ଏଇ ଭାରତରେ

ଦାଦନ ଶ୍ରମିକଙ୍କୁ ଶୋଷଣକାରୀଙ୍କ ବେଡ଼ିରୁ ମୁକ୍ତିଦେବା ସହ ସେମାନଙ୍କୁ ଥଇଥାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କର୍ନାଟକର ଡ. କିରନ ପ୍ରସାଦ। ଦୀର୍ଘ ୩୦ ବର୍ଷ ଧରି ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ୧୯୮୬ରେ ଶିକ୍ଷା ଶେଷ କରି ସେ ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ଚିନ୍ତା କରିଥିଲେ। ପରେ ୧୯୯୦ରେ ‘ଜୀବିକା’ ଏନ୍‌ଜିଓ ପ୍ରତିଷ୍ଠା କରି ଶ୍ରମିକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦିପ ଜିଲାର ବାସିନ୍ଦା ଡ. ପ୍ରସାଦ ଆନ୍ଥ୍ରୋପୋଲୋଜିରେ ପିଏଚ୍‌.ଡି କରିଛନ୍ତି। ତିନି ଦଶନ୍ଧିରେ ସେ ୭,୦୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଥଇଥାନ କରିବାରେ ସକ୍ଷମ ହୋଇପାରିଛନ୍ତି। ଏହାସହ ସରକାର ଚିହ୍ନଟ କରିଥିତ୍ବା ୩୦,୦୦୦ ଦାଦନ ଶ୍ରମିକଙ୍କ ଥଇଥାନ ପାଇର୍ଁ ସେ ପ୍ରୟାସ ଜାରି ରଖିଛନ୍ତି। ସରକାରଙ୍କ ସହଯୋଗରେ ସେମାନଙ୍କ ନିକଟରେ ବିଭିନ୍ନ ଯୋଜନା ପହଞ୍ଚାଇ ସେ ଏହା କରୁଛନ୍ତି। ଶ୍ରମିକମାନଙ୍କୁ ସେମାନଙ୍କ ଅଧିତ୍କାର ସମ୍ପର୍କରେ ସଚେତନ କରୁଛନ୍ତି। ସାମାଜିକ କଟକଣା, ଜାତିବାଦ ଓ ଅନ୍ଧବିଶ୍ୱାସ ମଧ୍ୟରୁ ସେମାନଙ୍କୁ ବାହାର କରିବା ଲାଗି ବିଭିନ୍ନ ଉପାୟ ଆପଣାଉଛନ୍ତି। ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଶ୍ରମିକମାନଙ୍କ ଆଇନଗତ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହି କାର୍ଯ୍ୟ ମଧ୍ୟ ‘ଜୀବିକା’ଦ୍ୱାରା ସମ୍ଭବ ହୋଇପାରିଛି। କର୍ନାଟକର ୨୦ଟି ବ୍ଲକରେ ଏହି ସଂସ୍ଥା ସକ୍ରିୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri