ଏଇ ଭାରତରେ

ବିଦ୍ୟୁତ୍‌ ପହଞ୍ଚି ନ ଥିବା ଗାଁର ଲୋକେ ବଲ୍‌ବଟିଏ ଜଳିବା ଦେଖିଲେ କେତେ ଖୁସି ମିିଳେ ତାହା ଅନୁଭବୀ ହିଁ କହିପାରିବେ। ଏମିତି ଏକ ଖୁସିର ମୁହୂର୍ତ୍ତ ଆସିଛି ତାମିଲନାଡୁର ଥୁଥୁକୋଡ଼ି ପାଇଁ। ଧୀବର ବର୍ଗର ଲୋକେ ରହୁଥିବା ଏହି ଗାଁର ଜଣେ ଯୁବକଙ୍କ ଦ୍ୱାରା ଗାଁ ଆଲୋକିତ ହେବାରେ ଲାଗିଛି। ୩୦ ବର୍ଷୀୟ ଏମ୍‌.ଶକ୍ତିଭେଲ୍‌ ଘର ପରେ ଘର ସୋଲାର ପ୍ୟାନେଲ ଲଗାଇ ଚାଲିଛନ୍ତିି। ଜଣେ ୟୁଟ୍ୟୁବର ଭାବେ ସେ ସମୁଦ୍ରେରେ ମାଛମାରିବା ସମୟର ବିଭିନ୍ନ ଭିଡିଓ କରି ତାହାକୁ ଛାଡୁଛନ୍ତି। ଏବେ ସୁଦ୍ଧା ଶକ୍ତିଭେଲଙ୍କ ୫୦୦ରୁ ଊର୍ଦ୍ଧ୍ୱ ଭିଡିଓର ୭ ଲକ୍ଷରୁ ଊର୍ଦ୍ଧ୍ୱ ସବ୍‌ସ୍କ୍ରାଇବର ରହିଛନ୍ତି। ଏହି ପ୍ଲାଟଫର୍ମକୁ ବ୍ୟବହାର କରି ସେ ତାଙ୍କ କମ୍ୟୁନିଟ୍‌କୁ ସାହାଯ୍ୟ କରିବାକୁ ନିବେଦନ କରିବା ପରେ ଶ୍ରୀଲଙ୍କା, ସିଙ୍ଗାପୁର ଏବଂ ମାଲେସିଆ ଆଦି ଦେଶର ଭ୍ୟୁୟର୍ସମାନେ ସହଯୋଗର ହାତ ବଢ଼ାଇବା ଆରମ୍ଭ କରିଥିତ୍ଲେ। ଧୀରେ ଧୀରେ ତାଙ୍କ ନିକଟରେ ଟଙ୍କା ପହଞ୍ଚିଲା ଓ ତାହାକୁ ସୋଲାର ପ୍ୟାନେଲ ବସାଇବାରେ ବ୍ୟୟ କରିଚାଲିଲେ। ଏବେ ସେ ତାଙ୍କ ଗାଁରେ ୧୫ଟି ଘରେ ସୋଲାର ପ୍ୟାନେଲ ଲଗାଇସାରିଛନ୍ତି ଓ ଆଗକୁ ଅଧିକ ପାଣ୍ଠି ଯୋଗାଡ଼ କରି ସମ୍ପୂର୍ଣ୍ଣ ଗାଁକୁ ଆଲୋକିତ କରିବାକୁ ଯୋଜନା କରିଛନ୍ତି। ଏହାବାଦ୍‌ ନିଜସ୍ବ ଆୟକୁ ମଧ୍ୟ ଏଥିରେ ବ୍ୟୟ କରୁଛନ୍ତି। ତିନୋଟି ଲାଇଟ୍‌, ଗୋଟିଏ ଫ୍ୟାନ ଏବଂ ମୋବାଇଲ କରମ୍ବା ଟର୍ଚ୍ଚ ଚାର୍ଜ ପାଇଁ ୧୬,୦୦୦ ଟଙ୍କା ବ୍ୟୟରେ ପ୍ୟାନେଲ ଲଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri