ଏଇ ଭାରତରେ

ବୁନ୍ଦି, ବେସନ, ନଡ଼ିଆ ଏବଂ ଚକୋଲେଟ ଆଦି ଲଡୁ ଖାଇଛନ୍ତି, ହେଲେ ଛତୁ ଲଡୁ କେବେ ଖାଇଛନ୍ତି କି? ଏମିତିକା ଲଡୁ ପ୍ରସ୍ତୁତ କରୁଛନ୍ତି ହରିୟାଣାର ଅଶୋକ କୁମାର ବଶିଷ୍ଠ। ତାଙ୍କ ହାତ ତିଆରି ଛତୁ ଲଡୁର ଚାହିଦା ଏବେ ହରିୟାଣା ବ୍ୟତୀତ ଦିଲ୍ଲୀ, ରାଜସ୍ଥାନ ଓ ପଞ୍ଜାବରେ ବେଶ ଆଦୃତ ହୋଇପାରିଛି। ଜିନ୍ଦ ନିବାସୀ ଅଶୋକ ୧୦ମ ଶ୍ରେଣୀ ଯାଏ ପଢ଼ିଛନ୍ତି। ପଢ଼ା ପରେ ବିଭିନ୍ନ ପ୍ରକାର ଶସ୍ୟ ଓ ପନିପରିବା ଚାଷ କରୁଥିଲେ। ପରେ ଛତୁଚାଷ ଆରମ୍ଭ କରି ମୁର୍‌ଥାଲ ମସ୍‌ରୁମ ରିସର୍ଚ୍ଚ ସେଣ୍ଟର (ମୁର୍‌ଥାଲ)ର ଗବେଷକ ଡ. ଅଜୟ ସିଂ ଯାଦବଙ୍କ ତତ୍ତ୍ୱାବଧାନରେ ଏହାକୁ ବଢ଼ାଇବା ସହ ପ୍ରଚୁର ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି। ରିସର୍ଚ୍ଚ ସେଣ୍ଟର ସହାୟତାରେ ସେ ଘରେ ଛତୁରୁ ବିଭିନ୍ନ ପ୍ରକାର ଉତ୍ପାଦ ପ୍ରସ୍ତୁତ କରିବା ଆରମ୍ଭ କରି ସେଥିରେ ସଫଳତା ପାଇବା ସହ ମାସକୁ ପାଖାପାଖି ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅଶୋକ ଏବଂ ତାଙ୍କ ସ୍ତ୍ରୀ ସୁନିତା ଛତୁରୁ ଲଡୁ, ଜାମ୍‌, ଆଚାର ଓ ଚଟଣି ଆଦି ୮୦ ପ୍ରକାର ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଏହାକୁ ସେ ଏବେ ଦିଲ୍ଲୀ, ରାଜସ୍ଥାନ ଓ ପଞ୍ଜାବକୁ ପଠାଉଛନ୍ତି ଓ ଆଗାମୀ ଦିନରେ ଅନ୍ୟ ରାଜ୍ୟରେ ତାଙ୍କ ବ୍ୟବସାୟ ଆରମ୍ଭ କରିବେ ବୋଲି କହିଛନ୍ତି ଅଶୋକ। ଅଶୋକଙ୍କ ପ୍ରସ୍ତୁତ ଉତ୍ପାଦକୁ ମଧ୍ୟ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଆଇ) ସ୍ବୀକୃତି ମିଳିଛି। ମସ୍‌ରୁମ୍‌ ରିସର୍ଚ୍ଚ ସେଣ୍ଟର ସହ ଏଥିରେ ହରିୟାଣା କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟ ସହଯୋଗର ହାତ ବଢ଼ାଇଛି। ଛତୁରୁ ସ୍ବାଦିଷ୍ଟ ଉତ୍ପାଦ ପ୍ରସ୍ତୁତ କରିବା ଏବେ ନୂତନ ପିଢ଼ିର ଚାଷୀଙ୍କ ପାଇଁ ନୂଆ ବାଟ ଦେଖାଇବା ସହ ନିଯୁକ୍ତି ସୃଷ୍ଟି କରିବ ବୋଲି କହନ୍ତି ଅଶୋକ। ସେ ମଧ୍ୟ ତାଙ୍କ ଚାଷ ଓ ବ୍ୟବସାୟରେ ଅନେକଙ୍କୁ ନିଯୁକ୍ତି ଦେଇଛନ୍ତି। ମହର୍ଷି ବଶିଷ୍ଠ ମସ୍‌ରୁମ୍‌ ମାର୍କାରେ ତାଙ୍କ ଉତ୍ପାଦକୁ ବିକ୍ରି କରୁଛନ୍ତି ଓ ଏହା ଏଫ୍‌ଏସ୍‌ଏସ୍‌ଆଇର ସ୍ବୀକୃତି ପାଇଛି। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ମଧ୍ୟ ଏହି କାର୍ଯ୍ୟ ଲାଗି ହରିୟାଣା ସରକାର ସମ୍ମାନିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri