ଏଇ ଭାରତରେ

ନାଁ ଦୀପକ। ବୟସ ୧୯। କିନ୍ତୁ ଦୃଷ୍ଟାନ୍ତଯୋଗ୍ୟ କାର୍ଯ୍ୟ ତାଙ୍କୁ ଭିନ୍ନ ପରିଚୟ ପ୍ରଦାନ କରିଛି। ଲକ୍ଷ୍ନୌ ଜିଲା ହେମି ଗାଁରେ ରହନ୍ତି ଦୀପକ। ମହିଳା ବିରୋଧୀ ହିଂସା ଏବଂ ଭେଦଭାବ ଦୂର କରିବା ପାଇଁ ସେ ଅଭିଯାନ ଚଳାଇଛନ୍ତି। ବ୍ରେକ୍‌ ଥ୍ରୁ୍ରୁ ଇଣ୍ଡିଆ ନାମକ ସଂସ୍ଥା ସହ ଜଡ଼ିତ ବେହା ପରେ ସେ ଏହି ପଦକ୍ଷେପ ନେଇଛନ୍ତି ଓ ତାଙ୍କୁ ସଂସ୍ଥା ପକ୍ଷରୁ ଟିଢ଼ ଚେଞ୍ଜ ଲିଡର କରାଯାଇଛି। ଭାରତରେ ଘରୋଇ ହିସା ଅତ୍ୟନ୍ତ ଉଦ୍‌ବେଗଜନକ। ଆହୁରି ଲଜ୍ଜାଜନକ ବିଷୟ ହେଉଛି, ମହିଳାଙ୍କ ପାଇଁ ଭାରତ ସବୁଠୁ ଅସୁରକ୍ଷିତ ଦେଶ । ଏଭଳି ପରିସ୍ଥିତିକୁ ଠିକ୍‌ ଭାବେ ହୃଦୟଙ୍ଗମ କରିଛନ୍ତି ଦୀପକ, ଯେଉଁଥିପାଇଁ ସେ ଏହି ସମସ୍ୟା ଦୂର କରିବା ଲାଗି ପ୍ରଥମେ ତାଙ୍କ ଗାଁରୁ ଅଭିଯାନ ଆରମ୍ଭ କରିଛନ୍ତି। ଗାଁର ୧୫ ଜଣ ଯୁବତୀଯୁବକଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି। ଗାଁରେ ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନଙ୍କ ଘରେ ତାଙ୍କ ଟିମ୍‌ ସହ ପହଞ୍ଚି ସମସ୍ୟାର ସମାଧାନ କରୁଛନ୍ତି। ନିଜ ଗାଁକୁ ଘରୋଇ ହିଂସା ମୁକ୍ତ କରିବା ପରେ ଅନ୍ୟ ଗାଁଗୁଡ଼ିକରେ ଏହି ଅଭିଯାନ ଚଳାଇଛନ୍ତି। ତେବେ କମ୍‌ ବୟସରେ ଦୀପକ ଏଭଳି କାର୍ଯ୍ୟ ଅନ୍ୟ କିଶୋରମାନଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri