ଏଇ ଭାରତରେ

ମ୍ରିଦୁ ଖୋସ୍‌ଲା। ବୟସ ୩୮। ମୁମ୍ବାଇର ରାସ୍ତାରେ ବୁଲୁଥିବା ବିଲେଇଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରୁଛନ୍ତି। ଏବେ ସୁଦ୍ଧା ଖୋସ୍‌ଲା ୧୦,୦୦୦ ବିଲେଇଙ୍କ ଚିକିତ୍ସା କରିସାରିଲେଣି। ସେ ୨୦୦୫ରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ନ୍ୟୁୟର୍କ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରୁ ଫିଲ୍ମ ମେକିଂରେ ସ୍ନାତକୋତ୍ତର ଡିଗ୍ରୀ ଶେଷ କରି ଆମେରିକାରେ ଚାକିରି କରିଥିଲେ। ୨୦୦୮ରେ ମୁମ୍ବାଇ ଫେରିବା ପରେ ସହରରେ ପ୍ରାଣୀ ନିର୍ଯାତନ ତାଙ୍କୁ ଘୋର ଦୁଃଖ ଦେଇଥିଲା ଓ ସେ ପ୍ରଥମେ ଗୋଟିଏ ବିଲେଇକୁ ଉଦ୍ଧାର କରି ପୋଷିଥିତ୍ଲେ। ଏହାର ଦୁଇବର୍ଷ ପରେ ‘ଜିକ୍‌ଫର’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ପରିତ୍ୟକ୍ତ ବିଲେଇଙ୍କୁ ଉଦ୍ଧାର କରି ଘରେ ରଖିବାରେ ଲାଗିଲେ। ୨୦୧୫ରେ ସେ ତାଙ୍କ ଭଉଣୀ ଓ ଜଣେ ସହପାଠୀଙ୍କ ସହ ମିଶି ଅର୍ଗମ ନଗରରେ କ୍ୟାଟ୍‌ କାଫେ ଷ୍ଟୁଡିଓ ପ୍ରତିଷ୍ଠା କରିଛନ୍ତି। ଏହି କାଫେର ଆୟ ଓ ବାହାରୁ ମିଳୁଥିବା ଆର୍ଥିକ ଅନୁଦାନରେ ବିଲେଇମାନଙ୍କ ଚିକିତ୍ସା ଖର୍ଚ୍ଚ ଭରଣା କରୁଛନ୍ତି। ସେମାନେ ୨,୦୦୦ରୁ ଊର୍ଦ୍ଧ୍ୱ ବିଲେଇଙ୍କୁ ଉଦ୍ଧାର କରି ସେମାନଙ୍କୁ ସ୍ବତନ୍ତ୍ର ଘରେ ରଖିଛନ୍ତି। ୨୦୧୭ରେ ସେମାନେ ଫିଲାଇନ ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ଭେଟେରିନାରି ଡାକ୍ତରଙ୍କଠାରୁ ଆରମ୍ଭ କରି ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥା କରୁଛନ୍ତି। ଏବେ ସୁଦ୍ଧା ୧୦ହଜାର ବିଲେଇଙ୍କ ଚିକିତ୍ସା କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri