ଏଇ ଭାରତରେ

ଲକ୍‌ଡାଉନରେ ପିଲାମାନେ ଅନ୍‌ଲାଇନରେ ପଢ଼ିବା ପରେ ବାକି ସମୟ କଟାଇବା ସେମାନଙ୍କ ଲାଗି କଷ୍ଟକର ହୋଇପଡୁଥିବାବେଳେ କେରଳର ୧୩ ବର୍ଷୀୟା ବନୁପ୍ରିୟାଙ୍କ ଜୀବନଶୈଳୀରେ ଭିନ୍ନତା ପରିଲକ୍ଷିତ ହୋଇଛି। ବନୁପ୍ରିୟା ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ସେ ଆଲ୍‌ପୁଝା ଜିଲା ମୁହାମ୍ମା ପଞ୍ଚାୟତରେ ପରିବାର ସହ ରହୁଛନ୍ତି। ଲକ୍‌ଡାଉନ ସମୟରେ ବନୁପ୍ରିୟା ଓ ତାଙ୍କ ବାପା ଦୟାତ୍‌ମାଜି ଔଷଧୀୟ ଗୁଣରେ ଭରପୂର ବିରଳ କିସମର ଧାନ ଚାଷ କରି ୩୦୦ କେ.ଜି. ଅମଳ କରିଛନ୍ତି। ଏହି ଧାନ ନାମ ରକ୍‌ଥାକଲି। ଏବକାର ଜଳବାୟୁରେ ଏହି ଧାନ ଚାଷ କଷ୍ଟକର ହୋଇଥିଲେ ମଧ୍ୟ ବାପ ଝିଅ ଏଥିରେ ସଫଳ ହୋଇଛନ୍ତି। ଏହି ଧାନ ଦେଖିବାକୁ ଲାଲ। ଏହାର ଚାଷ ବୈଦିକ ଯୁଗରେ ଆରମ୍ଭ କରାଯାଇଥିଲା। ରକ୍‌ଥାକଲି ଧାନ ବିଲପ୍ତିର ଦ୍ୱାର ଦେଶରେ ରହିଛି । ଏହା ଆଣ୍ଟି ଅକ୍ସିଡାଣ୍ଟ, ଜିଙ୍କ୍‌, ଆଇରନ, କ୍ୟାଲସିୟମ ଓ ଅନ୍ୟ ମିନେରାଲ୍ସରେ ଭରପୂର। ଏହି ଧାନ ଚାଷକୁ ଆଗକୁ ନେବା ଲାଗି ବନୁପ୍ରିୟା କୃଷକମାନଙ୍କୁ ବିହନ ମାଗଣାରେ ଦେଇଛନ୍ତି ଓ ବାକିତକ ହ୍ବାଟ୍ସଆପ ଗ୍ରୁପ ମାଧ୍ୟମରେ ବିକ୍ରି କରିଛନ୍ତି। ବାପ ଝିଅଙ୍କ ଏଭଳି ପ୍ରୟାସକୁ କେରଳ କୃଷି ବିଭାଗ ପ୍ରଶଂସା କରିଛି। ଏପରି କି ରକ୍‌ଥାକଲି ଧାନ ଦେଖିବାକୁ କେରଳ କୃଷିମନ୍ତ୍ରୀ କ୍ଷେତରେ ପହଞ୍ଚଥିଲେ। ଧାନ ଚାଷରେ ବନୁପ୍ରିୟାଙ୍କ ଯୋଗଦାନକୁ ଲକ୍ଷ୍ୟ କରି ତାଙ୍କୁ ଶିଶୁ କୃଷକ ପୁରସ୍କାର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri