ନିଷିଦ୍ଧାଞ୍ଚଳରେ ପାରା ଉଡ଼ାଣ ପରୀକ୍ଷଣ

ବାହାନଗା,୧୨ା୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଡିଆର୍‌ଡିଓ ତଥ୍ୟ ଲିକ୍‌ ଘଟଣାର ତଦନ୍ତ ସରି ନ ଥିବା ବେଳେ ସମୁଦ୍ର ଉପକୂଳ ନିଷିଦ୍ଧାଞ୍ଚଳରେ ଅନ୍ୟ ରାଜ୍ୟର ଦୁଇ ଯୁବକ ପାରା ଉଡ଼ାଇ ପରୀକ୍ଷଣ କରିବା ଚର୍ଚ୍ଚାର ବିଷୟ ହୋଇଛି। ଜିଲା ପ୍ରଶାସନର ବିନା ଅନୁମତିରେ ଏଭଳି କାର୍ଯ୍ୟରେ ନିୟୋଜିତ ଦୁଇ ଯୁବକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜଣେ କାର୍‌ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପରେ ୪୧ ସିଆର୍‌ପିସିରେ ଜାମିନରେ ଛାଡ଼ିଥିବା ସୂଚନା ମିଳିଛି। ଯୁବକ ଦ୍ୱୟ ହେଲେ ଆନ୍ଧ୍ରପ୍ରଦେଶ ଭାଇଜାଗ ଅନ୍ତର୍ଗତ ଗଜୱାକା ଗ୍ରାମର ଉପେନ୍ଦ୍ର ମୋଲି ଓ କାକିନଣ୍ଡା ଗ୍ରାମର ପୱାନ କଲ୍ୟାଣ। ବାହାନଗା ବ୍ଲକ ବରିପଦା ସ୍ଥିତ ସମୁଦ୍ରକୂଳବର୍ତ୍ତୀ ଅଟାସପୁର ଆଡ଼ିଆ ଓ ଜହ୍ନିପୁର ଅଞ୍ଚଳରେ ସେମାନେ ପାରା ପରୀକ୍ଷଣ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଲୋକେ ସେମାନଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ସେମାନଙ୍କୁ ଥାନାକୁ ନେବା ସହ ବ୍ୟବହାର କରିଥିବା ଏକ କାର୍‌ ଜବତ କରି ତଦନ୍ତ ଚଳାଇଛି। ତେବେ ପ୍ରଶାସନର ଅଜାଣତରେ ସେମାନେ ଅନ୍ୟ ରାଜ୍ୟରୁ ଆସି ପାରା ପରୀକ୍ଷଣ କରିବା ଘଟଣାରୁ ଉପକୂଳର ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ମଙ୍ଗଳବାର ସକାଳ ସାଢ଼େ ୭ଟା ସମୟରେ ଦୁଇ ଯୁବକ ୨୦ରୁ ଅଧିକ ପାରାଙ୍କୁ ଆଣି ସେମାନଙ୍କ ଗୋଡ଼ରେ ନାଲି, ନୀଳ ଓ ହଳଦିଆ ରଙ୍ଗର ପଟି ଏବଂ କ୍ୟାମେରା ବାନ୍ଧି ଉଡ଼ାଉଥିଲେ। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ଉଭୟଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଗୋପାଳପୁର ଫାଣ୍ଡି ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ପଚରାଉଚରା ପରେ ସେମାନେ ଗୋଦାବରୀ ମୋମିଂ ପିଜନ ସୋସାଇଟିର ୨ଜଣ ସଦସ୍ୟ ବୋଲି ଜଣାପଡ଼ିଥିଲା। ସେମାନେ ପାରାଙ୍କୁ ଆଣି ପରୀକ୍ଷଣ କରୁଥିଲେ। ଏହିଠାରୁ ସେହି ପାରାମାନଙ୍କୁ ଛାଡ଼ିଲେ ସାଢେ ୪ ଘଣ୍ଟା ମଧ୍ୟରେ କେତୋଟି ଭାଇଜାଗରେ ପହଞ୍ଚିବେ ତାହା ଜାଣିବାକୁ ପରୀକ୍ଷଣ କରୁଥିଲେ। ସେଥିପାଇଁ ସେହି ପାରାମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିବା ଯୁବକ ଦ୍ୱୟଙ୍କଠାରୁ ପୋଲିସ ଜାଣିବାକୁ ପାଇଥିଲା। ଉକ୍ତ ଅନୁଷ୍ଠାନର ୧୦ଜଣ ସଦସ୍ୟ ଅଛନ୍ତି। ସେମାନଙ୍କର ମୁଖ୍ୟ ହେଲେ ଡ.ନାରାୟଣ ରାଓ। ସଂସ୍ଥାର ମୁଖ୍ୟଙ୍କଠାରୁ କାଗଜପତ୍ର ମିଳିବା ପରେ ପୋଲିସ ସେମାନଙ୍କୁ ଜାମିନରେ ଛାଡ଼ିଛି। ତେବେ ପ୍ରତିରକ୍ଷା ବିଭାଗର ନିଷିଦ୍ଧାଞ୍ଚଳରେ ପ୍ରଶାସନର ବିନା ଅନୁମତିରେ ପାରା ପରୀକ୍ଷଣ କରାଯିବା ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କୋଷ୍ଟଗାର୍ଡ ଓ ସ୍ଥାନୀୟ ପୋଲିସର ନଜର ଆଢ଼ୁଆଳରେ ଅନ୍ୟ ରାଜ୍ୟର ଯୁବକ ନିର୍ବିଘ୍ନରେ ଏଭଳି କାର୍ଯ୍ୟ କରିବା ଘଟଣାର ଲୋକେ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri