ଏଇ ଭାରତରେ

ମନୋଜ ପଟେଲ ପେସାରେ ଜଣେ କୃଷକ। ମଧ୍ୟପ୍ରଦେଶର ଦେବାସରେ ରହନ୍ତି। କୃଷି ସହ ଜଡ଼ିତ ରହି ମଧ୍ୟ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ବଞ୍ଚାଇପାରିଛନ୍ତି। ଆଖିଠାରୁ ଆରମ୍ଭ କରି କିଡ୍‌ନୀ ଯାଏ ଦାନ କରିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହାବ୍ୟତୀତ ୧୧ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଇବାରେ ସାହାଯ୍ୟ କରିଛନ୍ତି। ‘ଅରେଞ୍ଜେସ୍‌ ’ ଏନ୍‌ଜିଓ ଦ୍ୱାରା ଏହି କାର୍ଯ୍ୟ ସୁରୁଖୁରୁରେ ଚଳାଉଛନ୍ତି। ସରକାରୀ ହସ୍ପିଟାଲରେ ସେ ଏକ ପାଳନ ଗୃହ ସ୍ଥାପନ କରିଛନ୍ତି। ଜନ୍ମ ପରେ ପିଲାଙ୍କୁ ପରିତ୍ୟକ୍ତ ସ୍ଥାନରେ ନ ଛାଡ଼ି ଯେଉଁମାନେ ସେଠାରେ ଛାଡୁଛନ୍ତି, ମନୋଜ ସେମାନଙ୍କୁ ସରକାରଙ୍କୁ ହସ୍ତାନ୍ତର କରୁଛନ୍ତି। ସେ ଏପର୍ଯ୍ୟନ୍ତ ଏଭଳି ୬ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ମନୋଜ ମଧ୍ୟ ଅନେକ ହଜାର ଦିବ୍ୟାଙ୍ଗ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିଛନ୍ତି। ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଚିକିତ୍ସାରେ ସାହାଯ୍ୟ କରିବା କାର୍ଯ୍ୟ ସେ ୧୨ ବର୍ଷ ପୂର୍ବେ ପ୍ରଥମେ ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ତାଙ୍କ କାହାଣୀ ଶେୟାର କରିବା ପରେ ଏବେ ତାଙ୍କ ସହ ୧୫୦ ଜଣ ଲୋକ ଯୋଡ଼ି ହୋଇଛନ୍ତି ଓ ଏହି ଟିମ୍‌କୁ ସେ ହ୍ବାଟ୍ସଆପ୍‌ ଗ୍ରୁପ ମାଧ୍ୟମରେ ଚଳାଉଛନ୍ତି। ଆଖପାଖ ଅଞ୍ଚଳରେ ତାଙ୍କ ଫୋନ୍‌ ନମ୍ବର ସମସ୍ତେ ଜାଣନ୍ତି। ବହୁ ସମୟରେ ସାହାଯ୍ୟ ପାଇଁ ତାଙ୍କ ପାଖକୁ କଲ୍‌ ଆସେ ଓ ସେ ଆମ୍ବୁଲାମ୍ସ ଏବଂ ପୋଲିସକୁ ତୁରନ୍ତ ଖବର ଦେଇଥାଆନ୍ତି। ସଡ଼କ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଲାଗି ସେ ତାଙ୍କ ଗାଡ଼ିକୁ ମଧ୍ୟ ଆମ୍ବୁଲାନ୍ସ ରୂପ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri