ଏଇ ଭାରତରେ

କାର୍‌କୁ ମୋବାଇଲ୍‌ କ୍ଲିନିକ୍‌ କରି ରୋଗୀ ସେବାର ଉଦାହରଣ ସୃଷ୍ଟି କରିଛନ୍ତି ଡ. ସୁନୀଲ କୁମାର ହେବି। ବେଙ୍ଗାଲୁରୁ ଓ ଏହାର ଆଖପାଖ ଅଞ୍ଚଳରେ ୧୦ ବର୍ଷ ମଧ୍ୟରେ ୮୦୦ ମେଡିକାଲ କ୍ୟାମ୍ପ କରି ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିବାକୁ ସକ୍ଷମ ହୋଇପାରିଛନ୍ତି। ବେଙ୍ଗାଲୁରୁର ମାଲ୍ଲେଶ୍ୱରମ୍‌ରେ ରହନ୍ତି ଡ. ସୁନୀଲ। ୨୦୧୦ରେ ସଡ଼କ ଦୁର୍ଘଟଣାଗ୍ରସ୍ତ ଜଣେ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାର ବ୍ୟବସ୍ଥା କରି ତାଙ୍କୁ ସୁସ୍ଥ କରିବା ପରେ ତାଙ୍କ ମନ ବଦଳି ଯାଇଥିଲା। ଏହି ଘଟଣା ପରେ ୨୦୧୧ରେ ବିଜିଏସ୍‌ ଗ୍ଲୋବାଲ ହସ୍ପିଟାଲରୁ ସେ ଚାକିରି ଛାଡ଼ି ତାଙ୍କ କାର୍‌କୁ ମୋବାଇଲ୍‌ କ୍ଲିନିକ୍‌ କରି ବୁଲି ବୁଲି ରୋଗୀ ସେବା କରିବା ଆରମ୍ଭ କରିଥିଲେ। ଏହି କାର୍ଯ୍ୟ ସୁଚାରୁ ରୂପେ କରିବା ଲାଗି ସେ ‘ମାତୃ ଶ୍ରୀ ଫାଉଣ୍ଡେସନ’ ଗଠନ କରିଛନ୍ତି। ମୋବାଇଲ୍‌ କ୍ଲିନିକ୍‌ରେ ସେବା ଦେୟ ବାବଦରେ କାହାଠାରୁ କିଛି ବି ଗ୍ରହଣ କରନ୍ତିନି। କିନ୍ତୁ ଅନେକେ ତାଙ୍କୁ ବାଧ୍ୟକରି ଅର୍ଥ ଦିଅନ୍ତି। ଡ. ସୁନୀଲ ଏହି ଅର୍ଥ ତଥା ତାଙ୍କ ବନ୍ଧୁ ଓ ଅନ୍ୟମାନଙ୍କ ଦାନରେ ସେବାକୁ ଆଗକୁ ନେଇପାରିଛନ୍ତି। କୋଭିଡ୍‌ ସମୟରେ ଏହାକୁ ବହୁ ସତର୍କତାର ସହ ଚଳାଇଥିଲେ ମଧ୍ୟ ତଙ୍କ ସାନଭାଇଙ୍କ ମୃତ୍ୟୁ ହେବା ପରେ ଅନେକେ ତାଙ୍କୁ ମୋବାଇଲ୍‌ ବନ୍ଦ କରିବାକୁ କହିଥିଲେ। ହେଲେ ରୋଗୀମାନଙ୍କ ଫୋନ୍‌ ପାଇବା ପରେ ସେ ଘରେ ନ ରହି ପୁଣି ରୋଗୀଙ୍କ ପାଖରେ ପହଞ୍ଚିଗଲେ, ଯାହା ଏବେ ପୂର୍ବପରି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri