଥନୈତିକ ବିକାଶଶୀଳ ରାଷ୍ଟ୍ରରେ ହାରାହାରି ପ୍ରାୟ ୮୦ପ୍ରତିଶତ ଲୋକ ସାଧାରଣ ସୁଖ ସୁବିଧାରୁ ବଞ୍ଚତ୍ତ ହୋଇ ଦାରିଦ୍ର୍ୟ...

ଦେଶାନ୍ତରୀ ଶିଶୁଙ୍କ ଶିକ୍ଷା ଅଧିକାର

ଘାସିରାମ ପଣ୍ଡା ଦାରିଦ୍ର୍ୟ ହେତୁ ପଶ୍ଚିମ ଓଡିଶାର ଅନେକ ପରିବାର ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟର ଇଟାଭାଟିଗୁଡ଼ିକରେ କାମ କରିବାକୁ ଯାଆନ୍ତି। ଏଥିରେ ଛୋଟ ପିଲାମାନେ...

କେତେ ସଫଳ ସଙ୍ଗରୋଧ

ସହଦେବ ସାହୁ ଲକ୍‌ଡାଉନ୍‌ ଓ ସୋସିଆଲ୍‌ ଡିଷ୍ଟାନ୍ସିଂ ଜୀବନ ବଞ୍ଚାଉଛି କି- ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମକୁ ଇତିହାସ ଦେଖିବାକୁ ପଡ଼ିବ। ୨୦୧୯...

ଭୋକ

ଛନ୍ଦା ମିଶ୍ର ଖୁବ୍‌ ସାନ ହୋଇଥିଲି, କିନ୍ତୁ ଆଜି ବି ଘଟଣାଟି ଲେଖିଲା ବେଳକୁ ମୋ ଆଖି ଆଗରେ ଜଳଛବି ପ୍ରାୟ ଭାସି ଯାଉଛି। ଦିନ...

ଅନ୍ୟ ପନ୍ଥା ନାହିଁ

ଆକାର ପଟେଲ ମୋର ବୟସ ୫୦ ହେଲାଣି ଏବଂ ବର୍ତ୍ତମାନ ଚାଲିଥିବା ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ବିରୋଧୀ ଆନ୍ଦୋଳନ ପରି ଗଣଆନ୍ଦୋଳନ ଦେଖିନାହିଁ। ଜରୁରିକାଳୀନ...

Advertisement
Archives

Model This Week