ଏଇ ଭାରତରେ

ନିଯୁକ୍ତି ସୃଷ୍ଟି କରିବା ସହ କୃଷକଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି ମୁମ୍ବାଇର ଶ୍ରୀୟା ନହେଟା। ସେ ମୁମ୍ବାଇର ଲୋକମାନଙ୍କୁ ଅର୍ଗାନିକ ଫୁଡ୍‌ ଡେଲିଭରି କରୁଛନ୍ତି। ଶ୍ରୀୟା ଏହିସବୁ ଫୁଡ୍‌ କୃଷକମାନଙ୍କଠାରୁ ଆଣୁଛନ୍ତି ଓ ଏଥିରେ ୫୦,୦୦୦ କୃଷକ ଲାଭ ପାଉଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଏତେ ସଂଖ୍ୟକ କୃଷକଙ୍କଠାରୁ ସେମାନଙ୍କ ଉତ୍ପାଦ ସଂଗ୍ରହ କରି ଲୋକଙ୍କ ଘରେ ପହଞ୍ଚାଇବା ପ୍ରକ୍ରିୟାରେ ବହୁ ନିଯୁକ୍ତି ମଧ୍ୟ ସୃଷ୍ଟି କରିଛନ୍ତି। ‘ଜାମା ଅର୍ଗାନିକ’ ସଂସ୍ଥା ମାଧ୍ୟମରେ ସେ ଏହା କରୁଛନ୍ତି। ଶ୍ରୀୟା ଏହି ସଂସ୍ଥାକୁ ୨୦୧୭ରେ ପ୍ରତିଷ୍ଠା କରିଥିଲେ। ସଂସ୍ଥା ମିଡିଲ୍‌ମ୍ୟାନ୍‌ ଭାବେ କାର୍ଯ୍ୟ କଲେ ମଧ୍ୟ କୃଷକମାନେ ଏହା ମାଧ୍ୟମରେ ଖାଉଟିଙ୍କ ସହ ସିଧା ସମ୍ପର୍କ ପ୍ରତିଷ୍ଠା କରିବାକୁ ସକ୍ଷମ ହେଉଛନ୍ତି। କୃଷକମାନେ ବଜାର ଦରଠାରୁ ୧୦ରୁ ୧୫ ପ୍ରତିଶତ ଅଧିକ ଲାଭ ପାଉଛନ୍ତି। ସେମାନେ ସମସ୍ତେ ଜୈବିକ କୃଷି କରୁଛନ୍ତି। ଖାଉଟିମାନଙ୍କଠାରୁ ଅର୍ଡର ଗ୍ରହଣ କରିବା ପରେ ‘ଜାମା ଅର୍ଗାନିକ୍‌’ ଓ୍ବେବ୍‌ସାଇଟ୍‌ରେ କେଉଁ ଉତ୍ପାଦ କେତେ ପରିମାଣରେ ଦରକାର ତାହା କୃଷକମାନଙ୍କୁ ଜଣାଇ ଦିଆଯାଏ ଓ ସେମାନଙ୍କଠାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଉତ୍ପାଦଗୁଡ଼ିକୁ ସଂଗ୍ରହ କରାଯାଏ। ସବୁ ଉତ୍ପାଦ ରାତି ଭିତରେ ମୁମ୍ବାଇରେ ପହଞ୍ଚିବା ପରେ ତା’ର ଯାଞ୍ଚ କରାଯାଇ ସକାଳ ହେବା କ୍ଷଣି ଲୋକଙ୍କ ଘରେ ପହଞ୍ଚାଇ ଦିଆଯାଏ। ପରିବା, ଶସ୍ୟ ହେଉ କି ମସଲା ତାହା ଗୋଟିଏ ଦିନରୁ ଅଧିକ ଷ୍ଟୋର୍‌ରେ ରଖାଯାଏ ନାହିଁ। ଜୈବିକ ପଦ୍ଧତିରେ ଉତ୍ପାଦିତ ତଟ୍‌କା ପନିପରିବା ଓ ଶସ୍ୟ ଖାଇ ଲୋକେ ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ ବୋଲି କହନ୍ତି ୨୭ ବର୍ଷୀୟା ଶ୍ରୀୟା।


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri